-+91-9937148622 |
prerana_bgr@rediffmail.com |
Tuesday 10th November 2026 |
R.N.I. Regd No. ODIODI/2010/46693
Breaking News
09-Nov-2026
ଟିଟିଲାଗଡ - ସହରର ସମାଜସେବୀ ସଙ୍ଗଠନ ଟିଟିଲାଗଡ ବିକାଶ ସେନାର ସଦସ୍ୟ ଦିବ୍ୟଙ୍କ ଛାତ୍ର ଛାତ୍ରୀଙ୍କ ଗହଣରେ ଦୀପାବଳି ପାଳନ କରିଛନ୍ତି । ସ୍ଥାନୀୟ ଏସସିଡି ଭିନ୍ନକ୍ଷମ ବିଦ୍ୟାଳୟରେ ବିକାଶ ସେନା ସଭାପତି ଇଂ ଅମ୍ଳାନ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ପ୍ରଥମେ ଦୀପ ପ୍ରଜ୍ୱଳନ କରି ଆତିସବାଜି କରାଯାଇ ଥିଲା। ପରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ମିଠା ଏବଂ ଉପହାର ପ୍ରଦାନ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍କୁଲର କର୍ମଚାରୀଙ୍କ ସମେତ ଶୁଭମ୍ ଆଚାର୍ଯ୍ୟ, ପ୍ରଦୀପ ନାରାୟଣ ଦାସ, ଚନ୍ଦନ ପଣ୍ଡା, ସମୀର ମନହୀରା, ସୁବ୍ରତ ଭାଟି, ଝସକେତନ ଛତର, ଆସିଫ ଖାନ, ମଞ୍ଜୀତ ସିଂ ବରିହା,ପ୍ରେମ ସାହୁ, ଅରୂପ ସୁନା,ସଞ୍ଜୟ ମହାରଣା, ପ୍ରଦୀପ ନାଗ, ହିତେନ ବାଗ, ପ୍ରତ୍ୟୁଷ ଦାସ, ଆଲୋକ ୟାଦବ,ରାଜୀବ ଗୁରୁ, ରାକେଶ ସାହୁ, ତପନ ବଗର୍ତ୍ତି, ବଳରାମ ପୁଟେଲ, ସୋମନାଥ ବେହେରା, ଶୁଭମ୍ ବେହେରା, ସୋମ ପ୍ରଧାନ, ୟୁବରାଜ ମାଝୀ, ଶାଶ୍ୱତ ଦାସ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ କମିଟି ନେତ୍ରୁବୃନ୍ଦ ଉପସ୍ଥିତ ରହିଥିଲେ। ତେବେ ସମସ୍ତେ ଦୀପାବଳି କେବଲ ନିଜ ପରିବାର ସହିତ ପାଳନ କରୁଥିବା ବେଳେ ବିକାଶ ସେନା ସଦସ୍ୟ ପ୍ରତିବର୍ଷ ଏହି ଡିବ୍ୟାଙ୍ଗ ଙ୍କ ସହ ଦୀପାବଳି ପାଳନ କରିବା ସମସ୍ତ ଯୁବ ପିଢ଼ି ଙ୍କ ପାଇଁ ଏକ ଉଦାହରଣ ବୋଲି ଏସସିଡିର ପୂର୍ବତନ ସମ୍ପାଦିକା ଅଞ୍ଜଳି ବେହେରା ପ୍ରଶଂସା କରିଛନ୍ତି।