-+91-9937148622 |
prerana_bgr@rediffmail.com |
Friday 29th May 2026 |
R.N.I. Regd No. ODIODI/2010/46693
Breaking News
26-May-2026
ବରଗଡ଼(ତୁଳସୀ ଚରଣ ଦାଶ): ବରିଷ୍ଠ ନାଗରିକଙ୍କୁ ସାକ୍ଷାତକାର ଅଭିଯାନ ପରିପ୍ରେକ୍ଷୀରେ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ଉପଦେଷ୍ଟା ତଥା ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଶ୍ରୀ ଗୌରଚନ୍ଦ୍ର କର ଙ୍କୁ ତାଙ୍କ ତୋରା ସ୍ଥିତ ବାସଭବନରେ ସାକ୍ଷାତ କରି ତାଙ୍କର ପୁଅ ବୋହୂ ସମସ୍ତ ଙ୍କ ସହିତ ବୟସାଧିକ୍ୟ ହୋଇଥିଲେ ମଧ୍ୟ ଖୁସିରେ ଥିବା ପ୍ରକାଶ କରିଥିଲେ । ଆଜିର ଏହି ଅଭିଯାନରେ ଉପସଭାପତି ନିର୍ମଳ କିଶୋର କର, ସଂପାଦକ ଗୋବିନ୍ଦ ଦାଶ, କୋଷାଧ୍ୟକ୍ଷ ପ୍ରଶନ୍ନ ପ୍ରଧାନ, ଲମ୍ବୋଦର ମିଶ୍ର, ଅଚ୍ୟୁତାନନ୍ଦ ବାରିକ, ଦେବୀ ପଟ୍ଟନାୟକ ଓ ତୁଳସୀ ଚରଣ ଦାଶ ଆଦି ସାମିଲ ହୋଇଥିଲେ ।
ଏହିପରି ସାକ୍ଷାତକାର ରେ ବରିଷ୍ଠ ମାନଙ୍କ ମନୋବଳ ବୃଦ୍ଧି ପାଇଥାଏ ବୋଲି ଶ୍ରୀ କର ପ୍ରକାଶ କରିଥିଲେ ।
--------×××--------