-+91-9937148622 |
prerana_bgr@rediffmail.com |
Monday 9th November 2026 |
R.N.I. Regd No. ODIODI/2010/46693
Breaking News
09-Nov-2026
(ଡୋଲେଶ୍ୱର ବାଗ )
ନୂଆପଡା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ କୋଟେନଚୁଆଁ ସରକାରୀ ହାଇସ୍କୁଲର ଆଦର୍ଶ ଶିକ୍ଷକ ନିଜର ଶିକ୍ଷାଦାନ କ୍ଷେତ୍ରରେ ଉତ୍କର୍ଷତା, ନିଷ୍ଠା ଓ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର -୨୦୨୫ ନିମନ୍ତେ ଗଣିତ ବିଷୟରେ ଶିକ୍ଷକ ଶ୍ରୀ ସଞ୍ଜୟ କୁମାର ମେହେର ମନୋନୀତ ହୋଇଛନ୍ତି। ଏସ୍.ଏସ୍.ଡି. ବାଳିକା ଉଚ୍ଚ ବିଦ୍ୟାଳୟ, କୋଟେନଚୁଆଁ, ନୂଆପଡ଼ାରେ ଟିଜିଟି-ପିସିଏମ୍ ଶିକ୍ଷକ ଭାବେ କାର୍ଯ୍ୟରତ।ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ମେହେର ଏହା ପୂର୍ବରୁ ଜୋନାଲ୍ ସ୍ତରରେ ଶ୍ରେଷ୍ଠ ଶିକ୍ଷକ ପୁରସ୍କାର ହାସଲ କରି ନିଜର ଶିକ୍ଷାଦାନ ଦକ୍ଷତା ଓ କର୍ତ୍ତବ୍ୟନିଷ୍ଠାର ପରିଚୟ ଦେଇଛନ୍ତି। ଏବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ମନୋନୀତ ହେବା ତାଙ୍କର ଶିକ୍ଷକ ଜୀ ବନରେ ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡ଼ିଛି।ତାଙ୍କର ଏହି ସଫଳତାରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ, ସହକର୍ମୀ ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରୀ ଓ ଶୁଭେଚ୍ଛୁମାନଙ୍କ ତଥା ବୁଦ୍ଧିଜୀବି ମହଳରୁ ଶୁଭେଚ୍ଛା ବାର୍ତ୍ତା ଆସୁଥିବା ସହ ତାଙ୍କର ଅଭିଜ୍ଞତା ଏବଂ ଶିକ୍ଷାଦାନ ଶୈଳୀକୁ ନେଇ ଚର୍ଚ୍ଚା ହେଉଛି ।