-+91-9937148622 |
prerana_bgr@rediffmail.com |
Saturday 7th November 2026 |
R.N.I. Regd No. ODIODI/2010/46693
Breaking News
07-Nov-2026
ବଲାଙ୍ଗୀର(ପ୍ରେରଣା ଖବର): ଆଲୋକର ପର୍ବ ଦୀପାବଳିକୁ ସମସ୍ତଙ୍କ ସହ ମିଶି ଖୁସିରେ ଉପଭୋଗ କରିବା ଏବଂ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ମୁହଁରେ ହସ ଫୁଟାଇବା ଉଦ୍ଦେଶ୍ୟରେ ବଲାଙ୍ଗୀରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ପକ୍ଷରୁ ଏକ ପ୍ରଶଂସନୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ 'ଆଶ୍ରା' ଅନୁଷ୍ଠାନ ପରିସରରେ ରହୁଥିବା ଦିବ୍ୟାଙ୍ଗ ଭାଇଭଉଣୀମାନଙ୍କ ସହିତ ମିଶି ଦୀପାବଳି ଖୁବ୍ ଧୁମଧାମରେ ଓ ଆନନ୍ଦୋଲ୍ଲାସର ସହିତ ପାଳନ କରାଯାଇଛି।
ଏହି ସ୍ୱତନ୍ତ୍ର ପର୍ବରେ ଦିବ୍ୟାଙ୍ଗ ଭାଇଭଉଣୀମାନଙ୍କୁ ମିଠା ବଣ୍ଟାଯିବା ସହ ସେମାନଙ୍କୁ ଦୀପ ଜାଳି ଏହି ପର୍ବର ଆନନ୍ଦ ନେବା ପାଇଁ ପ୍ରୋତ୍ସାହିତ କରାଯାଇଥିଲା। ସେମାନଙ୍କ ଗହଳରେ ଦୀପାବଳି ପାଳନ କରିବା ଦ୍ୱାରା ସେମାନଙ୍କ ମୁହଁରେ ଯେଉଁ ଖୁସି ଦେଖିବାକୁ ମିଳିଥିଲା, ତାହା ଥିଲା ଅତ୍ୟନ୍ତ ହୃଦୟସ୍ପର୍ଶୀ।
ଏହି ଅବସରରେ ଅନୁଷ୍ଠାନ ର ବିଶେଷ ଅନୁରୋଧ କ୍ରମେ, ବଲାଙ୍ଗୀର ପୌରପରିଷଦ ତରଫରୁ ହୋଇଥିବା ପେଭର ବ୍ଲକ ନିର୍ମାଣ କାର୍ଯ୍ୟର ମଧ୍ୟ ଶୁଭ ଉଦଘାଟନ କରାଯାଇଛି। ବଲାଙ୍ଗୀର ପୌରପରିଷଦର ମାନ୍ୟବର ଅଧ୍ୟକ୍ଷା ଲିକା ସାହୁ ଏବଂ ସ୍ଥାନୀୟ କାଉନସିଲର ଶତ୍ରୁଘ୍ନ ବାଗ ଅତିଥି ଭାବେ ଯୋଗଦେଇ ଏହି ପେଭର ବ୍ଲକ କାର୍ଯ୍ୟର ଉଦଘାଟନ କରିଥିଲେ। ଆଶ୍ରା ର ଅଧକ୍ଷ ରଂଜିତ ପ୍ରସାଦ ମହାନ୍ତି ସହ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ...
ଉଦଘାଟନ ପରେ ଅତିଥିମାନେ କେବଳ ଫିତା କାଟି ନଥିଲେ, ବରଂ 'ଆଶ୍ରା'ର ଦିବ୍ୟାଙ୍ଗ ଭାଇଭଉଣୀ ଏବଂ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର କର୍ମକର୍ତ୍ତାମାନଙ୍କ ସହିତ ସମୟ ବିତାଇଥିଲେ ଏବଂ ସେମାନଙ୍କ ସହ ମିଶି ଦୀପାବଳି ପାଳନ କରିଥିଲେ। ଅଧ୍ୟକ୍ଷା ଶ୍ରୀମତୀ ସାହୁ ଏବଂ କାଉନସିଲର ଶ୍ରୀ ବାଗଙ୍କ ଏପରି ସରଳ ମନଭାବ ଓ ସାମାଜିକ କାର୍ଯ୍ୟରେ ସହଯୋଗ ସମସ୍ତଙ୍କ ଦ୍ୱାରା ବେଶ୍ ପ୍ରଶଂସିତ ହୋଇଥିଲା।
ଏହି ସମଗ୍ର କାର୍ଯ୍ୟକ୍ରମରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ରୂପା ଦାସ, ପ୍ରିୟା ମିଶ୍ର, ମାନସୀ ନନ୍ଦ, ଶତାବ୍ଦୀ ନନ୍ଦ, ଅଂଶିତା ସାହୁ, ମୁକେଶ ପଧାନ, ସୋମନାଥ ମିଶ୍ର, କନ୍ଦର୍ପ ରଣା, ମନୋଜ ଖମାରି, ଶୁଭମ ମହାନ୍ତି, ମାନସ ପଟେଲ, ସୁବ୍ରତ ରାଉତ ସହ ସମସ୍ତ ସଦସ୍ୟ ରହି ସହଯୋଗ କରିଥିଲେ। ଅନୁଷ୍ଠାନ ପକ୍ଷରୁ ଏଭଳି ପ୍ରୟାସ ଆଗାମୀ ଦିନରେ ମଧ୍ୟ ଜାରିରହିବ ବୋଲି ପ୍ରକାଶ କରାଯାଇଛି।