-+91-9937148622 |

prerana_bgr@rediffmail.com |

  Sunday 8th November 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଦିବାସୀଙ୍କ ଉପରେ ତଥାକଥିତ ଗୋରକ୍ଷକଙ୍କ ମରଣାନ୍ତକ ଆକ୍ରମଣକୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ତୀବ୍ର ନିନ୍ଦା♦️ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ, ପୀଡ଼ିତଙ୍କୁ ଉନ୍ନତ ଚିକିତ୍ସା, ସୁରକ୍ଷା ଓ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଦାବି   (08-Nov-2026)       ||      ମୁରିବାହାଲ ବ୍ଲକ ଦେଶିଲ ଖେଳ ପଡିଆରେ ମା ବସ୍ତ୍ରେନ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଜିତିଲା ମାଲିଝେର ଟିମ୍   (08-Nov-2026)       ||      ସତଲମା ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖାଦ୍ୟ ମେଳା-୨୦୨୬ ଅନୁଷ୍ଠିତ   (07-Nov-2026)       ||      ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ : ପାଣି ଭିତରେ ଥିବା ଦଳରେପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ : ପାଣି ଭିତରେ ଥିବା ଦଳରେ ଛନ୍ଦି ହୋଇଥିବା ସନ୍ଦେହ   (07-Nov-2026)       ||      ସରକାରୀ ଆବାସ ଗୃହ ନିର୍ମାଣ ସମୀକ୍ଷା ବେଳେ ଏଡିଓଙ୍କୁ ଆକ୍ରମଣ, ମେଟ୍ ଗିରଫ   (07-Nov-2026)       ||      ବାଲିଗୁଡ଼ାରେ ‘ଥିଲେ ଦିଅ, ନଥିଲେ ନିଅ’ କାର୍ଯ୍ୟକ୍ରମ : ବସ୍ତ୍ରଦାନ ଓ ସହଯୋଗର ନିଆରା ପ୍ରୟାସ   (07-Nov-2026)       ||      ଆଶ୍ରାର ଦିବ୍ୟାଙ୍ଗ ଭାଇଭଉଣୀଙ୍କ ସହ ଦୀପାବଳି ପାଳନ କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ   (07-Nov-2026)       ||      ସରକାରୀ ପି ଏମ ଶ୍ରୀ ସ୍କୁଲ ସୋଲବନ୍ଧରେ ବିଜ୍ଞାନ ମେଳା   (07-Nov-2026)       ||      ଆୟୁର୍ବେଦିକ କଲେଜରେ ହର୍ବାଲ ଗାର୍ଡେନ ଓ ଖେଳ ପଡିଆ ନିର୍ମାଣ ଉପରେ ଆଲୋଚନା♦️ ପ୍ରତିଷ୍ଠାତା ସଭ୍ୟମାନଙ୍କ ପ୍ରତିମୁର୍ତ୍ତି ସ୍ଥାପନକୁ ନେଇ ହେଲା ନିଷ୍ପତ୍ତି   (07-Nov-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ସ୍ୱଚ୍ଛତା, ସାଧୁତା ଓ ଜନସେବାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ରାଜସ୍ୱ ସଚିବଙ୍କ ଆହ୍ୱାନ*   (07-Nov-2026)       ||      *ନବରଙ୍ଗପୁର ଜିଲ୍ଲାରେ ଜୋର ଧରିଛି ମଦ ବିନ୍ଦ ଆନ୍ଦଳନ*   (07-Nov-2026)       ||      ମଣ୍ଡଳ ଗାଁ ରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଶୁଭାରମ୍ଭ    (07-Nov-2026)       ||      ବଲାଙ୍ଗୀର ସରକାରୀ ଆଇଟିଆଇ ଅଧ୍ୟକ୍ଷ ସୁରେଶ କୁମାର ଦଳବେହେରାଙ୍କ ସମ୍ପତ୍ତି ଠାବ♦️ ୨ଟି କୋଠା, ୧୧ଟି ମୂଲ୍ୟବାନ ପ୍ଲଟ୍, ୨୬୩ ଗ୍ରାମ ସୁନା, ୨.୫ କେଜି ରୁପା ଓ ୫.୧୬ ଲକ୍ଷ ଟଙ୍କା ଜବତ   (07-Nov-2026)       ||      ଗୋଦାବରୀଶ ମିଶ୍ର  ଆଦର୍ଶ ପ୍ରାଥମିକ  ବିଦ୍ୟାଲୟ ର ଭିତ୍ତି ପ୍ରସ୍ତର ସ୍ଥାପନ                                                            (07-Nov-2026)       ||      ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ   (07-Nov-2026)       ||      ବଲାଙ୍ଗୀର ସରକାରୀ ଆଇଟିଆଇ ଅଧ୍ୟକ୍ଷଙ୍କୁ ଗିରଫ କଲା ଭିଜିଲାନ୍ସ ଅତିଥି ପ୍ରଶିକ୍ଷକଙ୍କ ଦରମା ନିୟମିତ କରିବାକୁ ନେଉଥିଲେ ୩୦ ହଜାର ଟଙ୍କା ଲାଞ୍ଚ, ଚଢ଼ାଉ ବେଳେ ୫.୧୬ ଲକ୍ଷ ଟଙ୍କା ଜବତ   (06-Nov-2026)       ||      ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନର ୫୦୦ ମିଟର ପରିଧିକୁ ‘ନିଶାମୁକ୍ତ ଅଞ୍ଚଳ’ ଘୋଷଣା ପାଇଁ ପଦକ୍ଷେପ, ନିଶା କବଳରୁ ଯୁବପିଢ଼ିଙ୍କୁ ସୁରକ୍ଷା ଓ ସୁସ୍ଥ ଶିକ୍ଷା ପରିବେଶ ସୃଷ୍ଟି ଉପରେ ଗୁରୁତ୍ୱ   (06-Nov-2026)       ||      ଓଡ଼ିଶାରେ ଆୟୋଜିତ ହେବ ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬   (06-Nov-2026)       ||      ବାବେବିର ସ୍କୁଲ ରେ ମାଧ୍ୟାନ୍ନ ଭୋଜନ ଥାଳି ଧରି ଗାଁ ବୁଲି ଛାତ୍ର ଛାତ୍ରୀ   (06-Nov-2026)       ||      ୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବଲାଙ୍ଗୀର ସରକାରୀ ଆଇଟିଆଇ ଅଧ୍ୟକ୍ଷ ♦️ ୯ ଜଣ ଅତିଥି ପ୍ରଶିକ୍ଷକଙ୍କଠାରୁ ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ଦାବି    (06-Nov-2026)       ||     

HOME   ଜିଲ୍ଲା

ଆଦିବାସୀଙ୍କ ଉପରେ ତଥାକଥିତ ଗୋରକ୍ଷକଙ୍କ ମରଣାନ୍ତକ ଆକ୍ରମଣକୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ତୀବ୍ର ନିନ୍ଦା♦️ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ, ପୀଡ଼ିତଙ୍କୁ ଉନ୍ନତ ଚିକିତ୍ସା, ସୁରକ୍ଷା ଓ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଦାବି

08-Nov-2026



ବଲାଙ୍ଗିର/ଟିଟିଲାଗଡ଼(ପ୍ରେରଣା ଖବର): ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍ ଅନ୍ତର୍ଗତ ବି. ଝାରବେଡ଼ା ଗ୍ରାମର ନିରୀହ ଆଦିବାସୀ ପାତୁ ମୁଣ୍ଡାଙ୍କ ଉପରେ ଗତ ନଭେମ୍ବର ୧ ତାରିଖରେ ଘଟିଥିବା କଥିତ ମରଣାନ୍ତକ ଆକ୍ରମଣ ଘଟଣାକୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ, ବଲାଙ୍ଗିର ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ବିହାର ଓ ଝାଡ଼ଖଣ୍ଡରୁ ଆସିଥିବା ତଥାକଥିତ ଗୋ-ରକ୍ଷକଙ୍କ ଦ୍ୱାରା ଏହି ଆକ୍ରମଣ ହୋଇଥିବା ଅଭିଯୋଗକୁ ନେଇ ଆଦିବାସୀ ସମାଜରେ ଗଭୀର ଉଦବେଗ ପ୍ରକାଶ ପାଇଛି। ସଂଘ ପକ୍ଷରୁ 

ଆଦିବାସୀଙ୍କ ଜୀବନ, ସମ୍ମାନ ଓ ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ କଠୋର ପଦକ୍ଷେପ ନେଉ ପ୍ରଶାସନ

କୁହାଯାଇଛି ଯେ, ଗୋ-ସୁରକ୍ଷା ଅଥବା ଅନ୍ୟ କୌଣସି ଉଦ୍ଦେଶ୍ୟର ଆଳରେ ଆଇନକୁ ନିଜ ହାତକୁ ନେଇ ନିରୀହ ନାଗରିକଙ୍କ ଉପରେ ଆକ୍ରମଣ କରିବା ଏକ ଗୁରୁତର ଅପରାଧ। ଏଭଳି ଘଟଣା ଗଣତାନ୍ତ୍ରିକ ମୂଲ୍ୟବୋଧ, ଆଇନର ଶାସନ, ମାନବିକ ମର୍ଯ୍ୟାଦା ଓ ସାମ୍ବିଧାନିକ ଅଧିକାର ପ୍ରତି ଏକ ଗୁରୁତର ଆହ୍ୱାନ। 

ଏହି ପରିପ୍ରେକ୍ଷୀରେ ଘଟଣାର ନିରପେକ୍ଷ, ସ୍ୱଚ୍ଛ ଓ ସମୟବଦ୍ଧ ତଦନ୍ତ କରି ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ସେମାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଏବଂ ତଦନ୍ତରେ ପ୍ରଯୁଜ୍ୟ ହେଲେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ଅତ୍ୟାଚାର ନିବାରଣ) ଆଇନ, ୧୯୮୯ ଅନୁଯାୟୀ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ଦାବି କରିଛି।
ଏଥିସହିତ ଆହତ ପାତୁ ମୁଣ୍ଡାଙ୍କୁ ସରକାରୀ ଖର୍ଚ୍ଚରେ ଉନ୍ନତ ଓ ନିଃଶୁଳ୍କ ଚିକିତ୍ସା, ତାଙ୍କର ଓ ପରିବାରର ସୁରକ୍ଷା, ଉପଯୁକ୍ତ ଆର୍ଥିକ କ୍ଷତିପୂରଣ ଏବଂ ଆବଶ୍ୟକ ପୁନର୍ବାସ ସହାୟତା ଯୋଗାଇଦେବାକୁ ଦାବି କରାଯାଇଛି। ଏଭଳି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି ସଂଘ ମତପ୍ରକାଶ କରିଛି।
ଆଦିବାସୀଙ୍କ ସରଳତା, ଅସହାୟତା ଓ ଆର୍ଥିକ ଦୁର୍ବଳତାର ସୁଯୋଗ ନେଇ ସେମାନଙ୍କ ଉପରେ ହିଂସା ଓ ଅତ୍ୟାଚାରକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ। ଆଦିବାସୀଙ୍କ ଜୀବନ, ଜୀବିକା, ସମ୍ମାନ, ସ୍ୱାଭିମାନ ଓ ସାମ୍ବିଧାନିକ ଅଧିକାରର ସୁରକ୍ଷା ନିଶ୍ଚିତ କରିବା ସରକାର ଓ ପ୍ରଶାସନର ପ୍ରାଥମିକ କର୍ତ୍ତବ୍ୟ ବୋଲି ସଂଘ ଦୃଢ଼ ମତବ୍ୟକ୍ତ କରିଛି।
ଏହି ଘଟଣାର ତୀବ୍ର ନିନ୍ଦା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଆଇନଗତ କାର୍ଯ୍ୟାନୁଷ୍ଠାନ

ଏବଂ ପୀଡ଼ିତଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ପଦ୍ମନ ପ୍ରଧାନୀ, ସାଧାରଣ ସମ୍ପାଦକ ହେମେନ୍ଦ୍ର ନାଥ ହାଁସଦା, ସଂଗଠନ ସମ୍ପାଦକ ଥବିର ପୂଜାରୀ, ଉପସଭାପତି ଇନ୍ଦ୍ରମଣି ମାଝି, କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ବନଳତା ମାଝି, ନଗର ସଭାପତି ନିତ୍ୟାନନ୍ଦ ମାଝି, ବ୍ଲକ୍ ସଭାପତି ମନରଞ୍ଜନ ଭୋଇ, ରାଜୀବ କୁଅଁର, ସନ୍ତୋଷ ପୁଟା, ଚୌବନ କିଶୋର ମାଝି, ରସିକ ଧରୁଆ, ଭୁବନେଶ୍ୱର କୁଅଁର, ସୁରଥ ଧରୁଆ, ଦଶରଥ ଛତ୍ରିଆ, ବଳଦେବ ଭୋଇ, ପାଳେଶ୍ୱର ଭୋଇ, ଆଦିବାସୀ ନେତା ବିକ୍ରମ ଭୋଇ, ରାମଚନ୍ଦ୍ର ମୁର୍ମୁ, ସାରଥୀ ବାଗ, ରାମ ଶବର, ଅମର ସିଂ ମାଝି, ଶ୍ରୀମତୀ ଲକ୍ଷ୍ମୀ ଶବର ଓ ଶୁଭ ଛତ୍ରିଆ ପ୍ରମୁଖ ମିଳିତ ଭାବେ ଦାବି ଜଣାଇଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଦିବାସୀଙ୍କ ଉପରେ ତଥାକଥିତ ଗୋରକ୍ଷକଙ୍କ ମରଣାନ୍ତକ ଆକ୍ରମଣକୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ତୀବ୍ର ନିନ୍ଦା♦️ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ, ପୀଡ଼ିତଙ୍କୁ ଉନ୍ନତ ଚିକିତ୍ସା, ସୁରକ୍ଷା ଓ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଦାବି   08-Nov-2026
  ଜିଲ୍ଲା  
ମୁରିବାହାଲ ବ୍ଲକ ଦେଶିଲ ଖେଳ ପଡିଆରେ ମା ବସ୍ତ୍ରେନ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଜିତିଲା ମାଲିଝେର ଟିମ୍   08-Nov-2026
  ଜିଲ୍ଲା  
ସତଲମା ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖାଦ୍ୟ ମେଳା-୨୦୨୬ ଅନୁଷ୍ଠିତ   07-Nov-2026
  ଜିଲ୍ଲା  
ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ : ପାଣି ଭିତରେ ଥିବା ଦଳରେପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ : ପାଣି ଭିତରେ ଥିବା ଦଳରେ ଛନ୍ଦି ହୋଇଥିବା ସନ୍ଦେହ   07-Nov-2026
  ଜିଲ୍ଲା  
ସରକାରୀ ଆବାସ ଗୃହ ନିର୍ମାଣ ସମୀକ୍ଷା ବେଳେ ଏଡିଓଙ୍କୁ ଆକ୍ରମଣ, ମେଟ୍ ଗିରଫ   07-Nov-2026
  ଜିଲ୍ଲା  
ବାଲିଗୁଡ଼ାରେ ‘ଥିଲେ ଦିଅ, ନଥିଲେ ନିଅ’ କାର୍ଯ୍ୟକ୍ରମ : ବସ୍ତ୍ରଦାନ ଓ ସହଯୋଗର ନିଆରା ପ୍ରୟାସ   07-Nov-2026
  ଜିଲ୍ଲା  
ଆଶ୍ରାର ଦିବ୍ୟାଙ୍ଗ ଭାଇଭଉଣୀଙ୍କ ସହ ଦୀପାବଳି ପାଳନ କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ   07-Nov-2026
  ଜିଲ୍ଲା  
ସରକାରୀ ପି ଏମ ଶ୍ରୀ ସ୍କୁଲ ସୋଲବନ୍ଧରେ ବିଜ୍ଞାନ ମେଳା   07-Nov-2026
  ଜିଲ୍ଲା  
ଆୟୁର୍ବେଦିକ କଲେଜରେ ହର୍ବାଲ ଗାର୍ଡେନ ଓ ଖେଳ ପଡିଆ ନିର୍ମାଣ ଉପରେ ଆଲୋଚନା♦️ ପ୍ରତିଷ୍ଠାତା ସଭ୍ୟମାନଙ୍କ ପ୍ରତିମୁର୍ତ୍ତି ସ୍ଥାପନକୁ ନେଇ ହେଲା ନିଷ୍ପତ୍ତି   07-Nov-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ସ୍ୱଚ୍ଛତା, ସାଧୁତା ଓ ଜନସେବାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ରାଜସ୍ୱ ସଚିବଙ୍କ ଆହ୍ୱାନ*   07-Nov-2026
  ଜିଲ୍ଲା  
*ନବରଙ୍ଗପୁର ଜିଲ୍ଲାରେ ଜୋର ଧରିଛି ମଦ ବିନ୍ଦ ଆନ୍ଦଳନ*   07-Nov-2026
  ଜିଲ୍ଲା  
ମଣ୍ଡଳ ଗାଁ ରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଶୁଭାରମ୍ଭ   07-Nov-2026

You Might Also Like