-+91-9937148622 |
prerana_bgr@rediffmail.com |
Friday 12th June 2026 |
R.N.I. Regd No. ODIODI/2010/46693
Breaking News
09-Jul-2024
(ଡୋଲେଶ୍ଵର ବାଗ )
ନୂଆପଡା ଜିଲ୍ଲା ରେ ବ୍ୟାପକ ରକ୍ତ ଶିକୁଳି ରୋଗୀ ଦେଖା ଯାଉଥିବା ଜଣାପଡିଛି। ଏହାର ନିରାକରଣ ଏବଂ ରୋଗ ରୁ ମୁକ୍ତି ପାଇଁ ସଚେତନ ନିତାନ୍ତ ଆବଶ୍ୟକ ଅଟେ। ଏହି ରୋଗ ଏକ ବଂଶନୁକ୍ରମିକ ରୋଗ ଅଟେ। ତେଣୁ ସଚେତନ ଦ୍ବାରା ଏହାର ମୂଲ ଉତ୍ପାଟନ ହୋଇପାରିବ। ଜିଲ୍ଲା ରେ ଜୁନ ୧୯ ତାରିଖ ରୁ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ରକ୍ତ ଶିକୁଳି ପକ୍ଷ ପାଳନ କରି ନାଗରିକଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଅଛି। ୦ ରୁ ୪୦ ବର୍ଷ ପର୍ଯ୍ୟନ୍ତ ନାଗରିକଙ୍କୁ ବିଭିନ୍ନ ସ୍ତରରେ ପରୀକ୍ଷା କରାଯାଥିଲା। ଜିଲ୍ଲା ରେ ୪୩୦୦୦ ନାଗରିକଙ୍କୁ ରକ୍ତ ନମୂନା ପରୀକ୍ଷା କରିଥିବା ଜଣାପଡିଛି। ସେଥି ମଧ୍ୟରୁ ୧୪୫୨ ଜଣକ ରୋଗର ଚିହ୍ନଟ ହୋଇଥିବା ବେଳେ ୫୦୦୦ ଲକ୍ଷଣ ଚିହ୍ନଟ ହୋଇଛନ୍ତି ବୋଲି ଜିଲ୍ଲା ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ଗୁରୁ ପ୍ରସାଦ ଜେନା ପ୍ରକାଶ କରିଛନ୍ତି। ଯେଉଁ ବ୍ୟକ୍ତିଙ୍କର ଜିନ ରେ ଲକ୍ଷଣ ଅଛି ଅନ୍ୟ ଜଣେ ମହିଳା କିମ୍ବା ପୁରୁଷ ଙ୍କ ଜିନ ରେ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ବିବାହ ନିଷେଧ କରିବା ଜରୁରୀ ଅଟେ। କାରଣ ଉଭୟ ମହିଳା ଏବଂ ପୁରୁଷ ମଧ୍ୟରେ ଲକ୍ଷଣ ଥାଏ ତେବେ ତାଙ୍କ ସନ୍ତାନ କୁ ରକ୍ତ ଶିକୁଳି ରୋଗ ହେବା ସମ୍ଭାବନା ଅଧିକ ରହିଥାଏ।