-+91-9937148622 |
prerana_bgr@rediffmail.com |
Friday 29th May 2026 |
R.N.I. Regd No. ODIODI/2010/46693
Breaking News
25-May-2026
କଟକ(ତପନ ମହାନ୍ତି) ଆଜି ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଜି ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଥିଲେ।
ଇସ୍ତଫା ପତ୍ର ରେ ଦେବାଶିଷ ଲେଖିଥିଲେ ଯେ ‘ମୁଁ ସର୍ବଦା ଦଳର ସ୍ୱାର୍ଥ ପାଇଁ ନିଜକୁ ଉତ୍ସର୍ଗ କରିଆସିଛି ଏବଂ ବର୍ଷ ବର୍ଷ ଧରି ଅତ୍ୟନ୍ତ ଦୃଢ଼ ବିଶ୍ୱାସ ଏବଂ ପ୍ରତିବଦ୍ଧତାର ସହିତ ଦଳ ପାଇଁ କାମ କରିଆସିଛି। ତଥାପି, ମୁଁ ଅନୁଭବ କରୁଛି ଯେ, ବର୍ତ୍ତମାନ ମୋତେ ଦଳରେ କ୍ରମାଗତ ଭାବେ କୋଣଠେସା କରିଦିଆଯାଉଛି। ଏଥି ସହିତ ଦଳ ମୋ ସେବା ଆବଶ୍ୟକ କରୁନି ବୋଲି ଅନୁଭବ କଲି। ତେଣୁ, ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି କଠିନ ନିଷ୍ପତ୍ତି ନେଇଛି।
ଦୀର୍ଘ ଦିନ ଧରି ଦଳ ପ୍ରତି ଅସନ୍ତୁଷ୍ଟ ଥିଲେ ଦେବାଶିଷ।
-ପାଣ୍ଡିଆନଙ୍କ ପାଇଁ ବିଜେଡି ଛାଡ଼ିଲି କହି ରୋଷ ଝାଡ଼ିଲେ
-ବର୍ଷେ ହେଲାଣି ନବୀନ ବାବୁଙ୍କୁ ମୋତେ ଦେଖା କରାଇ ଦେଉ ନଥିଲେ
-ସେ ଭଲ ଭାବେ ଜାଣିଥିଲେ ନବୀନ ବାବୁଙ୍କ ସହ ମୋର ସଂପର୍କ କଣ
-ବିଜେଡିକୁ ସଂଗଠିତ କରିବା ନୁହେଁ, କିପରି ଅଧିକରୁ ଅଧିକ ସସ୍ପେଣ୍ଡ କାର୍ଯ୍ୟ
-ନବୀନ ବାବୁ କହିଥିଲେ ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହନ୍ତି
-ମାତ୍ର ଟ୍ରଷ୍ଟ ନାଁରେ ବାପା ବିଜୁ ବାବୁ କରିଥିବା ଘର ତାଙ୍କୁ ଦେଇଦେଲେ
-ଏହା ବିଜୁ ବାବୁଙ୍କ ଲିଗାସି ପ୍ରତି ଘୋର ଅପମାନ ଥିଲା- ଦେବାଶିଷ
-ବିଜୁ ବାବୁଙ୍କ ସଂପତ୍ତି ତାମିଲ୍ ଲୋକଙ୍କୁ ଯିବ ମୁଁ ଗ୍ରହଣ କରିପାରୁନି