-+91-9937148622 |
prerana_bgr@rediffmail.com |
Tuesday 17th September 2024 |
R.N.I. Regd No. ODIODI/2010/46693
Breaking News
14-Dec-2020
ନିଜର ଲେଖନୀ ମୂନରେ ଜୀବନର ବିଭିନ୍ନ ରଙ୍ଗ, କଥାବସ୍ତୁ ତଥା ପ୍ରକୃତିର ଭିନ୍ନ ଭିନ୍ନ ରୂପକୁ ଉତାରି ପାରୁଥିବା ସାହିତ୍ୟର ଜଣେ ବିଭୋର ସାଧକ ହେଉଛନ୍ତି ଜ୍ୟେତି ରଞ୍ଜନ ମିଶ୍ର । ଆକାଶବାଣୀ ସ୍ୱୀକୃତିପ୍ରାପ୍ତ କବି ତଥା ଗୀତିକାର ଶ୍ରୀ ମିଶ୍ର ପେଶାରେ ଜଣେ ସରକାରୀ କର୍ମଚାରୀ ହୋଇଥିଲେ ମଧ୍ୟ ନିଶା ତାଙ୍କର କବିତା ଲିଖନ । କେବଳ ଅଫିସର କାର୍ଯ୍ୟବ୍ୟସ୍ତତା ଭିତରେ ନିଜକୁ ହଜାଇ ନଦେଇ ସାରସ୍ୱତ ଦୁନିଆରେ ନିଜକୁ ପରିବ୍ୟାପ୍ତ କରିପାରିଛନ୍ତି । କେବଳ କବିତା ନୁହେଁ ବିଭିନ୍ନ ଆଧ୍ୟାତ୍ମିକ ଚିନ୍ତାଧାରା ଉପରେ ତାଙ୍କର ସଂକ୍ଷିପ୍ତ ସାରଗର୍ଭକ ଲେଖା ବେଶ ପାଠକୀୟ ଆଦୃତି ଲାଭ କରିପାରିଛି । ଗୀତି କବିତା ଓ ସନେଟ ଲିଖନ ଉପରେ କବିଙ୍କ ପ୍ରଗାଢ଼ ରୂଚି ରହିଛି । ଏଜାବତ ଜ୍ୟୋତିରଞ୍ଜନ ମିଶ୍ରଙ୍କ ଦୁଇଟି ଆଧୁନିକ କବିତା ସଂକଳନ ‘ଗୋଠ ଜଗା ପିଲାର ଗୀତ’ ଓ ‘ଯଦି କେବେ ମନେ ପଡେ’ ପ୍ରକାଶିତ ହୋଇ ଦୃତ ପାଠକୀୟ ଆଦୃତି ଲାଭ କରି ସାରିଛି । ଖୁବଶୀଘ୍ର କବି ନିଜର ତୃତୀୟ କବିତା ସଂକଳନ ପାଠକଙ୍କୁ ଭେଟି ଦେବାକୁ ଯାଉଛନ୍ତି । କବିଙ୍କ ଅନେକ କବିତା ଓ ଆଧ୍ୟାତ୍ମିକ ଲେଖା, ଗୀତିକବିତା ଓ ଗଳ୍ପ ସାହିତ୍ୟ ପତ୍ରିକା ଝଙ୍କାର, କାଦମ୍ବିନୀ, ସମାରୋହ, ଦୈନିକ ପ୍ରଗତିବାଦୀ, ଧରିତ୍ରୀ, ସାପ୍ତାହିକ ପ୍ରେରଣା ଓ ଆଞ୍ଚଳିକ ସମ୍ବାଦ ଆଦି ଖବରକାଗଜର ପୃଷ୍ଠା ମଣ୍ଡନ କରି ପାଠକଙ୍କ ପ୍ରଶଂସା ସାଉଁଟି ପାରିଛି । କବି ଶ୍ରୀ ମିଶ୍ରଙ୍କ ଲିଖତ କବିତା ଯେତେ ଶିକ୍ଷଣୀୟ ତାଙ୍କର କବିତା ଆବୃତି ମଧ୍ୟ ସେତେ ମର୍ମସ୍ପର୍ଶି ।
ତେବେ ସାହିତ୍ୟ ମନସ୍କ କବି ଜ୍ୟୋତି ରଞ୍ଜନ ମିଶ୍ରଙ୍କ କଣ୍ଠରୁ ଆସନ୍ତୁ ଶୁଣିବା ଏପରି ଏକ ହୃଦୟସ୍ପର୍ଶି କବିତା ।