-+91-9937148622 |
prerana_bgr@rediffmail.com |
Wednesday 12th November 2025 |
R.N.I. Regd No. ODIODI/2010/46693
Breaking News
08-Sep-2025
ବଲାଙ୍ଗୀର- ବଲାଙ୍ଗୀର ଅଭିଭାବବକ ମଂଚ ତରଫରୁ ସ୍ଥାନୀୟଐତିହାସିକ ପୂର୍ଣ୍ଣଚନ୍ଦ୍ର ପାଠାଗାର ସମ୍ମିଳନୀ କକ୍ଷ ଠାରେ ପାଟଣା ହାଇକୋର୍ଟର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ମଂଚର ସଭାପତି ଧର୍ମବ୍ରତ ରଥଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ ଯୋଗ ଦେଇ ୧୯୪ଠମସିହାରେ ସ୍ଥାପିତ ହୋଇଥିବା ପାଟଣା ହାଇକୋର୍ଟ ଏବଂ ପରେ ପରେ ୧୯୪୨ରେ କମନ ହାଇକୋର୍ଟରେ ରୂାପାନ୍ତରଣ ହୋଇଥିବା ଓଡ଼ିଶା ଓ ଛତିଶଗଡ଼ର ୩ଠଟି ରାଜ୍ୟର ବିଭିନ୍ନ ମୁକଦ୍ଦମା ପରିଚାଳନା କରୁଥିବା ହାଇକୋର୍ଟର ପୁନଃସ୍ଥାପନ କରିବାର ଆବଶ୍ୟକତା ଉପରେ ଜୋର୍ ଦେଇଥିଲେ ।
ମୁଖ୍ୟବକ୍ତା ଭାବରେ ଆଇନଜୀବୀ ଭବାନୀଶଙ୍କର ଶତପଥୀ ଓ ସମ୍ମାନିତ ଅତିଥି ଭାବରେ ଆଇନଜୀବୀ ଜୟରାମ ମିଶ୍ର ଓ ଶୁଭ୍ରାଂଶୁ ଶେଖର ପଣ୍ଡା ମଂଚାସୀନ ରହି ନିଜର ବକ୍ତବ୍ୟ ରଖିଥିଲେ । ସଭା ପ୍ରାରମ୍ଭରେ ପ୍ରଶନ୍ନ କୁମାର ମିଶ୍ର ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଦିବାକର ହୋତା, ଚୁଡେନ୍ଦ୍ର ବେହେରା, ସୁନାଧର ବନଛୋର ମଂଚ ପରିଚାଳନା କରିଥିଲେ । ଆଲୋଚନାରେ ମନୋରଂଜନ ସାହୁ, ତରୁଣ କୁମାର ମିଶ୍ର, ବୀରେନ୍ଦ୍ର କୁମାର ଝାଙ୍କର, ରଘୁନନ୍ଦନ ସିଂହ, ଦତ୍ତାନନ୍ଦ ପଣ୍ଡା, ଗୋପାଳ ହୋତା, ଜୟକୃଷ୍ଣ ଆଚାର୍ଯ୍ୟ, ମଦନମୋହନ ରଥ, ମାଳତୀ ଉଦ୍ଗାତା, କୃଷ୍ଣଚନ୍ଦ୍ର ନାଥ, ପବିତ୍ର ଦାସ, ରାଧାକାନ୍ତ ସେଠ୍, ନବକିସୋର ବେହେରା, ଅଶୋକ ମେହେର, ବିମଳ ଚକ୍ରବର୍ତ୍ତୀ, ବନମାଳି ନନ୍ଦ, ଜୟଦେବ ବେହେରା, ସୁବ୍ରତ କୁମାର ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଅବସରପ୍ରାପ୍ତ ଶିକ୍ଷୟିତ୍ରୀ କସ୍ତୁରୀ ରଥ ସଭାକୁ ସଂଯୋଜନାରେ କରିଥିବା ବେଳେ ଗୋବିନ୍ଦ ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ ।