-+91-9937148622 |
prerana_bgr@rediffmail.com |
Monday 10th February 2025 |
R.N.I. Regd No. ODIODI/2010/46693
Breaking News
15-Oct-2022
ବଲାଙ୍ଗୀର,(ପ୍ରେରଣା ଖବର)-ଆଜି ରାଜ୍ୟସରକାରଙ୍କ ଉଚ୍ଚଶିକ୍ଷାମନ୍ତ୍ରୀ ଇଂ.ରୋହିତ ପୂଜାରୀ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ପରିଦର୍ଶନ କରିବା ସମୟରେ ରାଜେନ୍ଦ୍ରବିଶ୍ୱବିଦ୍ୟାଳୟର ପୁରାତନଛାତ୍ର ସଂଘ ପକ୍ଷରୁ ମନ୍ତ୍ରୀଙ୍କୁ ଭେଟି ବିଶ୍ୱବିଦ୍ୟାଳୟର ସମସ୍ୟା ବିଷୟରେ ଆଲୋଚନାକରି ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିଗୁଡିକ ମଧ୍ୟରେ ବିଶ୍ୱବିଦ୍ୟାଳୟକୁ ଆଉ ୫୦ଏକର ଜମି ଯୋଗାଇଦେବା,ତୁରନ୍ତ ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀ ପଦବୀପୂରଣ କରିବା,ଭିତ୍ତିଭୂମୀ ନିର୍ମାଣ ପାଇଁ ଅନୁଦାନ ଦେବା ଓ ବିଜ୍ଞାନଶିକ୍ଷାର ବିକାଶ ପାଇଁ ବିଜ୍ଞାନାଗାର ପାଇଁ ୫କୋଟି ଟଙ୍କାର ଅନୁଦାନ ଯୋଗାଇ ଦେବାକୁ ଦାବି କରାଯାଇଛି । ପର୍ଯ୍ୟାୟକ୍ରମେ ବିଶଦ୍ୱବିଦ୍ୟାଳୟର ବିକାଶ ପାଇଁ ରାଜ୍ୟସରକାର ଅନୁଦାନ ସହିତ ଭିତ୍ତିଭୂମୀ ପାଇଁ ପାଣ୍ଠି ଦେବେ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ । ପୁରାତନ ଛାତ୍ରସଂଘର ସଭାପତି ପ୍ରଭାସ ପାଣିଗ୍ରାହୀ ଓ ସଂପାଦକ ଭବାନୀଶଙ୍କର ଶତପଥିଙ୍କ ନେତୃତ୍ୱରେ ଏହି କମିଟିରେ ରାଜେନ୍ଦ୍ରକଲେଜର ପୂର୍ବତନ ଅଧ୍ୟକ୍ଷ ଡ.ଅଭିମନ୍ୟୁ ମିଶ୍ର,ସୁଧିର ଚାନ୍ଦ,ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା,ଗୁଞ୍ଜ ଖାନ ପ୍ରମୁଖ ସାମିଲ ହୋଇଥିଲେ । ବୈଠକରେ ରାଜ୍ୟସଭା ସାଂସଦ ନିରଂଜନ ବିଶି ଓ କୁଳପତି ପ୍ରଫେସର ଡ.ଉମାବଲ୍ଲଭ ମହାପାତ୍ର ମଧ୍ୟ ଯୋଗଦେଇଥିଲେ ।