-+91-9937148622 |

prerana_bgr@rediffmail.com |

  Saturday 7th November 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ସରକାରୀ ଆଇଟିଆଇ ଅଧ୍ୟକ୍ଷଙ୍କୁ ଗିରଫ କଲା ଭିଜିଲାନ୍ସ ଅତିଥି ପ୍ରଶିକ୍ଷକଙ୍କ ଦରମା ନିୟମିତ କରିବାକୁ ନେଉଥିଲେ ୩୦ ହଜାର ଟଙ୍କା ଲାଞ୍ଚ, ଚଢ଼ାଉ ବେଳେ ୫.୧୬ ଲକ୍ଷ ଟଙ୍କା ଜବତ   (06-Nov-2026)       ||      ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନର ୫୦୦ ମିଟର ପରିଧିକୁ ‘ନିଶାମୁକ୍ତ ଅଞ୍ଚଳ’ ଘୋଷଣା ପାଇଁ ପଦକ୍ଷେପ, ନିଶା କବଳରୁ ଯୁବପିଢ଼ିଙ୍କୁ ସୁରକ୍ଷା ଓ ସୁସ୍ଥ ଶିକ୍ଷା ପରିବେଶ ସୃଷ୍ଟି ଉପରେ ଗୁରୁତ୍ୱ   (06-Nov-2026)       ||      ଓଡ଼ିଶାରେ ଆୟୋଜିତ ହେବ ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬   (06-Nov-2026)       ||      ବାବେବିର ସ୍କୁଲ ରେ ମାଧ୍ୟାନ୍ନ ଭୋଜନ ଥାଳି ଧରି ଗାଁ ବୁଲି ଛାତ୍ର ଛାତ୍ରୀ   (06-Nov-2026)       ||      ୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବଲାଙ୍ଗୀର ସରକାରୀ ଆଇଟିଆଇ ଅଧ୍ୟକ୍ଷ ♦️ ୯ ଜଣ ଅତିଥି ପ୍ରଶିକ୍ଷକଙ୍କଠାରୁ ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ଦାବି    (06-Nov-2026)       ||      ଧର୍ମ ପରାୟଣ ମହିଳାଙ୍କ ପରଲୋକ I   (06-Nov-2026)       ||      ଧାନ ଉଠାଣ ଓ କଷ୍ଟମ ମିଲ୍ଡ ଚାଉଳ ଜମାରେ ବିଳମ୍ବ, କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ ପ୍ରଦୀପ ପୁରୋହିତ   (06-Nov-2026)       ||      ବଲାଙ୍ଗୀର ପୋଲିସର ଏକ ବଡ ସଫଳତା ♦️ଗଂଜେଇ ଚୋରା ଚାଲାଣ ମାମଲାରେ ୨ ଗିରଫ୍    (06-Nov-2026)       ||      କଣ୍ଟାମାଳ ବ୍ଲକର ୫ଟି ପଞ୍ଚାୟତରେ ଗୋଦାବରିସ ସ୍କୁଲ ର ଭିତ୍ତିପ୍ରସ୍ତର ସ୍ଥାପନ   (06-Nov-2026)       ||      ମହିଳା ଅଧିକାର ଓ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ସିଏଚଆରଡିଏସ ମାନଙ୍କୁ ନେଇ ଦୁଇଦିନିଆ ତାଲିମ ଶିବିର   (06-Nov-2026)       ||      ଅର୍ଣ୍ଣବ ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଅନ୍ତୁ ସରକାର ନଚେତ ବଲାଙ୍ଗିର ରେ ହେବ ବିରାଟ ଚାଷୀ ଆନ୍ଦୋଳନ- ଅମରେନ୍ଦ୍ର    (06-Nov-2026)       ||      ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ "ସୃଜନଶୀଳ କାର୍ଯ୍ୟକଳାପ ମାଧ୍ୟମରେ ପିଲାମାନଙ୍କ ବ୍ୟକ୍ତିତ୍ୱର ସର୍ବାଙ୍ଗୀଣ ବିକାଶ ହୋଇଥାଏ"   (06-Nov-2026)       ||      ବଲିଟିକିରା ରେ ୧୪ ତମ ରନିଂ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ,ଖରମୁଣ୍ଡା ଚାମ୍ପିଅନ    (06-Nov-2026)       ||      ବରପାଲି ଯାଦବ ସମାଜ ପକ୍ଷରୁ ମୃତ ଅସହାୟ ମହିଳାଙ୍କ ଶବ ସତ୍କାର   (06-Nov-2026)       ||      *ଡାବୁଗାଁ ବ୍ଲକର 3ଟି ପଂଚାୟତ ରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ*   (06-Nov-2026)       ||      ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ’ ଉଦ୍‌ଘାଟିତ   (06-Nov-2026)       ||      ସୁବର୍ଣ୍ଣପୁରରେ ତମାଖୁ ମୁକ୍ତ ଯୁବ ଅଭିଯାନ ୪.୦ ର ଶୁଭାରମ୍ଭ   (06-Nov-2026)       ||      ନର୍ଲାରୋଡ ସ୍ଥିତ ଅନିଲ କୁମାର ଜୈନ ଙ୍କ ଗୋଦାମ ଘରୁ ନର୍ଲା ପୋଲିସ ଦ୍ୱାରା ବାଣ ଜବତ ।   (05-Nov-2026)       ||      ଅଙ୍ଗନଦୀ ପୋଲ ନିକଟରୁ କଫ ସିରପ ଜବତ୍   (05-Nov-2026)       ||      ଅଙ୍ଗନଦୀ ପୋଲ ନିକଟରୁ କଫ ସିରପ ଜବତ୍   (05-Nov-2026)       ||     

HOME   ଜିଲ୍ଲା

ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନର ୫୦୦ ମିଟର ପରିଧିକୁ ‘ନିଶାମୁକ୍ତ ଅଞ୍ଚଳ’ ଘୋଷଣା ପାଇଁ ପଦକ୍ଷେପ, ନିଶା କବଳରୁ ଯୁବପିଢ଼ିଙ୍କୁ ସୁରକ୍ଷା ଓ ସୁସ୍ଥ ଶିକ୍ଷା ପରିବେଶ ସୃଷ୍ଟି ଉପରେ ଗୁରୁତ୍ୱ

06-Nov-2026



ଭୁବନେଶ୍ୱର(ମୁରଲୀଧର ମିଶ୍ର):ରାଜ୍ୟର ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟର କୁପ୍ରଭାବରୁ ସୁରକ୍ଷିତ ରଖିବା ଏବଂ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ସୁସ୍ଥ ଓ ସୁରକ୍ଷିତ ପରିବେଶ ସୃଷ୍ଟି ଲକ୍ଷ୍ୟରେ ରାଜ୍ୟ ସରକାର ଏକ ବ୍ୟାପକ ପଦକ୍ଷେପ ଗ୍ରହଣ କରିବାକୁ  ଯାଉଛନ୍ତି । “ନିଶାମୁକ୍ତ ଭାରତ ଅଭିଯାନ” ଅଧିନରେ ରାଜ୍ୟର ସମସ୍ତ ବିଦ୍ୟାଳୟ, ଆଇଟିଆଇ, ପଲିଟେକ୍ନିକ୍, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ତଥା ଅନ୍ୟାନ୍ୟ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନ ଏବଂ ସେମାନଙ୍କ ଛାତ୍ରାବାସର ୫୦୦ ମିଟର ପରିଧିକୁ ‘ନିଶାମୁକ୍ତ ଅଞ୍ଚଳ’ ଭାବେ ଘୋଷଣା କରିବା ପାଇଁ ପଦକ୍ଷେପ ନିଆଯିବ । ଏ ନେଇ ଆଜି ଲୋକସେବା ଭବନଠାରେ ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

 ବୈଠକରେ ଉଚ୍ଚଶିକ୍ଷା ବିଭାଗର କମିଶନର-ତଥା-ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ, ଅବକାରୀ କମିଶନର ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀଙ୍କ ସମେତ ସ୍ୱାସ୍ଥ୍ୟ, ବିଦ୍ୟାଳୟ ଓ ଗଣଶିକ୍ଷା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଗୃହ ବିଭାଗ, ସ୍ୱତନ୍ତ୍ର ଟାସ୍କ ଫୋର୍ସ ଏବଂ ସିଆଇଡି-କ୍ରାଇମବ୍ରାଞ୍ଚର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।
 ସୂଚନାଯୋଗ୍ୟ ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ୦୨ ଅଗଷ୍ଟ ୨୦୨୬ରେ ‘ବିକଶିତ ଭାରତ ସଂକଳ୍ପ ଅଭିଯାନ ପାଇଁ ନିଶାମୁକ୍ତ ଯୁବ’ର ଶୁଭାରମ୍ଭ କରି ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟଠାରୁ ଦୂରେଇ ରହିବାକୁ ଆହ୍ୱାନ ଦେଇଥିଲେ । ସେହିପରି ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ  “ନିଶାକୁ ନା କୁହନ୍ତୁ, ଜୀବନକୁ ହଁ କୁହନ୍ତୁ” ବାର୍ତ୍ତା ଦେଇ ଖେଳକୁଦ, ଯୋଗ, ଶିକ୍ଷା ଓ ସମାଜସେବାକୁ ପ୍ରାଥମିକତା ଦେବାକୁ ଯୁବପିଢ଼ିଙ୍କୁ ଆହ୍ୱାନ  ଜଣାଇଛନ୍ତି । ୦୯ ଜାନୁଆରୀ ୨୦୨୬ରେ ଅନୁଷ୍ଠିତ ନବମ ଉଚ୍ଚସ୍ତରୀୟ ନାର୍କୋ କୋର୍ଡିନେସନ୍ (NCORD) କମିଟି ବୈଠକରେ ଶିକ୍ଷାନୁଷ୍ଠାନର ୫୦୦ ମିଟର ପରିଧିକୁ ନିଶାମୁକ୍ତ ଅଞ୍ଚଳ ଘୋଷଣା ପାଇଁ ନିଷ୍ପତ୍ତି ହୋଇଥିଲା । ୦୩ ଅକ୍ଟୋବର ୨୦୨୬ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଷ୍ଟମ ରାଜ୍ୟସ୍ତରୀୟ NCORD ବୈଠକରେ ମଧ୍ୟ ଏହି ଦିଗରେ ପଦକ୍ଷେପ ନେବାକୁ ଗୁରୁତ୍ୱ ଦିଆଯାଇଥିଲା ।
 ଆଜିର ଅନୁଷ୍ଠିତ ବୈଠକରେ ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବ ଶ୍ରୀ ଅଗ୍ରୱାଲ ବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକର ୫୦୦ ମିଟର ପରିଧିକୁ ‘ନିଶାମୁକ୍ତ ଅଞ୍ଚଳ’ ଭାବେ ଘୋଷଣା କରିବା ଏବଂ ଅଭିଯାନ ଅନ୍ତର୍ଗତ ଅନ୍ୟାନ୍ୟ ପଦକ୍ଷେପ ନେଇ ପ୍ରସ୍ତାବିତ କାର୍ଯ୍ୟପଦ୍ଧତି ଉପସ୍ଥାପନ କରିଥିଲେ । ଏଥିରେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ନିଶାମୁକ୍ତ କ୍ୟାମ୍ପସ୍ କମିଟି, ମାନସିକ ସ୍ୱାସ୍ଥ୍ୟ ଓ କଲ୍ୟାଣ କମିଟି ଗଠନ, ନୋଡାଲ୍ ଅଧିକାରୀ ନିଯୁକ୍ତି ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଷ୍ଟୁଡେଣ୍ଟ ଆମ୍ବାସାଡର ଚୟନ ଆଦି ପ୍ରସ୍ତାବ   ରହିଛି । ଶିକ୍ଷାନୁଷ୍ଠାନ ଓ ଏହାର ୫୦୦ ମିଟର ପରିଧିରେ ନିଶାଦ୍ରବ୍ୟ ବିକ୍ରୟ ରୋକିବା ପାଇଁ ପୋଲିସ ଓ ଅବକାରୀ ବିଭାଗ ସହ ସମନ୍ୱୟରେ ନିୟମିତ ଯାଞ୍ଚ ଓ ଆଇନଗତ ପଦକ୍ଷେପ ନିଆଯିବ । ନିଶାମୁକ୍ତ ଅଞ୍ଚଳ ସମ୍ପର୍କିତ ସୂଚନା ଫଳକ ସ୍ଥାପନ, ଅଭିଯୋଗ ପାଇଁ ଡ୍ରପ୍ ବକ୍ସ ଓ ଅନଲାଇନ୍ ବ୍ୟବସ୍ଥା ଏବଂ ପ୍ରତିମାସରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ନେଇ ମଧ୍ୟ ଆଲୋଚନା ହୋଇଥିଲା ।
 ଯୋଗ, କ୍ରୀଡ଼ା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଜୀବନ କୌଶଳ ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସକାରାତ୍ମକ କାର୍ଯ୍ୟକଳାପରେ ନିୟୋଜିତ କରାଯିବ। ନିଶାସେବନରେ ଆସକ୍ତ ଛାତ୍ରଛାତ୍ରୀଙ୍କୁ ଦଣ୍ଡିତ କରିବା ପୂର୍ବରୁ ପ୍ରଥମେ  ପରାମର୍ଶ, ଚିକିତ୍ସା ଓ ନିଶାମୁକ୍ତି କେନ୍ଦ୍ର ମାଧ୍ୟମରେ ସହାୟତା ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯିବ । ଏହାସହ ନିୟମିତ ଯାଞ୍ଚ, ମାସିକ ଅନୁପାଳନ ରିପୋର୍ଟ ଓ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରୁଥିବା ଶିକ୍ଷାନୁଷ୍ଠାନକୁ ‘ନିଶାମୁକ୍ତ କ୍ୟାମ୍ପସ୍’ ପ୍ରମାଣପତ୍ର ପ୍ରଦାନ ବ୍ୟବସ୍ଥା ନେଇ ମଧ୍ୟ ଆଲୋଚନା ହୋଇଥିଲା । ଏ ସଂକ୍ରାନ୍ତରେ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ କରାଯିବା ନେଇ ଆଲୋଚନା କରାଯାଇଛି ।  
 ଉନ୍ନୟନ କମିଶନର ଶ୍ରୀଯୁକ୍ତ  ସିଂହ କହିଥିଲେ ଯେ, ଯୁବପିଢ଼ି ଦେଶ ଓ ରାଜ୍ୟର ଭବିଷ୍ୟତ । ସେମାନଙ୍କୁ ନିଶାଦ୍ରବ୍ୟର କବଳରୁ ଦୂରେଇ ରଖିବା କେବଳ ସରକାରଙ୍କ ନୁହେଁ, ବରଂ ଶିକ୍ଷାନୁଷ୍ଠାନ, ଅଭିଭାବକ ଓ ସମାଜର ସମସ୍ତଙ୍କର  ସାମୂହିକ ଦାୟିତ୍ୱ । ଏଥିପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକ ପରସ୍ପର ମଧ୍ୟରେ ଉତ୍ତମ ସମନ୍ୱୟ ରଖି ଏହି ଅଭିଯାନରେ ସହଯୋଗ କରିବା, ନିୟମିତ ତଦାରଖ ଓ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ଦଣ୍ଡାତ୍ମକ ପଦକ୍ଷେପ ସହିତ ନିଶାସକ୍ତ ଯୁବକଯୁବତୀଙ୍କୁ ଚିକିତ୍ସା, ପରାମର୍ଶ ଓ ପୁନର୍ବାସ ସହାୟତା ଯୋଗାଇଦେବା ଉପରେ ମଧ୍ୟ ସମାନ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ ।


News Comment




Photo in News

Advertisment
Lastest News
  ଅପରାଧ  
ବଲାଙ୍ଗୀର ସରକାରୀ ଆଇଟିଆଇ ଅଧ୍ୟକ୍ଷଙ୍କୁ ଗିରଫ କଲା ଭିଜିଲାନ୍ସ ଅତିଥି ପ୍ରଶିକ୍ଷକଙ୍କ ଦରମା ନିୟମିତ କରିବାକୁ ନେଉଥିଲେ ୩୦ ହଜାର ଟଙ୍କା ଲାଞ୍ଚ, ଚଢ଼ାଉ ବେଳେ ୫.୧୬ ଲକ୍ଷ ଟଙ୍କା ଜବତ   06-Nov-2026
  ଜିଲ୍ଲା  
ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନର ୫୦୦ ମିଟର ପରିଧିକୁ ‘ନିଶାମୁକ୍ତ ଅଞ୍ଚଳ’ ଘୋଷଣା ପାଇଁ ପଦକ୍ଷେପ, ନିଶା କବଳରୁ ଯୁବପିଢ଼ିଙ୍କୁ ସୁରକ୍ଷା ଓ ସୁସ୍ଥ ଶିକ୍ଷା ପରିବେଶ ସୃଷ୍ଟି ଉପରେ ଗୁରୁତ୍ୱ   06-Nov-2026
  ଜିଲ୍ଲା  
ଓଡ଼ିଶାରେ ଆୟୋଜିତ ହେବ ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬   06-Nov-2026
  ଜିଲ୍ଲା  
ବାବେବିର ସ୍କୁଲ ରେ ମାଧ୍ୟାନ୍ନ ଭୋଜନ ଥାଳି ଧରି ଗାଁ ବୁଲି ଛାତ୍ର ଛାତ୍ରୀ   06-Nov-2026
  ଅପରାଧ  
୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବଲାଙ୍ଗୀର ସରକାରୀ ଆଇଟିଆଇ ଅଧ୍ୟକ୍ଷ ♦️ ୯ ଜଣ ଅତିଥି ପ୍ରଶିକ୍ଷକଙ୍କଠାରୁ ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ଦାବି   06-Nov-2026
  ଜିଲ୍ଲା  
ଧର୍ମ ପରାୟଣ ମହିଳାଙ୍କ ପରଲୋକ I   06-Nov-2026
  ଜିଲ୍ଲା  
ଧାନ ଉଠାଣ ଓ କଷ୍ଟମ ମିଲ୍ଡ ଚାଉଳ ଜମାରେ ବିଳମ୍ବ, କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ ପ୍ରଦୀପ ପୁରୋହିତ   06-Nov-2026
  ଅପରାଧ  
ବଲାଙ୍ଗୀର ପୋଲିସର ଏକ ବଡ ସଫଳତା ♦️ଗଂଜେଇ ଚୋରା ଚାଲାଣ ମାମଲାରେ ୨ ଗିରଫ୍   06-Nov-2026
  ଜିଲ୍ଲା  
କଣ୍ଟାମାଳ ବ୍ଲକର ୫ଟି ପଞ୍ଚାୟତରେ ଗୋଦାବରିସ ସ୍କୁଲ ର ଭିତ୍ତିପ୍ରସ୍ତର ସ୍ଥାପନ   06-Nov-2026
  ଜିଲ୍ଲା  
ମହିଳା ଅଧିକାର ଓ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ସିଏଚଆରଡିଏସ ମାନଙ୍କୁ ନେଇ ଦୁଇଦିନିଆ ତାଲିମ ଶିବିର   06-Nov-2026
  ଜିଲ୍ଲା  
ଅର୍ଣ୍ଣବ ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଅନ୍ତୁ ସରକାର ନଚେତ ବଲାଙ୍ଗିର ରେ ହେବ ବିରାଟ ଚାଷୀ ଆନ୍ଦୋଳନ- ଅମରେନ୍ଦ୍ର   06-Nov-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ "ସୃଜନଶୀଳ କାର୍ଯ୍ୟକଳାପ ମାଧ୍ୟମରେ ପିଲାମାନଙ୍କ ବ୍ୟକ୍ତିତ୍ୱର ସର୍ବାଙ୍ଗୀଣ ବିକାଶ ହୋଇଥାଏ"   06-Nov-2026

You Might Also Like