-+91-9937148622 |
prerana_bgr@rediffmail.com |
Monday 10th February 2025 |
R.N.I. Regd No. ODIODI/2010/46693
Breaking News
09-Jul-2024
ବରଗଡ଼ (ପ୍ରେରଣା ଖବର ): ବରଗଡ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଗୋପାଳପୁର ସ୍ଥିତ ଆଶ୍ରମ ବିଦ୍ୟାଳୟ ପରିସରରେ ପରିବେଶ ସଚେତନତା ସଙ୍ଗଠନ, ଭଟଲି ଆନୁକୂଲ୍ଯରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପରିବେଶ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପରିବେଶବିତ୍ ସଂଜୟ ଖମାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ
ଉଚ୍ଛବ ଭୁଏ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବରେ ପ୍ରକୃତି ବନ୍ଧୁ ନୀଳକଣ୍ଠ ସା, ମୁଖ୍ୟବକ୍ତା ପ୍ରକୃତିବନ୍ଧୁ ଦୟାନିଧି ପ୍ରଧାନ ,ସମ୍ମାନିତ ଅତିଥି ଭାବରେ ପ୍ରକୃତିବନ୍ଧୁ ଚନ୍ଦ୍ରକାନ୍ତ ସାହୁ ଏବଂ ପଞ୍ଚବଟୀ ବନ ସଂରକ୍ଷଣ ସମିତି, ବେଲବାହାଲିର ସଂପାଦକ ଖତୁ ବିଶ୍ବାଳ ଯୋଗ ଦେଇଥିଲେ।ପ୍ରଧାନ ଶିକ୍ଷକ ଉଚ୍ଛବ ଭୁଏ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଭଟଲି ବନାଞ୍ଚଳର ବିଭିନ୍ନ ସ୍ଥାନରେ ପରିବେଶ ସଚେତନତା ସୃଷ୍ଟି ପାଇଁ ପ୍ରୟାସ ଜାରି ରଖିବା ସହିତ ଆଗାମୀ ଦିନରେ ବ୍ୟାପକ ଭାବରେ ବନୀକରଣ କରିବା ପାଇଁ ବୈଠକରେ ଉପସ୍ଥିତ ସମସ୍ତ ପ୍ରକୃତି ପ୍ରେମୀ ମତବ୍ୟକ୍ତ କରିଥିଲେ।