-+91-9937148622 |
prerana_bgr@rediffmail.com |
Friday 29th May 2026 |
R.N.I. Regd No. ODIODI/2010/46693
Breaking News
26-May-2026
ଭୁବନେଶ୍ୱର(ସମୀର ରଞ୍ଜନ ନାୟକ): ଯେକୌଣସି ମୁହୂର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ। ମନ୍ତ୍ରିମଣ୍ଡଳର କଳେବର ବୃଦ୍ଧି ନୁହେଁ, ବରଂ ବିଭିନ୍ନ ନିଗମ ଓ ବୋର୍ଡର ଅଧ୍ୟକ୍ଷ ପଦବୀ ପାଇଁ ମଧ୍ୟ ଚୟନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଦଳ ଓ ସରକାରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଉପରେ ବିଚାର ବିମର୍ଶ ଚାଲିଛି।ସେହିପରି ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ସମ୍ପ୍ରସାରଣ ମୁଖ୍ୟମନ୍ତ୍ରୀଙ୍କ ଅଧିକାର। ଯେହେତୁ ଆବଶ୍ୟକତା ଅଛି, କିଛି ପଦବୀ ବି ଫାଙ୍କା ଅଛି, ମୁଖ୍ୟମନ୍ତ୍ରୀ ଯେବେ ଚାହିଁବେ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ କରିପାରିବେ। ଯଦି କେଉଁ ନୂଆ ସଦସ୍ୟଙ୍କୁ ଯୋଡିବାକୁ ଚାହିଁବେ ତାହା ମଧ୍ୟ କରିପାରିବେ। କିନ୍ତୁ ମୁଖ୍ୟମନ୍ତ୍ରୀ ଯେତେବେଳେ ଚାହିଁବେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିପାରିବେ ।ଏହା ସହ ସେ କହିଛନ୍ତି, ମନ୍ତ୍ରିମଣ୍ଡଳ ବିସ୍ତାର ପାଇଁ ଦଳ ଓ ସରକାର ପକ୍ଷରୁ ଚୟନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏହା ସହିତ ନିଗମ ଓ ବୋର୍ଡରେ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଚାଲୁ ହୋଇଥିବା ସେ ଉଲ୍ଲେଖ କରିଛନ୍ତି।ଯେକୌଣସି ମୁହୂର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ। ମନ୍ତ୍ରିମଣ୍ଡଳର କଳେବର ବୃଦ୍ଧି ନୁହେଁ, ବରଂ ବିଭିନ୍ନ ନିଗମ ଓ ବୋର୍ଡର ଅଧ୍ୟକ୍ଷ ପଦବୀ ପାଇଁ ମଧ୍ୟ ଚୟନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଦଳ ଓ ସରକାରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଉପରେ ବିଚାର ବିମର୍ଶ ଚାଲିଛି।ଏହା ସହ ସେ କହିଛନ୍ତି, ମନ୍ତ୍ରିମଣ୍ଡଳ ବିସ୍ତାର ପାଇଁ ଦଳ ଓ ସରକାର ପକ୍ଷରୁ ଚୟନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏହା ସହିତ ନିଗମ ଓ ବୋର୍ଡରେ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଚାଲୁ ହୋଇଥିବା ସେ ଉଲ୍ଲେଖ କରିଛନ୍ତି।ସେହିପରି ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ସମ୍ପ୍ରସାରଣ ମୁଖ୍ୟମନ୍ତ୍ରୀଙ୍କ ଅଧିକାର। ଯେହେତୁ ଆବଶ୍ୟକତା ଅଛି, କିଛି ପଦବୀ ବି ଫାଙ୍କା ଅଛି, ମୁଖ୍ୟମନ୍ତ୍ରୀ ଯେବେ ଚାହିଁବେ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ କରିପାରିବେ। ଯଦି କେଉଁ ନୂଆ ସଦସ୍ୟଙ୍କୁ ଯୋଡିବାକୁ ଚାହିଁବେ ତାହା ମଧ୍ୟ କରିପାରିବେ। କିନ୍ତୁ ମୁଖ୍ୟମନ୍ତ୍ରୀ ଯେତେବେଳେ ଚାହିଁବେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିପାରିବେ ।