-+91-9937148622 |
prerana_bgr@rediffmail.com |
Saturday 13th December 2025 |
R.N.I. Regd No. ODIODI/2010/46693
Breaking News
11-Nov-2025
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା କଂସାରିପଡା ଦଧିବାମନ ମନ୍ଦିର ସମ୍ଭୁଖରେ ଚାଲିଥିବା ଗୋକୁଳାଷ୍ଟମୀ ମହୋତ୍ସବର ଆଜି ତୃତୀୟ ସନ୍ଧ୍ୟାରେ କୃଷ୍ଣ ବଳରାମଙ୍କୁ ପୁଣ୍ୟମାସୀଙ୍କ ଆଦେଶ କ୍ରମେ ଗୋବର୍ଦ୍ଧନମଲ୍ଲ ପଞ୍ଚବିଦ୍ୟା ଅର୍ଥାତ ଗୋଚାରଣ ବିଦ୍ୟା ପ୍ରଦାନ କରିଛନ୍ତି। ଏହି ବିଦ୍ୟା ଲାଭ କରିବା ପରେ ନଟଖଟିଆ କୃଷ୍ଣ ଓ ବଡ଼ଭାଇ ବଳରାମ କାହାକୁ ବି ଭୟ ନକରି ନିର୍ଭୟରେ ଏକୁଟିଆ ବୁଲିବା,ଗୋପାଳ ପୁଅ ମାନଙ୍କ ସହିତ ଗୋରୁ ଚରେଇବାକୁ ଯାଇ ଘଞ୍ଚ ଜଙ୍ଗଲରେ ରାତି କଟେଇବା,ଦିନ ଦିନ ଧରି ଘରକୁ ନେଫରିବାରୁ ମା ଯଶୋଦା ଆଖିରୁ ଲୁହ ଝରାଇ ଅଖିଆ ପିଆ ରହିବା, ନନ୍ଦ ରାଜାଙ୍କ ସହ ଗୋପପୁରବାସୀ କୃଷ୍ଣ ବଳରାମଙ୍କୁ ଖୋଜି ଯିବା ଆଦି ଅନେକ ଦୃଶ୍ୟ କଳାକାର ମାନଙ୍କ ଦ୍ବାରା ମୁକ୍ତାକାଶ ରଙ୍ଗମଞ୍ଚରେ ମଞ୍ଚସ୍ଥ ହୋଇଥିଲା ।ଅନୁଷ୍ଟିତ ଯାତ୍ରାର କୃଷ୍ଣ ଭୂମିକାରେ ଶ୍ରୀମାନ,ବଳରାମ କାହ୍ନା,ଗୋବର୍ଦ୍ଧନ ମଲ୍ଲ ସଞ୍ଜୟ, ନନ୍ଦ ରାଜା ମୁକୁନ୍ଦ,ଯଶୋଦା ଶଶାଙ୍କ,ପୁଣ୍ୟ ମାସି ହିମାଂଶୁ,ସଖି ବିବେକ,ସୁଶାନ୍ତ,ଅର୍ପିତ,ବଜରଙ୍ଗ, ଦରୁଆନ ରମାକାନ୍ତ,ରଘୁନାଥ,ବାବାଜୀ ରାମ ଚନ୍ଦ୍ର,ରାଜକିଶୋର,ହରିଚନ୍ଦନ,ଗୋପାଳ ପୁଅ ବିଶ୍ୱଜିତ,ପ୍ରତ୍ୟୁଷ,ପ୍ରତୀକ,ଆଦର୍ଶ,ସ୍ୱରୂପ,ପ୍ରୀୟାନ ଆଦି ଅଭିନୟ କରିଥିଲେ ।