-+91-9937148622 |

prerana_bgr@rediffmail.com |

  Thursday 5th November 2026 |

| | | |

R.N.I. Regd No. ODIODI/2010/46693

Breaking News

ନର୍ଲାରୋଡ ସ୍ଥିତ ଅନିଲ କୁମାର ଜୈନ ଙ୍କ ଗୋଦାମ ଘରୁ ନର୍ଲା ପୋଲିସ ଦ୍ୱାରା ବାଣ ଜବତ ।   (05-Nov-2026)       ||      ଅଙ୍ଗନଦୀ ପୋଲ ନିକଟରୁ କଫ ସିରପ ଜବତ୍   (05-Nov-2026)       ||      ଅଙ୍ଗନଦୀ ପୋଲ ନିକଟରୁ କଫ ସିରପ ଜବତ୍   (05-Nov-2026)       ||      ଟିଟିଲାଗଡ଼ରେ ଆୟୋଜିତ ହେବ ପ୍ରଥମ ‘ହ୍ୟୁମାନ ସାଗର ସ୍ମୃତି ସମ୍ମାନ’- କଳାକାର ଏକତା ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ   (05-Nov-2026)       ||      ଶାସକ ଦଳର ସାଂସଦ ଏବଂ ସର୍ବାଧିକ ସଂଖ୍ୟକ ବିଧାୟକ ତଥା ପ୍ରଭାବଶାଳୀ ମନ୍ତ୍ରୀ ଥିବା ସତ୍ତ୍ବେ ଲୋକଙ୍କ ପାଖରେ ସର୍ବନିମ୍ନ ମୌଳିକ ସୁବିଧା ନ ପହଞ୍ଚିବା ଦୁର୍ଭାଗ୍ୟଜନକ    (05-Nov-2026)       ||      ଉଦ୍‌ଘାଟନ ହେଲା ୟନେକ୍ସ ସନ୍‌ରାଇଜ ଅଲ ଓଡିଶା ଓସ୍‌ବା ୩୮ତମ ସବ୍ ଜୁନିୟର ୧୫ ଓ ୧୭ ବର୍ଷରୁ କମ୍ ରାଜ୍ୟ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍‌   (05-Nov-2026)       ||      ଜର୍ନାଲିଷ୍ଟ ଏସୋସିଏସନ୍ ଅଫ୍ ବରଗଡ (ଜାବ)ର ବାର୍ଷିକ ସାଧାରଣ ପରିଷଦ ବୈଠକ ଓ ଦ୍ଵିବାର୍ଷିକ ନିର୍ବାଚନ    (05-Nov-2026)       ||      କଣ୍ଟାବାଞ୍ଜିରେ ଅଘଟଣ : ନିର୍ମାଣାଧୀନ ମ୍ୟାରେଜ ପ୍ୟାଲେସରେ ଶ୍ରମିକଙ୍କ ମୃତ୍ୟୁ   (05-Nov-2026)       ||      *ଡାବୁଗାଁ ବ୍ଲକରେ ସାଂସଦ ପ୍ରତିନିଧି ରାଜେନ୍ଦ୍ର ବିଷୋୟୀଙ୍କୁ ଭବ୍ୟ ସ୍ୱାଗତ*   (05-Nov-2026)       ||      ଅର୍ଣ୍ଣବ ଓ ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତି ଆକଳନ♦️ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରୀୟ ଟିମ୍, ବ୍ୟାପକ କ୍ଷୟକ୍ଷତି ହୋଇଛି, ସମ୍ପୂର୍ଣ୍ଣ ଆକଳନ କରିବାକୁ ଆହୁରି ୭/୮ ଦିନ ଲାଗିବ   (05-Nov-2026)       ||      ଥାନାରେ ସର୍ଦ୍ଦାରଙ୍କର ରାତ୍ରୀକାଳୀନ ସାକ୍ଷାତକାର ♦️ କାରଣ କଣ ?   (05-Nov-2026)       ||      ରାଜନୀତିର ପଶାପାଲେିର ବନ୍ଧା ପଡିଛି ବଲାଙ୍ଗୀରର ସ୍ୱାଭିମାନ ଲକ୍ଷ୍ମେୀଜାର୍ ପ୍ରକଳ୍ପ   (05-Nov-2026)       ||      କଣ୍ଟାମାଳ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ    (05-Nov-2026)       ||      କୁଟାସିଂହା ଅଙ୍ଗ ନଦୀ ଉପରେ ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ ଷ୍ଟ୍ରକଚର(ବ୍ୟାରେଜ) ନିର୍ମାଣ ପ୍ରକଳ୍ପ ଅନୁମୋଦିତ   (05-Nov-2026)       ||      ବିଦ୍ୟାଧରପୁର କାଳୀପୂଜା ପ୍ରସ୍ତୁତି ୩୧ ମଣ୍ଡପରେ ପୂଜା ; ୧୮ରେ ଭସାଣି   (05-Nov-2026)       ||      କଣ୍ଟାବାଞ୍ଜି ପୁଲିସର ସଫଳତା ♦️ବସଷ୍ଟାଣ୍ଡରୁ ଉଦ୍ଧାର ହେଲେ ବେଆଇନ ୧୪ ଦାଦନ ଶ୍ରମିକ    (05-Nov-2026)       ||      ବଲାଙ୍ଗୀର ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ "ସୃଜନଶୀଳତା ଓ ଲୁକ୍କାୟିତ ଦକ୍ଷତାର ପରିପ୍ରକାଶ ପାଇଁ ସୁରଭି ଏକ ସୁନ୍ଦର ମଞ୍ଚ"   (04-Nov-2026)       ||      ଟିଟିଲାଗଡ଼ ଓମ୍ ଭ୍ୟାଲି ସ୍କୁଲ ର ଛାତ୍ରୀ ଦିବ୍ୟା କମାନୀଙ୍କ ବଡ଼ ସଫଳତା♦️ ଏମବିବିଏସ୍ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନେତାଜୀ ସୁଭାଷ ମେଡିକାଲ କଲେଜରେ ପାଇଲେ ନାମଲେଖା ସୁଯୋଗ   (04-Nov-2026)       ||      ଯୁଗ୍ମ ସଚିବଙ୍କ ମହାବିଦ୍ୟାଳୟ ପରିଦର୍ଶନ   (04-Nov-2026)       ||      ସ୍ୱପ୍ନର ଡେଣା ମେଲାଇଲା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ: ୨୮୮ ପ୍ରତିଭାର ନବସୃଜନ ଉତ୍ସବ   (04-Nov-2026)       ||     

HOME   ରାଜ୍ୟ

ପିଇବା ପାଣି, ବିଜୁଳି କାଟରେ ଅତିଷ୍ଟ ବଲାଙ୍ଗିରବାସୀ♦️ ଭୋଟ ନେଇ ଲୋକଙ୍କ ଅଭିଯୋଗ ଶୁଣୁ ନାହାନ୍ତି ବିଧାୟକ ଓ ମନ୍ତ୍ରୀ- ନରସିଂହ

25-May-2026



ନିର୍ବାଚନର ଦୁଇବର୍ଷ ପରେ ମଧ୍ୟ ଭୂମିହୀନଙ୍କୁ ଜମି ଓ ଘର ମିଳୁନାହିଁ କାହିଁକି

ବଲାଙ୍ଗିର(ପ୍ରେରଣା ଖବର)- ୨୦୧୪ ରୁ ୨୦୨୩ ପର୍ଯ୍ୟନ୍ତ ବଲାଙ୍ଗିରବାସୀଙ୍କ ପାଇଁ ପିଇବା ପାଣି ଓ ଲୋ ଭୋଲଟେଜ୍ ଓ ବିଦ୍ୟୁତ କାଟ ସମସ୍ୟାକୁ ପ୍ରାୟତଃ ସମାଧାନ କରାଯାଇଥିଲା । ସମସ୍ତ ଟ୍ରାନ୍ସଫରମର କୁ ଅପଗ୍ରେଡେସନ କରାଯାଇଥିଲା । ପ୍ରତ୍ୟେକ ୱାର୍ଡରେ ପିଇବା ପାଣି ପାଇପ ହେଉ କି ଟେଙ୍କର ଯୋଗେ ପହଂଚା ଯାଇଥିଲା କିନ୍ତୁ ଆଜି କଣ ପାଇଁ କେବଳ ସହର ନୁହେଁ ଗାଁ ଗାଁ ରେ ମଧ୍ୟ ପିଇବା ପାଣି, ବିଜୁଳିକୁ ନେଇ ଲୋକେ ଡହଳବିକଳ ହେଉଛନ୍ତି । ବଲାଙ୍ଗିରବାସୀ ବିଶ୍ୱାସ କରି ଭୋଟ ଦେଲେ ବର୍ତ୍ତମାନ ସେମାନେ ବିଧାୟକ, ମନ୍ତ୍ରୀ ହୋଇ ଲୋକଙ୍କ ମୌଳିକ ସମସ୍ୟା ସମାଧାନ କରିବାକୁ ପଛଘୁଞ୍ଚା ଦେଉଛନ୍ତି । ପ୍ରଚଣ୍ଡ ଗ୍ରୀଷ୍ମରେ ଲୋକେ ବିଜୁଳି କାଟ, ପାଣି ପାଇଁ ଘୋର ଦୁର୍ଦ୍ଦଶାରେ ଥିବା ବେଳେ ଏହି ଜନପ୍ରତିନିଧିମାନେ କିନ୍ତୁ ବଲାଙ୍ଗିରବାସୀଙ୍କ ଅଭିଯୋଗ ଶୁଣିବାକୁ ମଧ୍ୟ ସମୟ ନ ଦେଇ ରାଜଧାନୀ ଭୁବନେଶ୍ୱର କିମ୍ବା ରାଜ୍ୟ ବାହାରେ ଅୟସ କରୁଛନ୍ତି ବୋଲି ଆଜି ସ୍ଥାନୀୟ ଏକ ଘରୋଇ ହୋଟେଲ ରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଅତି କ୍ଷୋଭର ସହ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ  ବନ୍ଧକଟାର ଉନ୍ନତି ପାଇଁ ନଗର କଂଗ୍ରେସ ତରଫରୁ ବାରମ୍ବାର ଆନ୍ଦୋଳନ କରାଯାଇଥିଲା କିନ୍ତୁ ଏକ ସମୟରେ ଉନ୍ନତିକରଣ ନାଁ ରେ ସମସ୍ତ ବନ୍ଧକଟାର ପାଣି ସୁଖେଇ ଦେବାରୁ ବର୍ତ୍ତମାନ ସହରର ଭୂତଳ ଜଳସ୍ତର ବହୁତ ନିମ୍ନକୁ ଚାଲିଯାଇଛି । ଗାଁ ଗଣ୍ଡାରୁ ଆସୁଥିବା ଲୋକେ ସହରରେ ପିଇବା ପାଣି ପାଇବାର ଦୂରର କଥା ଶୌଚ କି ଗାଧେଇବା ପାଣି ସେମାନଙ୍କ ପାଇଁ ସ୍ୱପ୍ନ ହୋଇଯାଇଛି । ୨୦ କୋଟି ରୁ ଉର୍ଦ୍ଧ୍ୱ ଟଙ୍କା ଅନୁଦାନ ଆସିଥିବା ମହାରାଣୀ ସାଗର ସୌନ୍ଦର୍ଯିକରଣ ଦୁର୍ନିତିରେ ପୌର ପରିଷଦ ସମ୍ପୁର୍ଣ୍ଣ ବୁଡି ରହିଛି । ଅଣ କୁଶଳି ୧୦୦ ରୁ ଉର୍ଦ୍ଧ୍ୱ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀଙ୍କ ନାମରେ ଜଣେ ମାତ୍ର ଠିକାଦାର କାମ କରି ବହୁ କୋଟି ଟଙ୍କାର ଦୁର୍ନିତି କରି ଐତିହ୍ୟ ସମ୍ପନ୍ନ ମହାରାଣୀ ସାଗର ର ସୁନ୍ଦରତାକୁ ସମ୍ପୁର୍ଣ୍ଣ ଧ୍ୱଂସ କରିଦେଇଛନ୍ତି । ପୁଣି ବର୍ତ୍ତମାନ ସହରର ସବୁ ବନ୍ଧକଟାର ମାଟି ଉତ୍ତୋଳନ କାମ ଏତେ ଧିମାରେ ଚାଲିଛି ଯେ ଏଥିରେ ମଧ୍ୟ ଯଦି ଗୋଟିଏ ଦୁଇଟା ବର୍ଷା ହୋଇଯାଏ ତେବେ ଅସମ୍ପୁର୍ଣ୍ଣ କାମକୁ ସମ୍ପୁର୍ଣ୍ଣ ଦେଖାଇ ସମ୍ପୁର୍ଣ୍ଣ ଅନୁଦାନ ରାଶିକୁ ଆତ୍ମସାତ କରିଦେବେ । ତେଣୁ ପ୍ରଶାସନ ଏବଂ ସରକାରଙ୍କୁ ଆମର ଅନୁରୋଧ ଏ ଦିଗରେ ଶିଘ୍ର ପଦକ୍ଷେପ ନିଅନ୍ତୁ ନଚେତ ଏହି ବନ୍ଧକଟାରେ ମଧ୍ୟ ବଡଧରଣର ଦୁର୍ନିତି ହେବ । ନିର୍ବାଚନ ଜିତିଯିବା ପରେ ବିଧାୟକ ମନ୍ତ୍ରୀମାନେ ଲୋକଙ୍କ ଅଭିଯୋଗ ଶୁଣୁ ନାହାନ୍ତି ତେଣୁ ସେମାନେ ମଧ୍ୟ ଦୁର୍ନିତିରେ ଲିପ୍ତ ବୋଲି ଚାଲିଆଡେ ଲୋକେ ଚର୍ଚ୍ଚା କଲେଣି । ଏମାନଙ୍କ ଦୁର୍ନିତି ଏତେ ଚରମସୀମାରେ ପହଂଚି ଯେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ଯୋଗାଇ ଦେବାକୁ ମଧ୍ୟ ପିସି ଦାବି କରୁଛନ୍ତି । ଜିଲ୍ଲାରୁ ଶକ୍ତି ମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଥାଇ ଉଭୟ କାହିଁକି ବିଜୁଳି କାଟ ଓ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରିବାରେ ବିଫଳ ହେଉଛନ୍ତି ବୋଲି ଶ୍ରୀ ମିଶ୍ର କ୍ଷୋଭର ସହ କହିଥିଲେ ।  ଜିଲ୍ଲାର ପୁର୍ତ୍ତ , ଗ୍ରାମ୍ୟ ଉନ୍ନୟନ ହେଉ କି ବ୍ଲକ ସବୁ ଜାଗାରେ ନେତାମାନେ ପିସି ପାଇଁ ହାଉଁ ହାଉଁ ହେଉଥିବାରୁ ବିଭିନ୍ନ ପ୍ରକଳ୍ପ କାମରେ ବଡ ଦୁର୍ନିତି ହୋଇଥିବାର ଅଭିଯୋଗ ଚାରିଆଡେ ଆସୁଛି । ସଦାଇପାଲି ଏକ କାମରେ ବଲାଙ୍ଗିର ବ୍ଲକ ପ୍ରଶାସନ କାର୍ଯ୍ୟାଦେଶ ଦେବା ସତ୍ତ୍ୱେ ସେହି ନିର୍ଦ୍ଦିଷ୍ଟ ଅନୁଦାନକୁ ସମ୍ପୁର୍ଣ୍ଣ ଖାଇଯାଇଛନ୍ତି । ଆରଟିଆଇ ତଥ୍ୟ ଅନୁସାରେ ବ୍ଲକ ରେ କାର୍ଯ୍ୟାଦେଶ ଅଛି କିନ୍ତୁ ଫାଇଲ ଚୋରୀ ହୋଇଯାଇଛି ।

ପ୍ରଚଣ୍ଡ ଗ୍ରୀଷ୍ମରେ ସହରର ସମସ୍ତ ବନ୍ଧକଟାରୁ ପାଣି କାଟିଦେବା ଦୁଃଖଦାୟକ

ଦୁଃଖର କଥା ବ୍ଲକ ପ୍ରଶାସନ କିନ୍ତୁ ଫାଇଲ ଚୋରି ହୋଇଛି ବୋଲି ପୋଲିସରେ କୌଣସି ଅଭିଯୋଗ କରିନାହାନ୍ତି । ଆଗାମୀ ଦିନରେ ନିଶ୍ଚିତ ଭାବରେ ଏହାକୁ ନେଇ ଆଇନ ର ସହାୟତା ନିଆଯିବ ବୋଲି କାର୍ଯ୍ୟାଦେଶ ପାଇଥିବା ବ୍ୟକ୍ତି ସୂଚନା ଦେଇଛନ୍ତି ବୋଲି ଶ୍ରୀ ମିଶ୍ର କହିଥିଲେ । ନେତାମାନେ ନିର୍ବାଚନ ଜିତିବାର ଦୁଇ ବର୍ଷ ବିତି ଯାଇଥିଲେ ଆପତ୍ତି ଜନକ ସ୍ଥାନରେ ଯଥା ଲକ୍ଷ୍ମୀଯୋର ହେଉ କି ଇନ୍ଦିରା ନଗର, ମହାରାଣୀ ସାଗର ହେଉ ଭୂମିହୀନଙ୍କୁ ଥଇଥାନ ପାଇଁ ବିନା ମୁଲ୍ୟରେ ଜମି ଓ ଘର କାହିଁକି ଦିଆଯିବାର ବନ୍ଦୋବସ୍ତ ଆଜି ପର୍ଯ୍ୟନ୍ତ କରିପାରିଲେ ନାହିଁ ବୋଲି ଶ୍ରୀ ମିଶ୍ର କ୍ଷୋଭର ସହ ପ୍ରଶ୍ନ କରିଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ନୁଆଁ ନିଯୁକ୍ତି ପାଇଥିବା ଜିଲ୍ଲା ମହିଳା କଂଗ୍ରେସ ସଭାପତି ଜୟନ୍ତି ପୁଟେଲ ନାରୀ ନିର୍ଯ୍ୟାତନା ରୋକିବାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସମ୍ପୁର୍ଣ୍ଣ ଫେଲ ହୋଇଛନ୍ତି । ଦରଦାମ ନିୟନ୍ତ୍ରଣରେ ଏହି ସରକାର ଏତେ ଫେଲ ମାରିଛି ଯେ ବର୍ତ୍ତମାନ ମାଁ ଭଉଣୀମାନେ ଘର ଚଳାଇବାରେ ଘୋର ଆର୍ଥିକ ଅନାଟନ ର ସମ୍ମୁଖିନ ହେଉଛନ୍ତି । ଏ ସମସ୍ୟା ର ସମାଧାନ ପ୍ରତି ସରକାର ତୁରନ୍ତ ପଦକ୍ଷେପ ନ ନେଲେ ଆମେ ଘରକୁ ଘର ବୁଲି ସରକାରର ବିରୁଦ୍ଧରେ ଯୁଦ୍ଧମ୍ ଦେହି ଡାକରା ଦେବୁ ବୋଲି କହିଥିଲେ । ମଂଚାସିନ ଥିବା ଦେଓଗାଁ ବ୍ଲକ ମହିଳା କଂଗ୍ରେସ ସଭାପତି ତଥା ବ୍ଲକ ଉପାଧ୍ୟକ୍ଷା ସୂର୍ଯ୍ୟକାନ୍ତି ଛତ୍ରିଆ ଗାଁରେ ଇନ୍ଦିରା ଆବାସ, ବାର୍ଦ୍ଧକ୍ୟ ଭତ୍ତା, ସୁଭଦ୍ରା ଯୋଜନା ନାଁ ରେ ଲୋକଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାର ସମ୍ପୁର୍ଣ୍ଣ ଭୁଆଁ ବୁଲାଇଛନ୍ତି ବୋଲି କହିଥିଲେ । ଏହାର ବିରୁଦ୍ଧରେ ବହୁ ଶିଘ୍ର ଗାଁ ରୁ ସହର ପର୍ଯ୍ୟନ୍ତ ମାଁ ମାନଙ୍କ ସହ ସାଧାରଣ ଜନତା ରାଜରାସ୍ତାରେ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି କହିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନର୍ଲାରୋଡ ସ୍ଥିତ ଅନିଲ କୁମାର ଜୈନ ଙ୍କ ଗୋଦାମ ଘରୁ ନର୍ଲା ପୋଲିସ ଦ୍ୱାରା ବାଣ ଜବତ ।   05-Nov-2026
  ଜିଲ୍ଲା  
ଅଙ୍ଗନଦୀ ପୋଲ ନିକଟରୁ କଫ ସିରପ ଜବତ୍   05-Nov-2026
  ଜିଲ୍ଲା  
ଅଙ୍ଗନଦୀ ପୋଲ ନିକଟରୁ କଫ ସିରପ ଜବତ୍   05-Nov-2026
  ଜିଲ୍ଲା  
ଟିଟିଲାଗଡ଼ରେ ଆୟୋଜିତ ହେବ ପ୍ରଥମ ‘ହ୍ୟୁମାନ ସାଗର ସ୍ମୃତି ସମ୍ମାନ’- କଳାକାର ଏକତା ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ   05-Nov-2026
  ଜିଲ୍ଲା  
ଶାସକ ଦଳର ସାଂସଦ ଏବଂ ସର୍ବାଧିକ ସଂଖ୍ୟକ ବିଧାୟକ ତଥା ପ୍ରଭାବଶାଳୀ ମନ୍ତ୍ରୀ ଥିବା ସତ୍ତ୍ବେ ଲୋକଙ୍କ ପାଖରେ ସର୍ବନିମ୍ନ ମୌଳିକ ସୁବିଧା ନ ପହଞ୍ଚିବା ଦୁର୍ଭାଗ୍ୟଜନକ   05-Nov-2026
  ଜିଲ୍ଲା  
ଉଦ୍‌ଘାଟନ ହେଲା ୟନେକ୍ସ ସନ୍‌ରାଇଜ ଅଲ ଓଡିଶା ଓସ୍‌ବା ୩୮ତମ ସବ୍ ଜୁନିୟର ୧୫ ଓ ୧୭ ବର୍ଷରୁ କମ୍ ରାଜ୍ୟ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍‌   05-Nov-2026
  ଜିଲ୍ଲା  
ଜର୍ନାଲିଷ୍ଟ ଏସୋସିଏସନ୍ ଅଫ୍ ବରଗଡ (ଜାବ)ର ବାର୍ଷିକ ସାଧାରଣ ପରିଷଦ ବୈଠକ ଓ ଦ୍ଵିବାର୍ଷିକ ନିର୍ବାଚନ   05-Nov-2026
  ଜିଲ୍ଲା  
କଣ୍ଟାବାଞ୍ଜିରେ ଅଘଟଣ : ନିର୍ମାଣାଧୀନ ମ୍ୟାରେଜ ପ୍ୟାଲେସରେ ଶ୍ରମିକଙ୍କ ମୃତ୍ୟୁ   05-Nov-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସାଂସଦ ପ୍ରତିନିଧି ରାଜେନ୍ଦ୍ର ବିଷୋୟୀଙ୍କୁ ଭବ୍ୟ ସ୍ୱାଗତ*   05-Nov-2026
  ଜିଲ୍ଲା  
ଅର୍ଣ୍ଣବ ଓ ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତି ଆକଳନ♦️ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରୀୟ ଟିମ୍, ବ୍ୟାପକ କ୍ଷୟକ୍ଷତି ହୋଇଛି, ସମ୍ପୂର୍ଣ୍ଣ ଆକଳନ କରିବାକୁ ଆହୁରି ୭/୮ ଦିନ ଲାଗିବ   05-Nov-2026
  ଜିଲ୍ଲା  
ଥାନାରେ ସର୍ଦ୍ଦାରଙ୍କର ରାତ୍ରୀକାଳୀନ ସାକ୍ଷାତକାର ♦️ କାରଣ କଣ ?   05-Nov-2026
  ରାଜ୍ୟ  
ରାଜନୀତିର ପଶାପାଲେିର ବନ୍ଧା ପଡିଛି ବଲାଙ୍ଗୀରର ସ୍ୱାଭିମାନ ଲକ୍ଷ୍ମେୀଜାର୍ ପ୍ରକଳ୍ପ   05-Nov-2026

You Might Also Like