-+91-9937148622 |

prerana_bgr@rediffmail.com |

  Sunday 9th November 2025 |

| | | |

R.N.I. Regd No. ODIODI/2010/46693

Breaking News

ରୋତ୍ କଲେଜରେ ବନ୍ଦେ ମାତରମ୍ କାର୍ଯ୍ୟକ୍ରମ   (08-Nov-2025)       ||      ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଭୁକ୍ତାରେ ବିଦ୍ୟାଳୟସ୍ତରୀୟ ଶକ୍ତି ସଂରକ୍ଷଣ କୁଇଜ୍ ପ୍ରତିଯୋଗିତା - ୨୦୨୫ ଅନୁଷ୍ଠିତ   (08-Nov-2025)       ||      ବାୟୋଡିଗ୍ରେଡେବଲ୍ କ୍ୟାରିବ୍ୟାଗ୍ ଶିଳ୍ପ ଉଦ୍‌ଘାଟିତ   (08-Nov-2025)       ||      ସୁବର୍ଣ୍ଣପୁର ଜିଲ୍ଲାପାଳଡ. ନୃପରାଜ ସାହୁ ପାଇବେ ଚଳିତ ବର୍ଷର ସମ୍ମାନ ଜନକ ପ୍ରଶାସନିକ ସେବାରତ୍ନ ସମ୍ମାନ    (08-Nov-2025)       ||      ଲୋଇସିଂହା କଲେଜ ରେ ଯୁବ ସାଂସ୍କୃତିକ ମହୋତ୍ସବ ଉଦଯାପିତ   (08-Nov-2025)       ||      ଜାକାଲଗୁଣ୍ଡି ଜଙ୍ଗଲରୁ ୪କ୍ୱିଣ୍ଟାଲ୫୦କେଜି ଦମ୍ପିଙ୍ଗ ଗଞ୍ଜେଇ ଠାବ   (08-Nov-2025)       ||      *ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ ମହା ବିଦ୍ୟାଳୟ ପକ୍ଷରୁ କୁନ୍ଦୁରୁ କୁଶଳ ଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ* -   (08-Nov-2025)       ||      ଡାବୁଗାଁରେ ସାଇବର ସୁରକ୍ଷା ସଚେତନତା ଶିବିର   (08-Nov-2025)       ||      ତୁରେକେଲା ବ୍ଲକ ବିଦ୍ୟାଳୟ ସମୂହ କ୍ରିକେଟ ଖେଳାଳି ଚୟନ ଶିବିର ଅନୁଷ୍ଠିତ   (08-Nov-2025)       ||      *କାଳିଆ ତୁଳସୀ ରଥ କମିଟି ର ଜରୁରୀ ବୈଠକ ଅନୁଷ୍ଠିତ*   (08-Nov-2025)       ||      *ସୋନପୁର ର ପ୍ରାକ୍ତନ ବିଧାୟକ ସ୍ଵର୍ଗତ କୁନ୍ଦୁରୁ କୁଶଳ ଙ୍କ ୧୮ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ*-   (08-Nov-2025)       ||      "ବନ୍ଦେ ମାତରମ୍"ର ୧୫୦ ବର୍ଷ ପାଳନ   (08-Nov-2025)       ||      ଜିଲ୍ଲା ଓକିଲ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ: ଓକିଲାତି ବୃତ୍ତିର ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା ସହ ସମାଜରେ ଏହି ବୃତ୍ତିର ଗାରିମା କିପରି ବଜାୟ ରହି ପାରିବ ତାହାକୁ ଜଗିବା ଆମ ସମସ୍ତଙ୍କ ଦାୟିତ୍ଵ: ନରସିଂହ ମିଶ୍ର    (08-Nov-2025)       ||      *ଡାବୁଗାଁ ସଦର ମହକୁମା ସ୍ଥିତ ଦୋକାନର ତାଲା ଭାଙ୍ଗି ଟଙ୍କା ଚୋରି*   (08-Nov-2025)       ||      ଯୁବ କଳାକାରଙ୍କ ନୃତ୍ୟ ଦୁଲକିଲା ବଙ୍ଗୋମୁଣ୍ଡା ଧନୁଯାତ୍ରା ମଞ୍ଚ, ଝୁମିଲେ ହଜାର ହଜାର ଦର୍ଶକ   (07-Nov-2025)       ||      ଗଣିଆରେ ମତ୍ସ୍ୟ ଏବଂ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ   (07-Nov-2025)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ;    (07-Nov-2025)       ||      *ହକି ଇଣ୍ଡିଆର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣପୁର ଜିଲ୍ଲା ରେ ବନ୍ଧୁତ୍ୱ ପୂର୍ଣ୍ଣ ହକି ମ୍ୟାଚ୍ ଅନୁଷ୍ଟିତ*-   (07-Nov-2025)       ||      *ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଟିତ*-   (07-Nov-2025)       ||      ଅବସରପ୍ରାପ୍ତ ମୁଖ୍ୟ କିରାଣୀ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀଙ୍କ ପରଲୋକ   (07-Nov-2025)       ||     

HOME   ଅପରାଧ

ପଥରରେ ଛେଚି ଯୁବକକୁ ହତ୍ୟା ଘଟଣା : ୨ ଗିରଫ, ବାଇକ ଓ ସାଇକେଲ ଜବତ

15-Jun-2025



କନ୍ଧମାଳ(ସଶିଲ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଲାପଡ଼ା ପଞ୍ଚାୟତର ବଇରୀକୁମ୍ପା ନିକଟରେ ରାସ୍ତା କଡରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣଙ୍କ ମୃତଦେହ ଫିରିଙ୍ଗିଆ ପୋଲିସ ଉଦ୍ଧାର କରିଥିଲା। ଏହି ଘଟଣାରେ ପୋଲିସ ୨ ଜଣ ଯୁବକଙ୍କୁ ଗିରଫ କରିଛି l ଏଥି ସହିତ ହତ୍ୟାରେ ବ୍ୟବହୃତ ପଥର, ବାଇକ, ମୃତ ଯୁବକର ମୋବାଇଲ ଓ ସାଇକେଲକୁ ମଧ୍ୟ ଜବତ କରିଛି ଫିରିଙ୍ଗିଆ ପୋଲିସ l ପ୍ରକାଶ ଯେ, ବୁଧବାର ଜାର୍ଗୀ ପଡ଼ା ଗାଁର ପ୍ରଭାତ ମଲିକ ସକାଳ ୯ ଟାରେ ଘରୁ ନିଜ ସାଇକେଲ ଧରି ବାହାରକୁ ଯାଇ ଫେରିନଥିଲେ। ଗୁରୁବାର ସକାଳୁ ବଇରୀକୁମ୍ପା ନିକଟରେ ରାସ୍ତା କଡରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ଦେହ ପଡ଼ିଥିବା ଲୋକମାନେ ଦେଖିଥିଲେ। ଫିରିଙ୍ଗିଆ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ। ମୃତ ଯୁବକଙ୍କ ମା’ ସସ୍ମିତା ମଲିକ ଫିରିଙ୍ଗିଆ ଥାନାରେ ପୁଅକୁ ହତ୍ୟା କରାଯାଇଥିବା ନେଇ ଲିଖିତ ଭାବରେ ଜଣାଇଥିଲେ। ଘଟଣା ସ୍ଥଳରେ ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ, ଅତିରିକ୍ତ ଥାନା ଅଧିକାରୀ ଦୀପକ ରାଉତ, ଏ ଏସ ଆଇ ଶ୍ରୀକାନ୍ତ ପାତ୍ର ଏବଂ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ କରିଥିଲେ l ଘଟଣା ସ୍ଥଳରୁ ଫିରିଙ୍ଗିଆ ପୋଲିସ ମୃତ ଯୁବକଙ୍କ ମୋବାଇଲ ସହ ହତ୍ୟାରେ ବ୍ୟବହୃତ ପଥର ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ତେବେ ପୂର୍ଵ ଦିନ ମୃତ ଯୁବକର ନିଜ ଦାଦା ପୁଅ ଭାଇ ଅମର ମଲିକ (ଟେରା) ୨୫ ବର୍ଷ ଓ ଜାର୍ଗୀପଡ଼ା ଗାଁର ଗଦାଧର ମଲିକ ୩ ଜଣ ମିଶି ବୁଲାବୁଲି କରିବା ସହ ବିଭିନ୍ନ ଜାଗାରେ ମଦ ପିଇଥିଲେ। ଏହା ପରେ ପ୍ରଭାତକୁ ଭୃଙ୍ଗିଯୋଡି ଛକରେ ଛାଡିଥିଲେ। ପରେ ଅମର ଏବଂ ଗଦା ୨ ଜଣ ବାଇକରେ ନାଥ ପଦର ଯାଇ ଜଣକ ଘରେ ପୁଣି ପ୍ରବଳ ମଦ୍ୟ ପାନ କରିଥିଲେ। ପରେ ଉଭୟେ ପ୍ରଭାତକୁ ସେଠାକୁ ଡାକିଥିଲେ । ପ୍ରଭାତ ନିଜ ସାଇକେଲ ଧରି ନାଥ ପଦର ଗାଁକୁ ଯାଇଥିଲା । ସେଠାରେ ୩ ଜଣକ ମଧ୍ୟରେ କିଛି ସମୟ ଯୁକ୍ତି ତର୍କ ହୋଇଥିଲା । ପ୍ରଭାତ ସାଇକେଲ ଜଣକ ଘରେ ରଖି ଗଦା ଓ ଅମର ପ୍ରଭାତକୁ ନିଜ ବାଇକରେ ବଇରୀକୁମ୍ପା ଆଡକୁ ନେଇଁଥିଲେ l ବଇରୀକୁମ୍ପା ସ୍କୁଲ ନିକଟ ରାସ୍ତା କଡରେ ଗଦା ଓ ଅମର ଗାଡି ରଖିଥିଲେ। ସେଠାରେ ପ୍ରଭାତକୁ ତଳକୁ ପକାଇ ପଥରରେ ମୁଣ୍ଡକୁ ଛେଚି ହତ୍ୟା କରି ୨ ଜଣ ଘଟଣା ସ୍ଥଳରୁ ଫେରାର ହୋଇଥିଲେ l ପୋଲିସ ତଦନ୍ତ ପରେ ୨ ହତ୍ୟା କାରୀକୁ ଗିରଫ କରିଥିଲା। ହତ୍ୟାରେ ବ୍ୟବହୃତ ବାଇକକୁ ଗଦା ଘରୁ ଜବତ କରିଥିବା ବେଳେ ମୃତ ଯୁବକର ସାଇକେଲ ନାଥ ପଦର ଗାଁର କସା କହଁର ଘରୁ ଜବତ କରିଥିଲା l ଏହି ଘଟଣା ପରେ ଗଦା ଓ ଅମର କିଭଳି ପ୍ରଭାତକୁ ହତ୍ୟା କଲେ ଘଟଣା ସ୍ଥଳକୁ ଯାଇ କହିଥିଲେ l ଏହି ଘଟଣା ପରେ ଫିରିଙ୍ଗିଆ ପୋଲିସ ଉଭୟକୁ କୋର୍ଟ ଚାଲାଣ କରିଛି l ତେବେ ମୃତ ଯୁବକ ପ୍ରଭାତର ନିଜ ଦାଦା ପୁଅ ଭାଇ ହେଲା ଅମର । ସେହିପରି ଗଦାକୁ ମଧ୍ୟ ମୃତ ପ୍ରଭାତ ନିଜ ଗାଡ଼ିରେ ହେଲ୍ପର ରଖି ଗାଡି ଶିଖାଇ ବର୍ତ୍ତମାନ ଗଦା ମଧ୍ୟ ଡ୍ରାଇଭର ହୋଇ ଗାଡି ଚଳାଉଥିଲା l ପୂର୍ବରୁ ଅମର ନିଜ ଦାଦା ପୁଅ ଭାଇକୁ ଜଙ୍ଗଲ ରେ ହତ୍ୟା କରୀ ଜେଲ ମଧ୍ୟ ଯାଇ ଫେରିଥିବା ବେଳେ ପୁଣି ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ବେଳେ ଗଦା ନାଁରେ ମଧ୍ୟ ହତ୍ୟା ଓ ଅପହରଣ ମାମଲା ବିଭିନ୍ନ ଥାନାରେ ଥିବା ପୋଲିସ ଠାରୁ ସୂଚନା ମିଳିଛି l ତେବେ ଏହି ହତ୍ୟା ଘଟଣା ପୂର୍ବ ଶତ୍ରୁତା ଓ ପାରିବାରିକ କଳହ ରୁ ହୋଇଥିବା ଜଣା ପଡ଼ିଥିବା ବେଳେ କିଛି ଦିନ ପୂର୍ବରୁ ଗୋଟିଏ ବାଇକ ଭାଙ୍ଗିବା ଘଟଣାକୁ ନେଇଁ ହତ୍ୟା କରାଯାଇଥିବା ସୂଚନା ମିଳିଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ରୋତ୍ କଲେଜରେ ବନ୍ଦେ ମାତରମ୍ କାର୍ଯ୍ୟକ୍ରମ   08-Nov-2025
  ଜିଲ୍ଲା  
ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଭୁକ୍ତାରେ ବିଦ୍ୟାଳୟସ୍ତରୀୟ ଶକ୍ତି ସଂରକ୍ଷଣ କୁଇଜ୍ ପ୍ରତିଯୋଗିତା - ୨୦୨୫ ଅନୁଷ୍ଠିତ   08-Nov-2025
ବାୟୋଡିଗ୍ରେଡେବଲ୍ କ୍ୟାରିବ୍ୟାଗ୍ ଶିଳ୍ପ ଉଦ୍‌ଘାଟିତ   08-Nov-2025
  ଜିଲ୍ଲା  
ସୁବର୍ଣ୍ଣପୁର ଜିଲ୍ଲାପାଳଡ. ନୃପରାଜ ସାହୁ ପାଇବେ ଚଳିତ ବର୍ଷର ସମ୍ମାନ ଜନକ ପ୍ରଶାସନିକ ସେବାରତ୍ନ ସମ୍ମାନ    08-Nov-2025
  ଜିଲ୍ଲା  
ଲୋଇସିଂହା କଲେଜ ରେ ଯୁବ ସାଂସ୍କୃତିକ ମହୋତ୍ସବ ଉଦଯାପିତ   08-Nov-2025
  ଜିଲ୍ଲା  
ଜାକାଲଗୁଣ୍ଡି ଜଙ୍ଗଲରୁ ୪କ୍ୱିଣ୍ଟାଲ୫୦କେଜି ଦମ୍ପିଙ୍ଗ ଗଞ୍ଜେଇ ଠାବ   08-Nov-2025
  ଜିଲ୍ଲା  
*ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ ମହା ବିଦ୍ୟାଳୟ ପକ୍ଷରୁ କୁନ୍ଦୁରୁ କୁଶଳ ଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ* -   08-Nov-2025
  ଜିଲ୍ଲା  
ଡାବୁଗାଁରେ ସାଇବର ସୁରକ୍ଷା ସଚେତନତା ଶିବିର   08-Nov-2025
  ଜିଲ୍ଲା  
ତୁରେକେଲା ବ୍ଲକ ବିଦ୍ୟାଳୟ ସମୂହ କ୍ରିକେଟ ଖେଳାଳି ଚୟନ ଶିବିର ଅନୁଷ୍ଠିତ   08-Nov-2025
  ଜିଲ୍ଲା  
*କାଳିଆ ତୁଳସୀ ରଥ କମିଟି ର ଜରୁରୀ ବୈଠକ ଅନୁଷ୍ଠିତ*   08-Nov-2025
  ଜିଲ୍ଲା  
*ସୋନପୁର ର ପ୍ରାକ୍ତନ ବିଧାୟକ ସ୍ଵର୍ଗତ କୁନ୍ଦୁରୁ କୁଶଳ ଙ୍କ ୧୮ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ*-   08-Nov-2025
  ଜିଲ୍ଲା  
"ବନ୍ଦେ ମାତରମ୍"ର ୧୫୦ ବର୍ଷ ପାଳନ   08-Nov-2025

You Might Also Like