-+91-9937148622 |
prerana_bgr@rediffmail.com |
Tuesday 10th November 2026 |
R.N.I. Regd No. ODIODI/2010/46693
Breaking News
10-Nov-2026
ବଲାଙ୍ଗୀର (ପ୍ରେରଣା ଖବର): ପୁଇନ୍ତଲା ବ୍ଲକ୍ ଅନ୍ତର୍ଗତ ଭାଲେର କ୍ଲଷ୍ଟର ର ପଞ୍ଚମ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ,ଭାଲେର ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ କ୍ଲଷ୍ଟର ର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଏଫ୍ ଏଲ୍ ଏନ୍ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇ
ଥିଲେ । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ଗୁରୁଙ୍କ କରକମଳରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଅନୁଷ୍ଠାନିକ ଭାବେ ଉଦଘାଟନ ହୋଇଥିଲା।
ବିଦ୍ୟାଳୟର ବରିଷ୍ଟ ଶିକ୍ଷକ ଅନୀଲ ରଣା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହାପରେ କ୍ଲଷ୍ଟର ସି ଆର ସି ସି ପ୍ରଭାକର ମହାପାତ୍ର ଓ ସି ଆର୍ ଜି ଅର୍ଚ୍ଚନା ପଟେଲ୍ ଚାରୋଟି ପିରିୟଡ଼ ରେ ସ୍ଥିରୀକୃତ ବିଷୟ ଗୁଡିକୁ ଆଲୋଚନ କରିଥିଲେ। ଡୀ କୋଡ଼ିଁ, ପଠନ, ଶିକ୍ଷଣ ସୋପାନ ଓ ଅନ୍ୟାନ୍ୟ ବିଷୟ ଗୁଡିକୁ ଆଲୋଚନ କରାଯାଇଥିଲା। ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ପ୍ରତୀକ ପାଣିଗ୍ରାହୀ, ସୁଶୀଲ ସର୍ବନ୍, ପ୍ରଦିପ ଥାପା ଓ ଅନ୍ଯ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହଯୋଗରେ ବୈଠକ ସୁସଂଗଠିତ ଭାବେ ସମାପନ ହୋଇଥିଲା ।