-+91-9937148622 |
prerana_bgr@rediffmail.com |
Monday 9th November 2026 |
R.N.I. Regd No. ODIODI/2010/46693
Breaking News
09-Nov-2026
ବଲାଙ୍ଗିର(ପ୍ରେରଣା ଖବର): ରବିବାର ପବିତ୍ର ଦିପାବଳି ଦିନ ପର୍ଯ୍ୟଟନସ୍ଥଳୀ ଭୀମଡୁଙ୍ଗୁରୀଠାରେ ଦ୍ୱାଦଶ ଭୀମପାହାଡ ମହୋତ୍ସବ-୨୦୨୬ ଆରମ୍ଭ ହୋଇଯାଇଛି । ରବିବାର ଅପରାହ୍ନରେ ଶତାଧିକ ମହିଳାଙ୍କର କଳଶ ଓ ମଶାଳ ଶୋଭାଯାତ୍ରାରୁ ମହୋତ୍ସବର ଆରମ୍ଭ ହୋଇଛି । ଦେଓଗାଁ ବ୍ଲକର ବିଭିନ୍ନ ଗ୍ରାମରୁ ଆସିଥିବା ହଜାର ସଂଖ୍ୟାରେ ପୁରୁଷ/ମହିଳା କଳସ ଓ ମଶାଳ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ପାହାଡ ଉପରେ
ଥିବା ଭୀମାବୁଢାଙ୍କ ଗୁମ୍ଫାରୁ ମଶାଳ ଅଣାଯାଇ ମଣ୍ଡପରେ ସ୍ଥାପିତ ହୋଇଥିଲା । ପୂଜକ ହଳଧର କୁଅଁରଙ୍କ ନେତୃତ୍ୱରେ ଶତାଧିକଲୋକ ମଶାଳକୁ ଶୋଭାଯାତ୍ରାରେ ଆଣିଥିଲେ ଓ ପାହାଡତଳେ ମୁଖ୍ୟଅତିଥି ଭାବରେ ଯୋଗଦେଇଥିବା ବଲାଙ୍ଗୀର ଜିଲ୍ଲା ମୁଖ୍ୟକୃଷିଅଧିକାରୀ ଧିରେନ୍ଦ୍ର ସିଂବରିହା ଓ ଜିଲ୍ଲା ପର୍ଯ୍ୟଟନଅଧିକାରୀ ଶ୍ରୀମତୀ ତଲ୍ଲୀନା ପଧାନ ଭୀମାବୁଢାଙ୍କର ମଶାଲକୁ ଗ୍ରହଣ କରି ମଣ୍ଡପରେ ସ୍ଥାପନ କରିଥିଲେ । ଭୀମପାହାଡ ମହୋତ୍ସବ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ମେହେର,ସଭାପତି ପ୍ରମୋଦ ବହିଦାର, ସଂପାଦକ ଗୋବର୍ଦ୍ଧନ ସାହୁ (ଟିକେ), କୋଷାଧ୍ୟକ୍ଷ ଅଭିମନ୍ୟୁ ମାଝୀ ମଶାଳ ଶୋଭାଯାତ୍ରାରେ ନେତୃତ୍ୱ ନେଇଥିବା ବେଳେ ଓ ମକୁନ୍ଦପୁର ସରପଞ୍ଚ ଜାନକି ସାହୁ, ପ୍ରହରୀ କମିଟିର ସଭାପତି ଦୟାସାଗର ମହାକୁର, ରାଜେଶ ନାଏକ କଳଶଶୋଭାଯାତ୍ରାରେ ନେତୃତ୍ୱ ନେଇଥିଲେ । ଭୀମଡୁଙ୍ଗୁରୀ, ମକୁନ୍ଦପୁର, ବନ୍ଧପାଲି, ରୁଗୁଡିପାଲି,ଜରାସିଂହା ଦେଷଣ୍ଢ ପ୍ରଭୃତି ୨୧ ଖଣ୍ଡଗ୍ରାମର ମହିଳାମାନେ ଏହି କଳସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ୨୪ ପ୍ରହରୀ ନାମଯଜ୍ଞ ପାଇଁ ସ୍ଥାନୀୟ ଭୀମକଟାଠାରୁ ମହିଳାମାନେ କଳସରେ ଜଳ ଆଣି ପ୍ରହରୀମଣ୍ଡପରେ ସ୍ଥାପନ କରିଥିଲେ । ପରେ ସଂଧ୍ୟାରେ ପେଣ୍ଡାଲରେ ମହୋତ୍ସବ ଆୟୋଜିତ ହୋଇ ଥିଲା । ଏଥିରେ ଓଡିଶାର ସ୍ୱନାମଧନ୍ୟ ବିଶିଷ୍ଟ କଣ୍ଠଶିଲ୍ପୀ ଦୁଃଖିଶ୍ୟାମ ତ୍ରିପାଠୀଙ୍କୁ
ଭୀମପାହାଡ ସମ୍ମାନ-୨୦୨୬ ପ୍ରଦାନ କରାଯାଇଥିଲା । ମାନପତ୍ର,ଉପଢୌକନ ଓ ମେମେଣ୍ଟୋଦେଇ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ବିଶିଷ୍ଟ କଳାକାର ରବିନ୍ଦ୍ର କୁମାର ସାହୁ ଓ ତାଙ୍କ ଟିମଦ୍ୱାରା କଂସଦରବାର ମଧ୍ୟ ଆରମ୍ଭ ହୋଇଥିଲା । ବିଭିନ୍ନ ସାଂସ୍କୃତିକ ଦଳଦ୍ୱାରା ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହୋତ୍ସବ କମିଟିର ଉପଦେଷ୍ଟା ଶୈଳେନ୍ଦ୍ର କୁମାର ସାହୁ,ନନ୍ଦିକିଶୋର ନାଏକ, ପଙ୍କଜ ବଗର୍ତ୍ତି, ପିତବାସ ବିଶି,ଜଗତ କୁଅଁର,ଜୟଚନ୍ଦ୍ର ନାଏକ,ଜତନ ବାରିକ, ଯୁବରାଜ ସାହୁ, ଝସକେତନ ଜାନୀ ପ୍ରମୁଖଙ୍କ ସହିତ ଶତାଧିକ ଯୁବକ ସହ ଯୋଗ କରିଥିଲେ । ଚଳିତବର୍ଷ ଦେଷଣ୍ଢ ଚାନ୍ଦିଲି ମହୋତ୍ସବ କମିଟି ଓ ଜରାସିଂହାର ପାଟଖଣ୍ଡା ମହୋତ୍ସବ କମିଟିର ସଦସ୍ୟ/ସଦସ୍ୟାମାନେ ମଧ୍ୟ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।