-+91-9937148622 |
prerana_bgr@rediffmail.com |
Sunday 8th November 2026 |
R.N.I. Regd No. ODIODI/2010/46693
Breaking News
08-Nov-2026
ସିନ୍ଧେକେଲା(ପ୍ରେରଣା ଖବର): ବଙ୍ଗୋମୁଣ୍ଡା ବ୍ଲକ୍ ଅନ୍ତର୍ଗତ ସିନ୍ଧେକେଳା ଅଞ୍ଚଳସ୍ଥିତ ଚାନ୍ଦିଲି ପାହାଡ ରେ ପବିତ୍ର ଦୀପାବଳୀ ଉତ୍ସବ ପରିପ୍ରେକ୍ଷୀରେ "ସମୃଦ୍ଧ ଭାରତ ସେବା ଫାଉଣ୍ଡେସନ"ତରଫରୁ ଭିତ୍ତିପ୍ରସ୍ତର ସ୍ଥାପନ ଉଦ୍ଦେଶ୍ୟରେ ଶ୍ରୀ ଶ୍ରୀ ଝାଡେଶ୍ୱର ମହାଦେବଙ୍କୁ ପୂଜାର୍ଚ୍ଚନା କରାଯାଇ ,ବୃକ୍ଷରୋପଣ ସହ ପରିବେଶ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରାଯାଇଥିଲା।
ବଙ୍ଗୋମୁଣ୍ଡା ବ୍ଲକ୍ ଅଧ୍ୟକ୍ଷ ପ୍ରତିନିଧି ତଥା ସମାଜସେବୀ ଶ୍ରୀ ଭୋଲାନାଥ ବେହେରା ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବରେ ସମାଜସେବୀ ତଥା ମନ୍ଦିର କମିଟି ସମ୍ପାଦକ ଶ୍ରୀ ବିଷମ ସାହୁ, ଶ୍ରୀ ସତ୍ୟସାଇ ଭଜନ ମଣ୍ଡଳୀର ଆବାହକ ଶ୍ରୀ ବିଦ୍ୟାଧର ସାହୁ, ତେନ୍ତୁଳିଖୁଣ୍ଟି କ୍ରିକେଟ୍ କ୍ଲବ୍ ସଭାପତି,ସମାଜସେବୀ ତଥା ଯୁବନେତା ଶ୍ରୀ ସୁଜିତ କୁମାର ବେହେରା,ଶିକ୍ଷକ ଶ୍ରୀକାନ୍ତ ବାରିକ , ସମାଜସେବୀ ତଥା ବ୍ୟବସାୟୀ ଶ୍ରୀ ଜଗଦୀଶ ରାଓ ଆଦି ଯୋଗଦାନ୍ କରିଥିଲେ। ଅନୁଷ୍ଠିତ ଆଲୋଚନା ସଭାରେ ବ୍ଲକ୍ ଅଧ୍ୟକ୍ଷ ପ୍ରତିନିଧି ଶ୍ରୀ ବେହେରା "ସମୃଦ୍ଧ ଭାରତ ସେବା ଫାଉଣ୍ଡେସନ" ମାଧ୍ୟମରେ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ତଥା ମାନବ କଲ୍ୟାଣ ଦିଗରେ ସେବା କାର୍ଯ୍ୟ କରିବାକୁ ସଂସ୍ଥା ର କର୍ମକର୍ତ୍ତାମାନଙ୍କୁ ଆହ୍ୱାନ ଦେଇଥିଲେ। ସେହିପରି
ଯୁବ ନେତା ଶ୍ରୀ ବେହେରା ସଂସ୍ଥା ର ଉନ୍ନତି ଭବିଷ୍ୟତ ପାଇଁ କାମନା କରିଥିବା ବେଳେ ଶ୍ରୀ ରାଓ ସେବା ହିଁ ପରମ ଧର୍ମ ଆଉ ଶ୍ରୀ ସାଇବାବା ଙ୍କ ନିଃସ୍ଵାର୍ଥ ସେବା ବିଷୟ ରେ ବ୍ୟାଖ୍ୟା କରି, ଏହି ଫାଉଣ୍ଡେସନ ସେ ଦିଗରେ ସେବା କାର୍ଯ୍ୟକରିବାର ବିଚାର କୁ ପ୍ରଶଂସା କରିଥିଲେ। ଏହି ପରିପେକ୍ଷୀରେ ସଂସ୍ଥା ର ନିର୍ଦ୍ଦେଶକ ଶ୍ରୀ ବିଷମ ସାହୁ,ଆଧ୍ୟାତ୍ମିକ ମାର୍ଗ ତଥା ସମାଜ ର ଉନ୍ନତି ପାଇଁ ବିଭିନ୍ନ ଦିଗ ଉପରେ ଆଲୋକପାତ କରି ,ସଂସ୍ଥା ର ପ୍ରତିଷ୍ଠାତା ଶ୍ରୀ ରମେଶ ଚନ୍ଦ୍ର ସାହୁଙ୍କ ସମାଜ ସେବା ପ୍ରତି ନିଃସ୍ଵାର୍ଥ ସେବା,ଦୃଢ଼ତା ଓ ସଂକଳ୍ପ ର ଫଳ ହିଁ "ସମୃଦ୍ଧ ଭାରତ ସେବା ଫାଉଣ୍ଡେସନ"ର ଉଦ୍ଦେଶ୍ୟ ବୋଲି ବର୍ଣ୍ଣନା କରିଥିଲେ। ସମାଜସେବୀ ଶ୍ରୀ କ୍ଷମା ସାଗର ସାହୁ ଆଲୋଚନାଚକ୍ର ପରିଚାଳନା କରୁଥିବା ବେଳେ ପ୍ରତିଷ୍ଠାତା, ଟ୍ରେଡ ୟୁନିଅନ ଲିଡର , ସମାଜ ସଂସ୍କାରକ ତଥା ସମାଜସେବୀ ଶ୍ରୀ ସାହୁ ସଂସ୍ଥା ର ଉଦ୍ଦେଶ୍ୟ, ଲକ୍ଷ୍ୟ, ରଣନୀତି, କାର୍ଯ୍ୟପ୍ରଣାଳୀ ତଥା ବ୍ୟକ୍ତିବିଶେଷ,ସମାଜ ତଥା ଦେଶ ର ପ୍ରଗତି ରେ ସଂସ୍ଥା ର ବିଭିନ୍ନ ଭୂମିକା ବିଷୟରେ ପୁଙ୍ଖାନୁପୁଙ୍ଖ ବିବରଣୀ ଦେଇ, ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।
ଏହି ଅବସରରେ ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀ ସାହୁ ନିଜ ଉଦବୋଧନରେ କହିଥିଲେ ଯେ “ସମସ୍ତଙ୍କ ଆଶୀର୍ବାଦ, ସହଯୋଗ ଆଉ ଭଗବାନଙ୍କ କୃପାରୁ ଦେଶର ସମୃଦ୍ଧି ରେ ସଂସ୍ଥା ଦ୍ୱାରା ଯାହା ହେବ, ଯେ କୌଣସି ମାଧ୍ୟମରେ ଛୋଟ ହେଉ କି ବଡ଼ ହେଉ, ଯୋଗଦାନ କରିବା ର ଅଗ୍ରୀମ ଭୂମିକା ନେବା ହିଁ ଲକ୍ଷ୍ୟ କହିଥିବା ବେଳେ ଗାଁ ରୁ ମହାନଗରୀ ଯାଏଁ ଆଗାମୀ ଦିନରେ ଏହି ଅନୁଷ୍ଠାନ ବିକଶିତ ଭାରତ ଗଢ଼ିବାରେ ବହୁତ ବୃହତ୍ କାମ ନ କରିଲେ ସୁଦ୍ଧା, ପ୍ରଭୁ ରାମଙ୍କ ସେତୁ ନିର୍ମାଣରେ ଗୁଣ୍ଡିଚା ମୂଷାର ଯେମିତି ଭୂମିକା ଥିଲା, ସେତିକି ସଦୃଶ ହେଲେ ମଧ୍ୟ କରିବାର ଦୃଢ଼ୋକ୍ତି
ପରିପ୍ରକାଶ କରିଛନ୍ତି ।ପ୍ରତିଷ୍ଠାତା ଶ୍ରୀ ସାହୁ ଙ୍କ ପରୋପକାରୀ ତଥା ସମାଜସେବୀ ପିତା ଶ୍ରୀ ଯଦୁମଣି ସାହୁ ତଥା ଧର୍ମପରାୟଣ ମାତା ଶ୍ରୀ ଅନୁସୁୟା ସାହୁ ପୂଜାର୍ଚ୍ଚନା କାର୍ଯ ସମାପନ କରିଥିଲେ। ଏହି କାର୍ଯ୍ଯକ୍ରମ ରେ ସାଇ ଅନୁଷ୍ଠାନ ସିନ୍ଧେକେଲା ଭଜନ ମଣ୍ଡଳୀର , ଯୁବସମାଜ ବର୍ଗ, ମନ୍ଦିର କମିଟି କର୍ମକର୍ତା ତଥା ସଂସ୍ଥା ର କର୍ମକର୍ତ୍ତା କର୍ମକର୍ତ୍ତା ସମେତ ଅନ୍ୟାନ୍ୟ ସ୍ଥାନୀୟ ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ।