-+91-9937148622 |

prerana_bgr@rediffmail.com |

  Thursday 23rd January 2025 |

| | | |

R.N.I. Regd No. ODIODI/2010/46693

Breaking News

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ପୁରାତନ ଛାତ୍ର ଏକତ୍ରି କରଣ   (23-Jan-2025)       ||      ପରାକ୍ରମ ଦିବସରେ ଦୁଇ ଜାତୀୟ ବୀରଙ୍କ ଜୟନ୍ତୀ ପାଳନ   (23-Jan-2025)       ||      ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   (23-Jan-2025)       ||      ନେତାଜୀ ସୁଭାଷ, ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ।   (23-Jan-2025)       ||      *ଓଡ଼ିଶା ପୋଲିସ ମହା ନିର୍ଦ୍ଧେଶକ ୱାଇ ବି ଖୁରାନିଆ ଆହତ ଦୁଇ ଯବାନ ଙ୍କ ସହ ଭିଡିଓ କଲ କରି ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ*   (23-Jan-2025)       ||      *ପାପଡ଼ା ହାଣ୍ଡି ବ୍ଳକର ବିଭିନ୍ନ ବିଦ୍ୟାଳୟରେ ଦେଶ ପ୍ରେମୀ ସୁବାଷ ବୋଷ ଙ୍କ ଜୟନ୍ତି ପାଳନ*   (23-Jan-2025)       ||      ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ଏକାଦଶ ଓ ଜୁଡିସିଆଲ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍    (23-Jan-2025)       ||      ଜିଲ୍ଲା ଓକିଲ ସଂଘ ଏକାଦଶ ଓ ଜୁଡିସିଆଲ ଏକାଦଶ    (23-Jan-2025)       ||      *ମହର୍ଷି ବାଲ୍ମୀକି ପ୍ଲେ ସ୍କୁଲରେ ନେତାଜୀ ଜୟନ୍ତୀ ପାଳିତ*   (23-Jan-2025)       ||      *ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ସହକାରୀ ଶିକ୍ଷକ ସଙ୍ଘର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ*   (23-Jan-2025)       ||      ଦେବୋତ୍ତର କମିଶନରଙ୍କ ଶ୍ରୀ ମା ଶ୍ୟାମାକାଳୀ ମନ୍ଦିର ପରିଦର୍ଶନ   (23-Jan-2025)       ||      ଶତାୟୁ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀନିବାସ ପଣ୍ଡାଙ୍କ ପରଲୋକ   (23-Jan-2025)       ||      ଶିଶୁ ଓ ମହିଳା ବିକାଶ ସୋସାଇଟିର ତରଫରୁ ସଫେଇ ଓ ପାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ   (23-Jan-2025)       ||      *ସର୍ବ ଭାରତୀୟ ଲାଲ୍ ମନି କ୍ରିକେଟ ବି ପୁଲ ର ପ୍ରଥମ ମ୍ୟାଚ ରେ ଭୁବନେଶ୍ୱର ଦଳ ବିଜୟୀ ହୋଇ ସେମି ଫାଇନାଲ ରେ ପ୍ରବେଶ*-   (23-Jan-2025)       ||      ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରରେ ବୀର ସୁରେନ୍ଦ୍ର ସାଏ ଓ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ   (23-Jan-2025)       ||      ଫୁଟବଲ ଟୁର୍ନାମେଣ୍ଟ ୱାନ ଡେ଼ ମେଚ୍ ଫାଇନାଲ, ମଧ୍ୟପୁର ବିଜୟୀ   (23-Jan-2025)       ||      ନେତାଜୀ ସୁବାସ ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ   (23-Jan-2025)       ||      ଜିଲ୍ଲା ଆସିବାସୀ କଲ୍ୟାଣ ସଂଘ ହସ୍ତକ୍ଷେପ ପରେ ମରଶରୀର ଗାଁକୁ ଫେରିଲା   (23-Jan-2025)       ||      ଲୋୟର ସୁକତେଲ ବୁଡି ଅଂଚଳ ସଂଗ୍ରାମ ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ   (23-Jan-2025)       ||      ମାନପୁର ଉଚ୍ଚ ପ୍ରାଥମିକ ସ୍କୁଲର ବାର୍ଷିକୋତ୍ସବ,,,,,,, ଶିଶୁର ପ୍ରଗତି ପାଇଁ ଜନନୀର ଭୂମିକା ଅନନ୍ୟ   (23-Jan-2025)       ||     

HOME   ରାଜ୍ୟ

ମହାନଦୀ ରେ ବଢୁଛି ଜଳସ୍ତର, ହରଭଙ୍ଗା ବ୍ଲକ ର ନଦୀକୂଳିଆ ଗ୍ରାମବାସୀଙ୍କ ଛାତିରେ ଛନକା

29-Jul-2024



ହରଭଙ୍ଗା(ଦେବବ୍ରତ ଦାଶଙ୍କ ରିପୋର୍ଟ) :- ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ହୀରାକୁଦ ଡ୍ୟାମ ରୁ ୨୦ଟି ଗେଟ ଦେଇ ଗତକାଲି ସମ୍ବଲପୁର ରୁ ଛଡା ଯାଇଛି । ଯାହାଫଳରେ ମହାନଦୀ ର ଜଳସ୍ତର ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ଆଜି ବୌଦ୍ଧ ଜିଲ୍ଲାରେ ହୀରାକୁଦ ଡ୍ୟାମ ର ପ୍ରଥମ ବନ୍ୟାଜଳ ପହଞ୍ଚିଥିବା ବେଳେ ବଢୁଛି ମହାନଦୀ ର ଜଳ ସ୍ତର । ବୌଦ୍ଧ ଜିଲ୍ଲାରେ ମହାନଦୀର ବିପଦ ସଙ୍କେତ ୮୭.୮୦ମିଟର ରହିଥିବା ବେଳେ ଜିଲ୍ଲାସୂଚନା ବିଭାଗ ରିପୋର୍ଟ ଅନୁଯାଇ ଦିନ ୩ଟା ସୁଧା ନଦୀ ରେ ୮୫.୬୬ ମିଟର ଉଚ୍ଚତା ରେ ୫୭୬୭୮୨କିଉସେଟ ଜଳ ପ୍ରବାହିତ ହେଉଥିବା ବେଳେ ବିପଦ ସଙ୍କେତ ର ମାତ୍ର ୨ମିଟର ତଳେ ରହିଛି ବନ୍ୟା ଜଳ । ଯାହାଫଳରେ ବୌଦ୍ଧ ଜିଲ୍ଲାର ବୌଦ୍ଧ ଓ ହରଭଙ୍ଗା ବ୍ଲକ ର ପ୍ରାୟ ୫୦ଖଣ୍ଡ ନଦୀକୂଳିଆ ଗ୍ରାମର ଲୋକେ ଏବେ ଚିନ୍ତାରେ । ବିଶେଷ କରି ମହାନଦୀ ରେ ବନ୍ୟା ଆସିଲେ ତଳ ମୁଣ୍ଡ ରେ ଥିବା ମାରଡା, କୁତୁରୀ, ଖଣ୍ଡିଧଳପୁର, ଅତଳସାରା, କୁଡ଼ସିଙ୍ଗା, ତେନ୍ତୁଳିପଦର ,ସକୁସିଙ୍ଗା, ପାଣିଘରା, ଝରାସହି,

କୁମାରୀ,କୁସଙ୍ଗ, ହରଭଙ୍ଗା ଭଳି ୪୦ଖଣ୍ଡ ଗାଁ ବନ୍ୟା ପାଇଁ ପ୍ରଭାବିତ ହେଇଥାଏ । ଜଗନ୍ନାଥସଡକ ଉପରେ ବନ୍ୟା ଜଳ ୩ ରୁ ୪ ଫୁଟ ପ୍ରବାହିତ ହୋଇଥାଏ ଫଳରେ ନଦୀକୂଳିଆ ଗାଁ ଗୁଡିକ କୁ ଜୋଗାଯୋଗ ବାହ୍ୟ ଜଗତ ରୁ ବିଛିନ୍ନ  ହୋଇଯାଏ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଯଦି ବନ୍ୟା ହୁଏ ବନ୍ୟାଜଳ ରେ ଘର ଦ୍ଵାର ଭାଙ୍ଗିବା ସହିତ ଫସଲ ନଷ୍ଟ ହେବାର ଭୟ ଏବେ ଗ୍ରାମବାସୀ ଙ୍କୁ ଘରିଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତି କୁ ମୁକାବିଲା କରିବା ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ବନ୍ୟା ପରିସ୍ଥିତି ମୁକାବିଲା କରିବା ପାଇଁ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଜରୁରୀକାଳୀନ ବିଭାଗ ସହ ବୈଠକ ସାରିଥିବା ବେଳେ ବନ୍ୟାପ୍ରବଣ ଗ୍ରାମ ଗୁଡିକ ରେ ଜିଲ୍ଲାପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ଦ୍ଵାରା ବନ୍ୟା ପାଇଁ ସଚେତନ କରାଯିବା ସହ ବନ୍ୟା ପାଣି ଆସୁଥିବା କାରଣରୁ ଉଚ୍ଚ ସ୍ଥାନ ଓ ବନ୍ୟା ଆଶ୍ରୟ ସ୍ଥଳକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ସ୍ୱାସ୍ଥ୍ୟ ବିଭାଗ ର ମୋବାଇଲଟିମ ଗାଁ କୁ ଗାଁ ଯାଇ ଗ୍ରାମବାସୀ ଙ୍କୁ ସଚେତନ କରିବା ସହ ଅତିଆବଶ୍ୟକୀୟ ଔଷଧ ବିତରଣ କରିବା ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରୁଛନ୍ତି । ଅନ୍ୟପଟେ ଗର୍ଭବତୀ ମହିଳା ,ଛୋଟ ଛୁଆ ଓ ମା ମାନ ଙ୍କୁ ବନ୍ୟା ଆଶ୍ରୟସ୍ଥଳ ଅଙ୍ଗନବାଡି ସେଣ୍ଟର ଓ ମାଗୃହ କୁ ଯିବା ପାଇଁ କୁହାଯାଉଛି । ସେପଟେ କୌଣସି ବ୍ୟକ୍ତିଙ୍କୁ ସାପ କାମୁଡ଼ିଲେ ଗୁଣିଗରେଡି ନକରି ମେଡ଼ିକାଲ ଯିବା ପାଇଁ କୁହାଯାଉଛି ବୋଲି ଧଳପୁର ସ୍ୱାସ୍ଥ୍ୟକେନ୍ଦ୍ର ର ସ୍ୱାସ୍ଥ୍ୟକର୍ମୀ ବିଜୟିନୀ ମହାରଣା କହିଛନ୍ତି । ବନ୍ୟା ପାଇଁ ଗୃହପାଳିତ ପଶୁ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଯାଞ୍ଚ କରିବା ସହ ଟୀକାକରଣ କରାଯାଇଛି । ବନ୍ୟା ଆସିଲେ ଗୃହପାଳିତ ବ୍ୟକ୍ତିଙ୍କୁ ସାପ କାମୁଡ଼ିଲେ ଗୁଣିଗରେଡି ନକରି ମେଡ଼ିକାଲ ଯିବା ପାଇଁ କୁହାଯାଉଛି ବୋଲି ଧଳପୁର ସ୍ୱାସ୍ଥ୍ୟକେନ୍ଦ୍ର ର ସ୍ୱାସ୍ଥ୍ୟକର୍ମୀ ବିଜୟିନୀ ମହାରଣା କହିଛନ୍ତି । ବନ୍ୟା ପାଇଁ ଗୃହପାଳିତ ପଶୁ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଯାଞ୍ଚ କରିବା ସହ ଟୀକାକରଣ କରାଯାଇଛି । ବନ୍ୟା ଆସିଲେ ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ମଧ୍ୟ ଗ୍ରାମବାସୀ ଙ୍କୁ ସଚେତନତା କରାଯାଇଛି ବୋଲି ହରଭଙ୍ଗା ବ୍ଲକ ପଶୁଚିକିତ୍ସକ ବିରେନ୍ଦ୍ର ପୃଷ୍ଟି କହିଛନ୍ତି । ଅନ୍ୟପଟେ ବନ୍ୟା ମୁକାବିଲା କରିବା ପାଇଁ ଜିଲ୍ଲାପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଉପଜିଲ୍ଲାପାଳ , ହରଭଙ୍ଗା ତହସିଲଦାର ଓ ମୁଁ ନିଜେ (ହରଭଙ୍ଗା ବ୍ଲକ ବିଡିଓ) ସମସ୍ତ ବନ୍ୟା ପ୍ରଭାବିତ ଗାଁ କୁ ଯାଇ  ସ୍ଥିତି ଅନୁଧ୍ୟାନ କରିଛୁ । ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଓଡ୍ରାଫ , ଅଗ୍ନିଶମ ବାହିନୀ ଓ ଜିଲ୍ଲାର ସମସ୍ତ କର୍ମଚାରୀ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିବା ସହ ଶୁଖିଲା ଖାଦ୍ୟ ଚାଉଳ ଡାଲି ଓ ପଲିଥିନ ମଧ୍ୟ ପ୍ରସ୍ତୁତ ରହିଛି ବୋଲି ହରଭଙ୍ଗା ବିଡ଼ିଓ ସରତ କୁମାର ସେଠୀ କହିଛନ୍ତି ।ପଶୁଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ମଧ୍ୟ ଗ୍ରାମବାସୀ ଙ୍କୁ ସଚେତନତା କରାଯାଇଛି ବୋଲି ହରଭଙ୍ଗା ବ୍ଲକ ପଶୁଚିକିତ୍ସକ ବିରେନ୍ଦ୍ର ପୃଷ୍ଟି କହିଛନ୍ତି । ଅନ୍ୟପଟେ ବନ୍ୟା ମୁକାବିଲା କରିବା ପାଇଁ ଜିଲ୍ଲାପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଉପଜିଲ୍ଲାପାଳ , ହରଭଙ୍ଗା ତହସିଲଦାର ଓ ମୁଁ ନିଜେ (ହରଭଙ୍ଗା ବ୍ଲକ ବିଡିଓ) ସମସ୍ତ ବନ୍ୟା ପ୍ରଭାବିତ ଗାଁ କୁ ଯାଇ  ସ୍ଥିତି ଅନୁଧ୍ୟାନ କରିଛୁ । ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଓଡ୍ରାଫ , ଅଗ୍ନିଶମ ବାହିନୀ ଓ ଜିଲ୍ଲାର ସମସ୍ତ କର୍ମଚାରୀ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିବା ସହ ଶୁଖିଲା ଖାଦ୍ୟ ଚାଉଳ ଡାଲି ଓ ପଲିଥିନ ମଧ୍ୟ ପ୍ରସ୍ତୁତ ରହିଛି ବୋଲି ହରଭଙ୍ଗା ବିଡ଼ିଓ ସରତ କୁମାର ସେଠୀ କହିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ପୁରାତନ ଛାତ୍ର ଏକତ୍ରି କରଣ   23-Jan-2025
  ଜିଲ୍ଲା  
ପରାକ୍ରମ ଦିବସରେ ଦୁଇ ଜାତୀୟ ବୀରଙ୍କ ଜୟନ୍ତୀ ପାଳନ   23-Jan-2025
  ଜିଲ୍ଲା  
ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   23-Jan-2025
  ଜିଲ୍ଲା  
ନେତାଜୀ ସୁଭାଷ, ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ।   23-Jan-2025
  ଜିଲ୍ଲା  
*ଓଡ଼ିଶା ପୋଲିସ ମହା ନିର୍ଦ୍ଧେଶକ ୱାଇ ବି ଖୁରାନିଆ ଆହତ ଦୁଇ ଯବାନ ଙ୍କ ସହ ଭିଡିଓ କଲ କରି ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ*   23-Jan-2025
  ଜିଲ୍ଲା  
*ପାପଡ଼ା ହାଣ୍ଡି ବ୍ଳକର ବିଭିନ୍ନ ବିଦ୍ୟାଳୟରେ ଦେଶ ପ୍ରେମୀ ସୁବାଷ ବୋଷ ଙ୍କ ଜୟନ୍ତି ପାଳନ*   23-Jan-2025
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ଏକାଦଶ ଓ ଜୁଡିସିଆଲ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍   23-Jan-2025
ଜିଲ୍ଲା ଓକିଲ ସଂଘ ଏକାଦଶ ଓ ଜୁଡିସିଆଲ ଏକାଦଶ    23-Jan-2025
  ଜିଲ୍ଲା  
*ମହର୍ଷି ବାଲ୍ମୀକି ପ୍ଲେ ସ୍କୁଲରେ ନେତାଜୀ ଜୟନ୍ତୀ ପାଳିତ*   23-Jan-2025
  ଜିଲ୍ଲା  
*ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ସହକାରୀ ଶିକ୍ଷକ ସଙ୍ଘର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ*   23-Jan-2025
  ଜିଲ୍ଲା  
ଦେବୋତ୍ତର କମିଶନରଙ୍କ ଶ୍ରୀ ମା ଶ୍ୟାମାକାଳୀ ମନ୍ଦିର ପରିଦର୍ଶନ   23-Jan-2025
  ଜିଲ୍ଲା  
ଶତାୟୁ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀନିବାସ ପଣ୍ଡାଙ୍କ ପରଲୋକ   23-Jan-2025

You Might Also Like