-+91-9937148622 |
prerana_bgr@rediffmail.com |
Saturday 7th November 2026 |
R.N.I. Regd No. ODIODI/2010/46693
Breaking News
07-Nov-2026
(ପ୍ରିୟଦର୍ଶିନୀ ପାତ୍ର)
ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ଚଟାହାଣ୍ଡି ପଞ୍ଚାୟତ ଅଧିନ ବାଗନିଗୁଡ଼ା ଗ୍ରାମ ନିକଟରେ ଆଜି ପାହାନ୍ତିଆ ସମୟ ୩:୩୦ ଘଣ୍ଟା ସମୟରେ ବିହାରୀ ଦେଶୀ ପୁଡ଼ି ମଦ ଭର୍ତ୍ତି ବୋଲେରୋ ଗାଡ଼ି ଧରା ପଡ଼ିଲା। ଏହା ପରେ ଡ଼୍ରାଇଭର ଗାଡ଼ିଛାଡ଼ି ଫେରାର ହୋଇଯାଇଥିଲା।ଚଟାହାଣ୍ଡି ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଚଞ୍ଚଳା ସାନ୍ତାଙ୍କ ନେତୃତ୍ୱରେ ଏହି ମଦ ଭର୍ତ୍ତି ଗାଡ଼ି ବା ବୋଲେରୋ ଗାଡ଼ି ଧରା ପଡ଼ିଲା - ଏହି ଗାଡ଼ିରେ ପ୍ରାୟ ୯ ବସ୍ତା ଦେଶୀ ବିହାରୀ ପକେଟ୍ ମଦ ରହିଥିବା ଜଣା ପଡ଼ିଛି ଯାହାର ଆନୁମାନିକ ପରିମାଣ ପ୍ରାୟ - ୩୬୦ ଲିଟର ମଦ ହେବ - ଏହି ବେଆଇନ୍ ଚରା ଚାଲାଣ ବିହାରୀ ଦେଶୀ ମଦ କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ଫଣ୍ଡୁଗୁଡ଼ା ପଞ୍ଚାୟତ ଅଧୀନ ଦାଡିଆମାଝିଗୁଡ଼ା ଠାରେ ଥିବା ଲାଇସେନ୍ସ ପ୍ରାପ୍ତ ବିହାରୀ ଦେଶୀ ମଦ ଭାଟି ର ଅଟେ ବୋଲି ଜଣା ପଡ଼ିଛି ଏଭଳି ଗତ କାଲି ଡାବୁଗାଁ ନିକଟ ବୋରିପଦର ଗ୍ରାମ ନିକଟରେ ଥିବା ଦେଶୀ ମଦ ଭାଟିକୁ ଜାଳିଦେଇଥିଲେ ନାରୀ ମହାସଂଘ ର ମହିଳା ମାନେ। ଏହି ମଦବନ୍ଦ ଆନ୍ଦାଳନ କୁ ବିଭିନ୍ନ ରାଜନୈତକ ଦଳ ଏବଂ ସ୍ଥାନିତ ବୁଦ୍ଧିଜୀବୀ ମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ଥିବା ଜଣାପଡିଛି।