-+91-9937148622 |

prerana_bgr@rediffmail.com |

  Tuesday 10th November 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରରେ ଗୋପାଳଜୀ ମନ୍ଦିରରେ ଦକ୍ଷିଣ କାଳୀ ପୂଜା, ପାଟଣେଶ୍ୱରୀ ପୀଠକୁ ନେଇ ବିବାଦ ମଧ୍ୟରେ ଉଠିଲା ନୂଆ ପ୍ରଶ୍ନ!   (10-Nov-2026)       ||      ସଇଁତଳା ଥାନା ସମ୍ମୁଖରେ ଜଗନ୍ନାଥ୍ ଏକ୍ସପ୍ରେସ ବସ୍ ଓ ଟ୍ରକ୍ ଧକ୍କା ଘଟଣା - ଏକ ନମ୍ବର ସିଟରେ ବସିଥିବା ସତ୍ୟଭାମା ସାହୁଙ୍କୁ ମୁଣ୍ଡରେ ଲାଗିଛି ଗଭିର ଆଘାତ - ପଡ଼ିଲା ୧୬ ଷ୍ଟିଚ   (10-Nov-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ବିଜ୍ଞାନ ଦିବସ ପାଳିତ   (10-Nov-2026)       ||      କେଲିଆ ଶୈବପୀଠ ରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ବୈଠକ   (10-Nov-2026)       ||      ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଗ୍ରାମବାସୀ   (10-Nov-2026)       ||      ଝରିଗାଁ କୋର୍ଟ ପରିସରରେ ଆଇନଜୀବି ଉପରେ ଆକ୍ରମଣ କୁ ଦୃଢ଼ ନିନ୍ଦା କଲେ ଡାବୁଗାଁ ଆଇନଜୀବୀମାନେ   (10-Nov-2026)       ||      ବିନିକା କଂସାରୀପଡ଼ାରେ ମହା ଆଡ଼ମ୍ବରରେ ପାଳିତ ହେଲା ଗିରି ଗୋବର୍ଦ୍ଧନ ପୂଜା,ବିରାଟ ଶୋଭାଯାତ୍ରାରେ କମ୍ପିଲା ସହର   (10-Nov-2026)       ||      ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ   (10-Nov-2026)       ||      *ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ ଭେଟିଲେ ବୁଟିଆଗୁଡାର ଅଲେଖ ଭକ୍ତ, ମହିମା ମନ୍ଦିରର ଉନ୍ନତି ନେଇ ଆଲୋଚନା*   (10-Nov-2026)       ||      ମୁଡ଼ଶୁଣ୍ଢୀ ରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (10-Nov-2026)       ||      ସ୍ବାଧିନତା ସଂଗ୍ରାମୀ ଭାଗୀରଥୀ ପଟ୍ଟନାୟକ ଓ ଜମ୍ବୁବତୀ ଦେବୀଙ୍କ ଜନ୍ମ ଜୟନ୍ତୀ   (10-Nov-2026)       ||      କଂସଦରବାର,ସାଂସସ୍କୃତିକବିଚିତ୍ରାରେ ଦୁଲୁକିଲା ଭୀମପାହାଡ ମହୋତ୍ସବ   (10-Nov-2026)       ||      ଦିବ୍ୟାଙ୍ଗଙ୍କ ସହିତ ଦୀପାବଳି ପାଳନ କଲା ଟିଟିଲାଗଡ ବିକାଶ ସେନା   (09-Nov-2026)       ||      ମଲମୁଣ୍ଡା କ୍ଲଷ୍ଟରରେ ପଞ୍ଚମ ମାସିକ ବୈଠକ    (09-Nov-2026)       ||      ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂସଦୀୟ କାର୍ଯ୍ୟପ୍ରଣାଳୀ, ନେତୃତ୍ୱ ଓ ଦକ୍ଷତା ଵୃଦ୍ଧି ପାଇଁ ଏକ ଅଭିନଵ କାର୍ଯ୍ୟକ୍ରମ - ମଡେଲ ପାର୍ଲାମେଣ୍ଟ    (09-Nov-2026)       ||      ପାଟଣେଶ୍ୱରୀ ମନ୍ଦିର ପାରଂପାରିକ ରୀତିନୀତିରେ ସମ୍ପୁର୍ଣ୍ଣ ହେଲା କାଲିପୂଜା   (09-Nov-2026)       ||      ମାଣ୍ଡେଲ ଗ୍ରାମରେ କୁଲତା ସମାଜର ଜିଲ୍ଲା ଓ ଆଞ୍ଚଳିକ କମିଟିର ସମାବେଶ ଏବଂ ବନ୍ଧୁ ମିଳନ କାର୍ଯ୍ୟକ୍ରମ   (09-Nov-2026)       ||      *ବରୀ ବ୍ଲକ୍ କାର୍ଯ୍ୟାଳୟରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ: ୯୨ଟି ଅଭିଯୋଗ ପତ୍ର ମଧ୍ୟରୁ ୨୦ଟିର ତୁରନ୍ତ ସମାଧାନ*   (09-Nov-2026)       ||      ବିନିକା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୬୬ଟି ଦରଖାସ୍ତ ଗ୍ରହଣ   (09-Nov-2026)       ||      ଓଡିଶା ବିଜ୍ଞାନ ଏକାଡେମୀ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ, ଓଡିଶା ସରକାରଙ୍କ ଦ୍ଵାରା ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ   (09-Nov-2026)       ||     

HOME   ଜିଲ୍ଲା

ବଲାଙ୍ଗୀରରେ ଗୋପାଳଜୀ ମନ୍ଦିରରେ ଦକ୍ଷିଣ କାଳୀ ପୂଜା, ପାଟଣେଶ୍ୱରୀ ପୀଠକୁ ନେଇ ବିବାଦ ମଧ୍ୟରେ ଉଠିଲା ନୂଆ ପ୍ରଶ୍ନ!

10-Nov-2026



ଦେବୋତ୍ତର ବିଭାଗର ନିଷ୍ପତ୍ତିକୁ ନେଇ ଚର୍ଚ୍ଚା, ଫଟୋଚିତ୍ର ସ୍ଥାପନ କରି ପୂଜା ଆୟୋଜନକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଦ୍ୱନ୍ଦ୍ୱ
ବଲାଙ୍ଗୀର: ବଲାଙ୍ଗୀରର ଆରାଧ୍ୟ ଦେବୀ ମା' ପାଟଣେଶ୍ୱରୀଙ୍କ ପୀଠକୁ ନେଇ ଗତ କିଛିଦିନ ଧରି ଚାଲିଥିବା ବିବାଦ ମଧ୍ୟରେ ଗୋପାଳଜୀ ମନ୍ଦିର ପରିସରରେ ଦକ୍ଷିଣ କାଳୀ ପୂଜା ଆରମ୍ଭ ହୋଇଛି। ମା' ପାଟଣେଶ୍ୱରୀଙ୍କ ବିଗ୍ରହ ପ୍ରତିଷ୍ଠା ଓ ପୂଜାପାଠକୁ ନେଇ ଉପୁଜିଥିବା ବିବାଦ ପରେ ଏହି ପୂଜା ଆୟୋଜନକୁ ନେଇ ଏବେ ସହରରେ ବିଭିନ୍ନ ଚର୍ଚ୍ଚା ଜୋର ଧରିଛି।
ସୂଚନା ଅନୁଯାୟୀ, ପାଟଣେଶ୍ୱରୀ ମନ୍ଦିରର ପୂଜକ ମହେନ୍ଦ୍ର କୁମାର ଦିଶ୍ରୀଙ୍କୁ ପୂଜାକାର୍ଯ୍ୟରୁ ବାଦ୍ ଦିଆଯିବା ପରେ ଦେବୋତ୍ତର ବିଭାଗ ପକ୍ଷରୁ ତାଙ୍କୁ ଗୋପାଳଜୀ ମନ୍ଦିରରେ ପୂଜାକାର୍ଯ୍ୟ କରିବାକୁ ସୁଯୋଗ ଦିଆଯାଇଥିବା କୁହାଯାଉଛି। ଏହାପରେ ଗୋପାଳଜୀ ମନ୍ଦିର ପରିସରରେ ମା' ପାଟଣେଶ୍ୱରୀଙ୍କ ଫଟୋଚିତ୍ର ସ୍ଥାପନ କରାଯାଇ ଦକ୍ଷିଣ କାଳୀ ପୂଜା ଆରମ୍ଭ ହୋଇଛି।
ତେବେ ଏଠାରେ ଏକ ବଡ଼ ପ୍ରଶ୍ନ ଉଠୁଛି। ଯେଉଁମାନେ ପୂର୍ବରୁ ପାଟଣେଶ୍ୱରୀ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠାକୁ ନେଇ ଆପତ୍ତି ଉଠାଇଥିଲେ, ସେମାନେ ଏବେ ଗୋପାଳଜୀ ମନ୍ଦିରରେ ମା'ଙ୍କ ଫଟୋଚିତ୍ର ସ୍ଥାପନ କରି ପୂଜା କରୁଥିବା ଘଟଣାକୁ କିପରି ଦେଖାଯିବ? ଏହାକୁ ନେଇ ଦେବୋତ୍ତର ବିଭାଗ କ'ଣ ମତ ରଖିବ, ତାହା ଏବେ ଆଲୋଚନାର ବିଷୟ ପାଲଟିଛି।
ଏହି ପ୍ରସଙ୍ଗରେ ଜନସାଧାରଣଙ୍କ ମଧ୍ୟରେ ମଧ୍ୟ ବିଭିନ୍ନ ମତ ପ୍ରକାଶ ପାଉଛି। ତେବେ ମା'ଙ୍କ ପୂଜା ଓ ଧାର୍ମିକ ଭାବନାକୁ କୌଣସି ପରିସ୍ଥିତିରେ ବାଧାପ୍ରାପ୍ତ କରାଯିବା ଉଚିତ୍ ନୁହେଁ ବୋଲି ଅନେକ ଶ୍ରଦ୍ଧାଳୁ ମତ ରଖିଛନ୍ତି।
ଅନ୍ୟପକ୍ଷରେ, ଗୋପାଳଜୀ ମନ୍ଦିରରେ ଦକ୍ଷିଣ କାଳୀ ପୂଜା ଶ୍ରଦ୍ଧା ଓ ଭକ୍ତିର ସହ ଚାଲିଥିବା ବେଳେ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟ ଜମୁଛି। ପୂଜାର ନୀତିକାନ୍ତି ସୁଚାରୁରୂପେ ଚାଲିଥିବା ପୂଜକ ମହେନ୍ଦ୍ର କୁମାର ଦିଶ୍ରୀ ପ୍ରକାଶ କରିଛନ୍ତି।
ଆଗାମୀ ଦିନରେ ଆହୁରି ଧୁମ୍‌ଧାମ୍‌ରେ କାଳୀ ପୂଜା ଆୟୋଜନ କରାଯିବ ବୋଲି ସେ କହିଛନ୍ତି। ତାଙ୍କ ମତରେ, କାଳୀ ପୂଜା ତିନିଦିନ ଧରି ହେବାର ପରମ୍ପରା ରହିଥିବା ବେଳେ ଏଥର ମାତ୍ର ଗୋଟିଏ ଦିନ ପୂଜା କରି ବନ୍ଦ କରାଯାଇଥିବା ଘଟଣା ମଧ୍ୟ ଆଲୋଚନାର ବିଷୟ ହୋଇଛି।
ବର୍ତ୍ତମାନ ଗୋପାଳଜୀ ମନ୍ଦିର ପରିସର ମନ୍ତ୍ରଧ୍ୱନି ଓ ପୂଜାର୍ଚ୍ଚନାରେ ମୁଖରିତ ହେଉଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବା ଦେଖାଯାଉଛି।
ତେବେ ଏହି ସମଗ୍ର ଘଟଣାରେ ଦେବୋତ୍ତର ବିଭାଗର ଆଭିମୁଖ୍ୟ କ'ଣ ରହିବ? ପାଟଣେଶ୍ୱରୀ ପୀଠକୁ ନେଇ ଉପୁଜିଥିବା ବିବାଦର ସମାଧାନ କେବେ ହେବ? ଏହା ଉପରେ ଏବେ ସମସ୍ତଙ୍କ ନଜର।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରରେ ଗୋପାଳଜୀ ମନ୍ଦିରରେ ଦକ୍ଷିଣ କାଳୀ ପୂଜା, ପାଟଣେଶ୍ୱରୀ ପୀଠକୁ ନେଇ ବିବାଦ ମଧ୍ୟରେ ଉଠିଲା ନୂଆ ପ୍ରଶ୍ନ!   10-Nov-2026
  ଜିଲ୍ଲା  
ସଇଁତଳା ଥାନା ସମ୍ମୁଖରେ ଜଗନ୍ନାଥ୍ ଏକ୍ସପ୍ରେସ ବସ୍ ଓ ଟ୍ରକ୍ ଧକ୍କା ଘଟଣା - ଏକ ନମ୍ବର ସିଟରେ ବସିଥିବା ସତ୍ୟଭାମା ସାହୁଙ୍କୁ ମୁଣ୍ଡରେ ଲାଗିଛି ଗଭିର ଆଘାତ - ପଡ଼ିଲା ୧୬ ଷ୍ଟିଚ   10-Nov-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ବିଜ୍ଞାନ ଦିବସ ପାଳିତ   10-Nov-2026
  ଜିଲ୍ଲା  
କେଲିଆ ଶୈବପୀଠ ରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ବୈଠକ   10-Nov-2026
  ଜିଲ୍ଲା  
ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଗ୍ରାମବାସୀ   10-Nov-2026
  ଜିଲ୍ଲା  
ଝରିଗାଁ କୋର୍ଟ ପରିସରରେ ଆଇନଜୀବି ଉପରେ ଆକ୍ରମଣ କୁ ଦୃଢ଼ ନିନ୍ଦା କଲେ ଡାବୁଗାଁ ଆଇନଜୀବୀମାନେ   10-Nov-2026
  ଜିଲ୍ଲା  
ବିନିକା କଂସାରୀପଡ଼ାରେ ମହା ଆଡ଼ମ୍ବରରେ ପାଳିତ ହେଲା ଗିରି ଗୋବର୍ଦ୍ଧନ ପୂଜା,ବିରାଟ ଶୋଭାଯାତ୍ରାରେ କମ୍ପିଲା ସହର   10-Nov-2026
  ଜିଲ୍ଲା  
ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ   10-Nov-2026
  ଜିଲ୍ଲା  
*ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ ଭେଟିଲେ ବୁଟିଆଗୁଡାର ଅଲେଖ ଭକ୍ତ, ମହିମା ମନ୍ଦିରର ଉନ୍ନତି ନେଇ ଆଲୋଚନା*   10-Nov-2026
  ଜିଲ୍ଲା  
ମୁଡ଼ଶୁଣ୍ଢୀ ରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   10-Nov-2026
  ଜିଲ୍ଲା  
ସ୍ବାଧିନତା ସଂଗ୍ରାମୀ ଭାଗୀରଥୀ ପଟ୍ଟନାୟକ ଓ ଜମ୍ବୁବତୀ ଦେବୀଙ୍କ ଜନ୍ମ ଜୟନ୍ତୀ   10-Nov-2026
  ଜିଲ୍ଲା  
କଂସଦରବାର,ସାଂସସ୍କୃତିକବିଚିତ୍ରାରେ ଦୁଲୁକିଲା ଭୀମପାହାଡ ମହୋତ୍ସବ   10-Nov-2026

You Might Also Like