-+91-9937148622 |
prerana_bgr@rediffmail.com |
Friday 12th June 2026 |
R.N.I. Regd No. ODIODI/2010/46693
Breaking News
03-Jun-2026
ଭଦ୍ରକ(ପ୍ରେରଣା ଖବର): ଓଡ଼ିଶା ସାମ୍ୱାଦିକ ୟୁନିଅନ (ଓୟୁଜେ) ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ନରେନ୍ଦ୍ର ରୟାଲ୍ସ ଭଦ୍ରକ ଠାରେ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଏଥି ସହିତ ଏହି ଭବ୍ୟ ବର୍ଣ୍ଣାଢ୍ୟ କାର୍ଯ୍ଯକ୍ରମର ଆୟୋଜକ ଭଦ୍ରକ ଜିଲ୍ଳା ସାମ୍ୱାଦିକ ୟୁନିଅନ(ବିୟୁଜେ)ର ବାର୍ଷିକ ଉତ୍ସବ ମଧ୍ଯ ଅନୁଷ୍ଠିତ ହୋଇଯାଇଛି । ଓୟୁଜେର ରାଜ୍ଯ ସଭାପତି ପ୍ରସନ୍ନ ମହାନ୍ତିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ଉଚ୍ଚଶିକ୍ଷା କ୍ରୀଡ଼ା ଓ ଯୁବସେବା ଭାଷା ସାହିତ୍ୟ,ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟଅତିଥି ଭାବେ ଯୋଗଦେଇ ଟିଆରପି ଯୁଗରେ ଗଠନ ମୂଳକ ସମ୍ବାଦ ପ୍ରଭାବିତ ବୋଲି କହିଥିଲେ । କାର୍ଯ୍ଯକ୍ରମରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ବିଶେଷ ଅତିଥି ଓ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ,ସନସାଇନ ହସ୍ପିଟାଲ ଭୁବନେଶ୍ୱରର ନିର୍ଦ୍ଦେଶକ ଅୟସକାନ୍ତି ମହାନ୍ତି ସ୍ୱତନ୍ତ୍ରଅତିଥି ଭାବେ ଯୋଗଦେଇ ନିରପେକ୍ଷ ସାମ୍ୱାଦିକତା ଉପରେ ଗୁରୁତ୍ୱ ଦେଇଥିଲେ । ଭଦ୍ରକ ଜିଲ୍ଲାପାଳ ଡଃ.ଦିଲ୍ଲୀପ ରାଉତରାୟ,ଓୟୁଜେର ରାଜ୍ଯ ସାଧାରଣ ସମ୍ପାଦକ କିଶାନ ରାଉତ,ଭଦ୍ରକ ଜିଲ୍ଲା ସଭାପତି ପ୍ରିୟଦର୍ଶନ ବୋଇତି,ସଧାରଣ ସମ୍ପାଦକ ଜଗବନ୍ଧୁ ବେହେରା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସାମ୍ବାଦିକଙ୍କ ନୀତି ନୈତିକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ପରେ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଓୟୁଜେର ଜିଲ୍ଲା କାର୍ଯ୍ୟକାରୀ ସଭାପତି ହେମନ୍ତ ସିଂହ ଅତିଥିଙ୍କୁ ମଞ୍ଚ ଆବାହନ କରିଥିବାବେଳେ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ବୈକୁଣ୍ଠନାଥ ସାହୁ କାର୍ଯ୍ଯକ୍ରମର ଉଦ୍ଦେଶ୍ୟ ଜ୍ଞାପନ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ସମାଜରେ ବିଭିନ୍ନ ବର୍ଗରେ ସଫଳତା ସହ ଜନକଲ୍ୟାଣ ଦିଗରେ ନିଜର ଦକ୍ଷତା ପ୍ରତିପାଦନ କରିଥିବା ବ୍ୟକ୍ତି ମାନଙ୍କୁ ଓୟୁଜେ ପରିବାର ପକ୍ଷରୁ ବଶିଷ୍ଠ ସାମ୍ବାଦିକ ରାମ ନାରାୟଣ ରାୟ, ପ୍ରହଲ୍ଲାଦ ବାରିକ,ସ୍ମୁତିରଞ୍ଜନ ସାହୁ,ବୈକୁଣ୍ଠ ସାହୁ,ପ୍ରଖ୍ୟାତ ହୋମିଓପାଥିକ ଡାକ୍ତର ବିକାଶ ନନ୍ଦ, ବରିଷ୍ଠ ସମ୍ବାଦ ପତ୍ର ବିତରକ ସେକ୍ ଆସିଫ ଅଲ୍ଲୀ,ସାମାଜିକ କର୍ମୀ ସୋମେନ୍ଦ୍ର ସାହୁ,ସମାଜସେବୀ ମାନସ ଜେନାଙ୍କୁ ସମ୍ବର୍ଦ୍ଧିନା ଦିଆଯାଇଥିବା ବେଳେ କମ୍ଭୁପାଣି ମିଶ୍ର,ପ୍ରଦୀପ୍ତ ମିଶ୍ର,ଅମର ବାରିକଙ୍କୁ ଓୟୁଜେ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସକାଳ ୭ଘଟିକା ଠାରୁ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଓୟୁଜେର ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା ।ଏଥିରେ ରାଜ୍ୟ ସାଧାରଣ ସଂପାଦକ କିଷାନ ରାଉତ, ଉପସଭାପତି ପରୀକ୍ଷିତ ବିଶ୍ୱାଳ, ସନ୍ତୋଷ ସିଂଦେଓ, ସମ୍ପାଦକ ଆର୍ଚାର୍ୟ୍ଯ ବିଶ୍ୱରଞ୍ଜନ, ଦେବ ପ୍ରକାଶ ଦାସ, ଋତୁ ରାଜ ସିଂ, ରୂପେଶ ସାହୁ, କୋଷାଧକ୍ଷ ଅମୁଲ୍ୟ ସ୍ୱାଇଁ, ସଙ୍ଗଠନ ସମ୍ପାଦକ ଅଶୋକ ମହାକୁଡ଼, ରବୀନ୍ଦ୍ର ମହାକୁଡ଼, ସୁକାନ୍ତ ସାହୁଙ୍କ ସମେତ ରାଜ୍ୟର ସମସ୍ତ ୩୧ଜିଲ୍ଲା ସହ ଭୁବନେଶ୍ୱରର ସାଙ୍ଗଠନିକ ସଭାପତି ଓ ସଧାରଣ ସମ୍ପାଦକ ମାନେ ସେମାନଙ୍କ ସଂଘୀୟ ବିକାଶ ଓ ଅବଶ୍ୟକ ପଦକ୍ଷେପ ସମ୍ପର୍କିତ ବକ୍ତବ୍ଯ ପ୍ରଦାନ
କରିଥିଲେ । ଏହି ସମାବେଶରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୫୦୦ ରୁ ଅଧିକ ସାମ୍ବାଦିକ ଯୋଗଦେଇ ଥିଲେ।ଶେଷରେ ସାମ୍ୱାଦିକ କୃଷ୍ଣଚନ୍ଦ୍ର ଜେନା ସଭିଙ୍କୁ ଧନ୍ୟବାଦ ଅର୍ପଣ କରି ଥିଲେ। ଏହି କାର୍ଯ୍ୟକ୍ରମକୁ ଶୁଭଦିପ ମଲ୍ଲିକ, ଶାନ୍ତନୁ ପଣ୍ଡା, ଡ. ହରିହର ନାୟକ, ଅଜୟ ପଣ୍ଡା, ଅଭିଷେକ ପଟ୍ଟନାୟକ, ମହେଶ ପ୍ରସାଦ ମିଶ୍ର, ଜୟ ଜଗନ୍ନାଥ ମଲ୍କିକ, ବିଜୟ କୁଅଁର, ଶୁଭ୍ରକାନ୍ତ ରାଉତ ରାଏ, ସୀତାକାନ୍ତ ପାଢ଼ୀ , ପ୍ରମୋଦ ନାୟକ, ମହେଶ ମିଶ୍ର ,ସରୋଜ ସେଠୀ , ସୁଧାକର ଦାସ , ସନ୍ତୋଷ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ |