-+91-9937148622 |
prerana_bgr@rediffmail.com |
Sunday 8th November 2026 |
R.N.I. Regd No. ODIODI/2010/46693
Breaking News
08-Nov-2026
ବରଗଡ(ପ୍ରେରଣା ଖବର): ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ବାଲ୍ୟାବସ୍ଥାରୁ ନେତୃତ୍ୱ ବିକାଶ,ଜୀବନ ଶୈଳୀ, ଭାଷାଗତ ଦକ୍ଷତା ବୃଦ୍ଧି,ଆତ୍ମ ନିର୍ଭରଶୀଳତା,ଆତ୍ମ ବିଶ୍ବାସ ତଥା ସହଯୋଗୀ ମନୋଭାବ ବୃଦ୍ଧି କରିବା ବର୍ତ୍ତମାନ ପରିପ୍ରେକ୍ଷୀରେ ଅତ୍ୟନ୍ତ ଆବଶ୍ୟକ ହୋଇ ପଡ଼ିଛି।ଏହି ମର୍ମରେ ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ସରକାରୀ ହାଇସ୍କୁଲ ବଡ଼ମାଳରେ ପତଙ୍ଗ ଅନୁଷ୍ଠାନ ଆନୁକୂଲ୍ୟରେ ଶିଶୁ ମେଳା - ୨୦୨୬ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସଞ୍ଜୟ ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
ବୈଠକରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ବିଇଓ ବାଙ୍କା ବିହାରୀ ମିଶ୍ର ,ସମ୍ମାନିତ ଅତିଥି ଭାବରେ ଏବିଇଓ ରୀତାରାଣୀ ତ୍ରିପାଠୀ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅଶୋକ କୁମାର ଡନସନା,ଜଗଦୀଶ ସାହୁ, ତେଜରାମ ମେହେର,ବିଦ୍ୟାଳୟ ପରିଚାଲନା କମିଟୀର ଅଧ୍ୟକ୍ଷ ନରେନ୍ଦ୍ର ପ୍ରଧାନ, ସି ଆର ସି ସି ଲୋକନାଥ ମେହେର,ପତଙ୍ଗ ଅନୁଷ୍ଠାନର କାର୍ଯ୍ୟକାରୀ ସଂଯୋଜକ ରିଶଭ ଭୁକ୍ତା ଯୋଗ ଦେଇଥିଲେ।ପ୍ରାରମ୍ଭରେ ପ୍ରକୃତିକୁ ସମ୍ମାନ ଦେଇ ଏକ ଚାରାକୁ ଜଳ ଅର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।ସ୍ଥାନୀୟ ହାଇସ୍କୁଲର ଛାତ୍ରୀମାନେ ନୃତ୍ୟ ପରିବେଷଣ କରି ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଏହି ଶିଶୁ ମେଳାରେ ଶିଶୁମାନଙ୍କ ଦ୍ଵାରା ପ୍ରଦର୍ଶିତ ବୈଜ୍ଞାନିକ ପ୍ରକଳ୍ପ,ଖାଦ୍ୟ ସାମଗ୍ରୀ ଷ୍ଟଲ୍, କୁଇଜ୍ ପ୍ରତିଯୋଗିତା,କ୍ଷୁଦ୍ର ନାଟିକା,ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କ ଦ୍ଵାରା ବେଶ୍ ଆଦୃତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ବଡ଼ମାଳ ହାଇସ୍କୁଲ ତଥା ଭଟଲି କ୍ଲଷ୍ଟରର ଅଂଶ ଗ୍ରହଣ କରିଥିବା ସମସ୍ତ ଶିକ୍ଷାର୍ଥୀମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ
କରାଯାଇଥିଲା।ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ସାହୁ,ଅଞ୍ଜଳି ଗଣିତ, ସଂଯୁକ୍ତା ପ୍ରଧାନ,ମମତା ପଣ୍ଡା,ଅର୍ଚ୍ଚନା ପ୍ରଧାନ, ଶୀଲା ଭୋଇ,ସୁଧାରାଣୀ ପ୍ରଧାନ,ଶିକ୍ଷକ ଆଶିଷ କୁମାର ବିଶି, ଅଗସ୍ତି ପ୍ରଧାନ,ପ୍ରମୋଦ ପଟେଲଙ୍କ ସମେତ ପତଙ୍ଗ ଅନୁଷ୍ଠାନର କର୍ମକର୍ତ୍ତା ସକ୍ରିୟ ସହଯୋଗ କରିଥିଲେ।ଶିକ୍ଷକ ଅଗସ୍ତି ପ୍ରଧାନ ସଭାକାର୍ଯ୍ୟ ସଂଯୋଜନା କରି ଥିବାବେଳେ ପତଙ୍ଗ ଅନୁଷ୍ଠାନର କର୍ମକର୍ତ୍ତା ବନସ୍ମିତା ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।