-+91-9937148622 |

prerana_bgr@rediffmail.com |

  Friday 12th June 2026 |

| | | |

R.N.I. Regd No. ODIODI/2010/46693

Breaking News

କ୍ଵାକ୍ ଙ୍କ ଭୁଲ ଇଞ୍ଜେକ୍ସନ୍ ଯୋଗୁଁ ଯୁବକଙ୍କ ମୃତ୍ୟୁ    (12-Jun-2026)       ||      *ଡାବୁଗାଁ ବ୍ଲକରେ ମଦ ବନ୍ଦ ଆନ୍ଦୋଳନ ଜୋର ଧରିଲା*   (12-Jun-2026)       ||      ନୂଆପଡ଼ାକୁ ଅତ୍ୟାଧୁନିକ କୃଷି ଜିଲ୍ଲାରେ ପରିଣତ କରିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ, କୃଷି ସମୀକ୍ଷା ବୈଠକ ରେ ନିଷ୍ପତ୍ତି*   (11-Jun-2026)       ||      ବରପାଲି ଶୀତଳ ଷଷ୍ଠୀ ଯାତ୍ରା - ପାର୍ବତୀ ବିବାହ ମୋହତ୍ସବର ସାମ୍ୱାଦିକ ସମ୍ମିଳନୀ,   (11-Jun-2026)       ||      ସେବାର ଅନନ୍ୟ ଉଦାହରଣ ସହଯୋଗ ଫାଉଣ୍ଡେସନ ମାଧ୍ୟମରେ ୧୦୦୦ରୁ ଅଧିକ ତଉଲିଆ ଏବଂ ଶତାଧିକ ଲୋକଙ୍କୁ ଖାଦ୍ୟ ବଣ୍ଟନ   (11-Jun-2026)       ||      ମା ଖଜୁରକଟିଏନ ବନ୍ଧରୁ ପାଣି ଆଣି ନିଜେ ମୁହଁ ଧୋଇବା ସହ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ହାତ ଧୁଆଇଲା ଛାତ୍ର କଂଗ୍ରେସ    (11-Jun-2026)       ||      *ବିଶ୍ବବିଦ୍ୟାଳୟ ଟପ୍ପର ଛାତ୍ରୀ ଙ୍କୁ ଶୁଭେଛା ସମ୍ବର୍ଦ୍ଧନା କଲେ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ*-   (11-Jun-2026)       ||      ସତଲମା ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନଶିକ୍ଷକଙ୍କ ଯୋଗଦାନ   (11-Jun-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସାମ୍ବାଦିକ ସମ୍ମିଳନୀ।   (11-Jun-2026)       ||      ଏସ୍‌.ସି.-ଏସ୍‌.ଟି. ଙ୍କ ପ୍ରତି ସରକାର ଙ୍କ ବୈମାତୃକ ମନୋଭାବ, ଏସଟି ଏସସି ମାରଣ ନିତୀ ବିରୁଦ୍ଧରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର  ପ୍ରତିବାଦ   (11-Jun-2026)       ||      ସୁବର୍ଣ୍ଣପୁରର ନିବେଦିତା ରଥଙ୍କୁ ଆମେରିକାର ଓ୍ବାଶିଂଟନ୍‌ ଡିଜିଟାଲ୍ ୟୁନିଭରସିଟି ପକ୍ଷରୁ ‌‌ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ   (11-Jun-2026)       ||      ବଲାଙ୍ଗୀର ସହରର ବିଶିଷ୍ଟ ଔଷଧ ବ୍ୟବସାୟୀ ରମେଶ ଅଗ୍ରୱାଲ ଙ୍କ  ହୃଦଘାତରେ ପରଲୋକ    (11-Jun-2026)       ||      ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଂଚଳରେ ତିନିଟିକିଆ ହାତୀପଲ, ଲୋକଙ୍କ ମଧ୍ୟରେ ଭୟ   (11-Jun-2026)       ||      ବରପାଲି ରେଲୱେ ଉପଭୋକ୍ତା କମିଟି ଗଠିତ   (11-Jun-2026)       ||      ଭାରତ ନିର୍ମାଣ ସମିତି ଦ୍ୱାରା ସମ୍ବର୍ଦ୍ଧନା ଜ୍ଞାପନ    (11-Jun-2026)       ||      ଜାତୀୟ କଳାକାର ସମ୍ମାନ ୨୦୨୬ ରେ "ଚିନ୍ମୟ କୁମାର" ନାଟ୍ୟଶାସ୍ତ୍ର ସମ୍ମାନରେ ସମ୍ମାନିତ   (11-Jun-2026)       ||      ନୂଆବଜାର ଛକ ଖୋଳି ଗେଲ୍ ଇଣ୍ଡିଆ ଛୁ’: ରାସ୍ତାସାରା କାଦୁଅ ପଚ୍ ପଚ୍ | ଖାଲରେ ପଡି ଏସ୍ ସିବିରେ ଭର୍ତ୍ତି ।ସରକାର ଙ୍କୁ ଗାଳି କଲେ ଯାତ୍ରୀ   (11-Jun-2026)       ||      ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ଉପସ୍ଥିତି ରେ ଜନ୍ମଦିନ ପାଳନ କଲେ ମଣ୍ଡଳ ଯୁବ ସଭାପତି ସୁଜିତ ବେହେରା   (10-Jun-2026)       ||      ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ଉପସ୍ଥିତି ରେ ଜନ୍ମଦିନ ପାଳନ କଲେ ମଣ୍ଡଳ ଯୁବ ସଭାପତି ସୁଜିତ ବେହେରା   (10-Jun-2026)       ||      ବଲାଙ୍ଗୀର : ଭୋଟର ତାଲିକାକୁ ଅଧିକ ସୁଦୃଢ଼, ସ୍ୱଚ୍ଛ ଓ ତ୍ରୁଟିମୁକ୍ତ କରିବା ପାଇଁ ସଘନ ସଂଶୋଧନ କାର୍ଯ୍ୟକ୍ରମ    (10-Jun-2026)       ||     

HOME   ରାଜ୍ୟ

ପୋଲିସର ବେଆଇନ ଆଇପିଏଲ୍ ବେଟିଂ ବିରୋଧୀ ଅଭିଯାନ: ୧୮ ଗିରଫ, ୩୬ ଲକ୍ଷରୁ ଅଧିକ ନଗଦ ଟଙ୍କା ସହ ପ୍ରାୟ ୪୦ ଲକ୍ଷରୁ ଅଧିକ ଟଙ୍କା ଫ୍ରିଜ୍

26-May-2026



ଭୁବନେଶ୍ୱର(ସମୀର ରଞ୍ଜନ ନାୟକ): ଚଳିତ ଆଇପିଏଲ- ୨୦୨୬ ମହାସମର ମଧ୍ୟରେ ରାଜ୍ୟରେ ବେଆଇନ ଆଇପିଏଲ୍ ବେଟିଂ  କାରବାର ବିରୋଧରେ ଓଡ଼ିଶା ପୋଲିସ ପକ୍ଷରୁ ଜୋରଦାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବିଭିନ୍ନ ଜିଲ୍ଲାରେ ଚଢ଼ାଉ କରି ପୋଲିସ ବେଟିଂ ରାକେଟ୍‌ର ପର୍ଦ୍ଦାଫାଶ କରିବା ସହ ବିପୁଳ ପରିମାଣର ନଗଦ ଟଙ୍କା, ମୋବାଇଲ୍ ଏବଂ ଗାଡ଼ି ଜବତ କରିଛି । ପୋଲିସର ସୂଚନା ଅନୁଯାୟୀ, ସାରା ରାଜ୍ୟରେ ଆଇପିଏଲ ବେଟିଂ ସଂକ୍ରାନ୍ତରେ ମୋଟ ୪ଟି ମାମଲା ରୁଜୁ କରାଯାଇଥିବା ବେଳେ ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ଏହି ଅଭିଯାନରେ ପୋଲିସ ବିପୁଳ ପରିମାଣର ଅର୍ଥ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିବାରେ ସଫଳ ହୋଇଛି  । ସାରା ରାଜ୍ୟରୁ ମୋଟ ୩୬ ଲକ୍ଷ ୮୫ ହଜାର ୨୦୦ ଟଙ୍କାର ନଗଦ ରାଶି ଜବତ କରାଯାଇଥିବା ବେଳେ ବେଟିଂ କାରବାର ରେ ବ୍ୟବହୃତ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ୩୯ ଲକ୍ଷ ୪୨ ହଜାର ୬୧୧ ଟଙ୍କା ଫ୍ରିଜ୍ କରାଯାଇଛି  । ଏହି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବା ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ଅପରାଧରେ ବ୍ୟବହୃତ ୨ଟି କାର୍ ଏବଂ ୧୩ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି ।ବିଭିନ୍ନ ଜିଲ୍ଲାରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ଦେଖିଲେ, ବେଟିଂ କାରବାର ବିରୋଧରେ ପୁରୀ ପୋଲିସକୁ ସବୁଠାରୁ ବଡ଼ ସଫଳତା ମିଳିଛି । ପୁରୀ ଜିଲ୍ଲାରେ ୧ଟି ମାମଲା ରୁଜୁ କରାଯାଇ ୪ ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ସର୍ବାଧିକ ୨୫ ଲକ୍ଷ ୩୫ ହଜାର ଟଙ୍କାର ନଗଦ ରାଶି ଜବତ ହୋଇଛି ଏବଂ ବ୍ୟାଙ୍କ ଆକାଉଣ୍ଟରେ ଥିବା ୩୧ ଲକ୍ଷ ୮୧ ହଜାର ୨୪୪ ଟଙ୍କାକୁ ଫ୍ରିଜ୍ କରାଯିବା ସହ ୬ଟି ମୋବାଇଲ୍ ଜବତ କରାଯାଇଛି ।
ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ପୋଲିସ ଏକ ବଡ଼ ଚଢ଼ାଉ କରି ଗୋଟିଏ ବେଟିଂ ମାମଲାରେ ୫ ଜଣଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୬ ଲକ୍ଷ ଟଙ୍କାର ନଗଦ ଅର୍ଥ, ୧୭ ଲକ୍ଷ ୬୧ ହଜାର ୩୬୭ ଟଙ୍କାର ବ୍ୟାଙ୍କ ବାଲାନ୍ସ ଏବଂ ୫ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି । 
 ଝାରସୁଗୁଡ଼ା ଜିଲ୍ଲାରୁ ମଧ୍ୟ ପୋଲିସ ଏକ ବଡ଼ ର଼୍ୟାକେଟ୍ ଚିହ୍ନଟ କରି ସର୍ବାଧିକ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ସେମାନଙ୍କଠାରୁ ୫ ଲକ୍ଷ ଟଙ୍କା ନଗଦ ଓ ବେଟିଂରେ ବ୍ୟବହୃତ ୨ଟି କାର୍ ଜବତ କରିଛି  । ଅପରପକ୍ଷରେ, ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ତା' ନିକଟରୁ ୫୦,୨୦୦ ଟଙ୍କା ନଗଦ ଏବଂ ୨ଟି ମୋବାଇଲ୍ ଫୋନ୍ ଜବତ କରିଛି।
ରାଜ୍ୟକୁ ଅପରାଧ ମୁକ୍ତ କରିବା ପାଇଁ ବେଆଇନ  ବେଟିଂ କାରବାରରେ ସମ୍ପୃକ୍ତ ଥିବା ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ ଓଡ଼ିଶା ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ।


News Comment




Photo in News

Advertisment
Lastest News
  ଜିଲ୍ଲା  
କ୍ଵାକ୍ ଙ୍କ ଭୁଲ ଇଞ୍ଜେକ୍ସନ୍ ଯୋଗୁଁ ଯୁବକଙ୍କ ମୃତ୍ୟୁ   12-Jun-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ମଦ ବନ୍ଦ ଆନ୍ଦୋଳନ ଜୋର ଧରିଲା*   12-Jun-2026
  ଜିଲ୍ଲା  
ନୂଆପଡ଼ାକୁ ଅତ୍ୟାଧୁନିକ କୃଷି ଜିଲ୍ଲାରେ ପରିଣତ କରିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ, କୃଷି ସମୀକ୍ଷା ବୈଠକ ରେ ନିଷ୍ପତ୍ତି*   11-Jun-2026
  ଜିଲ୍ଲା  
ବରପାଲି ଶୀତଳ ଷଷ୍ଠୀ ଯାତ୍ରା - ପାର୍ବତୀ ବିବାହ ମୋହତ୍ସବର ସାମ୍ୱାଦିକ ସମ୍ମିଳନୀ,   11-Jun-2026
  ଜିଲ୍ଲା  
ସେବାର ଅନନ୍ୟ ଉଦାହରଣ ସହଯୋଗ ଫାଉଣ୍ଡେସନ ମାଧ୍ୟମରେ ୧୦୦୦ରୁ ଅଧିକ ତଉଲିଆ ଏବଂ ଶତାଧିକ ଲୋକଙ୍କୁ ଖାଦ୍ୟ ବଣ୍ଟନ   11-Jun-2026
  ଜିଲ୍ଲା  
ମା ଖଜୁରକଟିଏନ ବନ୍ଧରୁ ପାଣି ଆଣି ନିଜେ ମୁହଁ ଧୋଇବା ସହ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ହାତ ଧୁଆଇଲା ଛାତ୍ର କଂଗ୍ରେସ   11-Jun-2026
  ଜିଲ୍ଲା  
*ବିଶ୍ବବିଦ୍ୟାଳୟ ଟପ୍ପର ଛାତ୍ରୀ ଙ୍କୁ ଶୁଭେଛା ସମ୍ବର୍ଦ୍ଧନା କଲେ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ*-   11-Jun-2026
  ଜିଲ୍ଲା  
ସତଲମା ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନଶିକ୍ଷକଙ୍କ ଯୋଗଦାନ   11-Jun-2026
  ଜିଲ୍ଲା  
ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସାମ୍ବାଦିକ ସମ୍ମିଳନୀ।   11-Jun-2026
  ଅପରାଧ  
ଏସ୍‌.ସି.-ଏସ୍‌.ଟି. ଙ୍କ ପ୍ରତି ସରକାର ଙ୍କ ବୈମାତୃକ ମନୋଭାବ, ଏସଟି ଏସସି ମାରଣ ନିତୀ ବିରୁଦ୍ଧରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର  ପ୍ରତିବାଦ   11-Jun-2026
  ଜିଲ୍ଲା  
ସୁବର୍ଣ୍ଣପୁରର ନିବେଦିତା ରଥଙ୍କୁ ଆମେରିକାର ଓ୍ବାଶିଂଟନ୍‌ ଡିଜିଟାଲ୍ ୟୁନିଭରସିଟି ପକ୍ଷରୁ ‌‌ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ   11-Jun-2026
  ଜିଲ୍ଲା  
ବଲାଙ୍ଗୀର ସହରର ବିଶିଷ୍ଟ ଔଷଧ ବ୍ୟବସାୟୀ ରମେଶ ଅଗ୍ରୱାଲ ଙ୍କ  ହୃଦଘାତରେ ପରଲୋକ   11-Jun-2026

You Might Also Like