-+91-9937148622 |

prerana_bgr@rediffmail.com |

  Saturday 6th June 2026 |

| | | |

R.N.I. Regd No. ODIODI/2010/46693

Breaking News

ଛାତ୍ରଛାତ୍ରୀଙ୍କୁ ନେଇ ଅଭିନୟ ଢଙ୍ଗରେ ବିଶ୍ୱ ପରିବେଶ ଦିବସ    (05-Jun-2026)       ||      ନିଶାକାରବାର ପେଣ୍ଠସ୍ଥଳୀ ଅଭିମୁଖେ ରାମପୁର ଅଂଚଳ, ସାଥ ଦେଉଛି ସଟ୍ଟା ଖେଳ   (05-Jun-2026)       ||      ତରଭାରେ ପ୍ରୟାସ ପକ୍ଷ୍ ରୁ ବିଶ୍ଵ ପରିବେଶ ଦିବସ ପାଳିତ    (05-Jun-2026)       ||      ବ୍ରାଉନ ସୁଗାର ବିକ୍ରି କରିବା ସମୟରେ ପୋଲିସ ମାଡିବସିଲା ।   (05-Jun-2026)       ||      ଋଣ୍ଡିମହୁଲ,ଖୁଣ୍ଟିଗୋରା ଓ ଦପଲା ଧାନମଣ୍ଡି ଉଦଘାଟିତ    (05-Jun-2026)       ||      ଅତାବିରାର ବିଜ୍ଞାନ ଶିକ୍ଷୟିତ୍ରୀଙ୍କୁ ଜାତୀୟ କବି ସାରସ୍ୱତ ସମ୍ମାନ    (05-Jun-2026)       ||      ବିଶାଲପାଳି ସ୍କୁଲରେ ବିଶ୍ୱ ପରିବେଶ ଦିବସ ପାଳିତ   (05-Jun-2026)       ||      *ଜିଲ୍ଲା ସ୍ତରୀୟ ବିଶ୍ୱ ତମାଖୁ ବର୍ଜନ ଦିବସ* -   (05-Jun-2026)       ||      ବିଶ୍ୱ ପରିବେଶ ଦିବସ ଅବସରରେ ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ   (05-Jun-2026)       ||      ବିଶ୍ୱ ପରିବେଶ ଦିବସ ଅବସରରେ ଲକ୍ଷ୍ମୀକାନ୍ତ ଭୋଇ ପ୍ରକୃତି ବନ୍ଧୁ ସମ୍ମାନ ରେ ସମ୍ମାନିତ   (05-Jun-2026)       ||      *ନବରଙ୍ଗପୁର ବନଖଣ୍ଡ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳିତ*   (05-Jun-2026)       ||      ଦେଓଗାଁ ୧୩ନମ୍ବର ଜିଲ୍ଲାପରିଷଦଜୋନର ୧୦ ପଞ୍ଚାୟତବାସୀ ଘେରିଲେ ଅରଡବ୍ଲୁଏସଏସ ଓ ବିଦ୍ୟୁତକାର୍ଯ୍ୟାଳୟ   (05-Jun-2026)       ||      *ଜୁନ ୨୧ ଯୋଗ ଦିବସ ପାଳନ ପାଇଁ ଯୋଗ ପ୍ରୋଟୋକଲ ପ୍ରଶିକ୍ଷଣ ଶିବିର*   (05-Jun-2026)       ||      ସ୍ୱଚ୍ଛ ଗାଁ – ସୁରକ୍ଷିତ ଜଳବାୟୁ: ସିଂହପୁର ଗ୍ରାମସଭାରେ ସରପଞ୍ଚ ଶଶାଙ୍କ ଶେଖର ଖିଲାରଙ୍କ ସଚେତନତା ବାର୍ତ୍ତା    (05-Jun-2026)       ||      ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡ଼ାକୁ ପ୍ରକୃତି ମିତ୍ର ଓ ଆନନ୍ଦ ବଡ଼ପଣ୍ଡାଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର    (05-Jun-2026)       ||      ଆସ ଆମେ ପଢ଼ିବା କାର୍ଯ୍ୟକ୍ରମ    (05-Jun-2026)       ||      ସମାଜସେବୀ ବିରଞ୍ଚି ନାରାୟଣ ଦାଶଙ୍କୁ ମିଳିଲା ପ୍ରକୃତି ବନ୍ଧୁ ପୁରସ୍କାର    (05-Jun-2026)       ||      ଆଇ.ଟି.ଆଇ. କଲେଜରେ ବୈଷୟିକ ଶିକ୍ଷା ପାଠ୍ୟକ୍ରମ ପାଇଁ ପରାମର୍ଶ ଶିବିର ଅନୁଷ୍ଠିତ    (05-Jun-2026)       ||      ମାଲକାନଗିରିରେ ସରକାରୀ ଡାକ୍ତରଙ୍କ ପ୍ରାଇଭେଟ୍ ଚିକିତ୍ସାକୁ ଗୁରୁତ୍ୱ (ଗରିବ ଓ ମଧ୍ୟବିତ୍ତ ରୋଗୀ ଆର୍ଥିକ ଶୋଷଣର ଶିକାର)   (05-Jun-2026)       ||      କଟକ ବାଲିଯାତ୍ରା ତଳ ପଡ଼ିଆରେ ପ୍ରେମୀଯୁଗଳ ଏବଂ ମଦୁଆଙ୍କ ସହିତ ପିସିଆର ଭ୍ୟାନ୍ ର ଲୁଚିକାଳୀ ଖେଳେ ।   (05-Jun-2026)       ||     

HOME   ଅପରାଧ

ପଥରରେ ଛେଚି ଯୁବକକୁ ହତ୍ୟା ଘଟଣା : ୨ ଗିରଫ, ବାଇକ ଓ ସାଇକେଲ ଜବତ

15-Jun-2025



କନ୍ଧମାଳ(ସଶିଲ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଲାପଡ଼ା ପଞ୍ଚାୟତର ବଇରୀକୁମ୍ପା ନିକଟରେ ରାସ୍ତା କଡରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣଙ୍କ ମୃତଦେହ ଫିରିଙ୍ଗିଆ ପୋଲିସ ଉଦ୍ଧାର କରିଥିଲା। ଏହି ଘଟଣାରେ ପୋଲିସ ୨ ଜଣ ଯୁବକଙ୍କୁ ଗିରଫ କରିଛି l ଏଥି ସହିତ ହତ୍ୟାରେ ବ୍ୟବହୃତ ପଥର, ବାଇକ, ମୃତ ଯୁବକର ମୋବାଇଲ ଓ ସାଇକେଲକୁ ମଧ୍ୟ ଜବତ କରିଛି ଫିରିଙ୍ଗିଆ ପୋଲିସ l ପ୍ରକାଶ ଯେ, ବୁଧବାର ଜାର୍ଗୀ ପଡ଼ା ଗାଁର ପ୍ରଭାତ ମଲିକ ସକାଳ ୯ ଟାରେ ଘରୁ ନିଜ ସାଇକେଲ ଧରି ବାହାରକୁ ଯାଇ ଫେରିନଥିଲେ। ଗୁରୁବାର ସକାଳୁ ବଇରୀକୁମ୍ପା ନିକଟରେ ରାସ୍ତା କଡରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ଦେହ ପଡ଼ିଥିବା ଲୋକମାନେ ଦେଖିଥିଲେ। ଫିରିଙ୍ଗିଆ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ। ମୃତ ଯୁବକଙ୍କ ମା’ ସସ୍ମିତା ମଲିକ ଫିରିଙ୍ଗିଆ ଥାନାରେ ପୁଅକୁ ହତ୍ୟା କରାଯାଇଥିବା ନେଇ ଲିଖିତ ଭାବରେ ଜଣାଇଥିଲେ। ଘଟଣା ସ୍ଥଳରେ ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ, ଅତିରିକ୍ତ ଥାନା ଅଧିକାରୀ ଦୀପକ ରାଉତ, ଏ ଏସ ଆଇ ଶ୍ରୀକାନ୍ତ ପାତ୍ର ଏବଂ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ କରିଥିଲେ l ଘଟଣା ସ୍ଥଳରୁ ଫିରିଙ୍ଗିଆ ପୋଲିସ ମୃତ ଯୁବକଙ୍କ ମୋବାଇଲ ସହ ହତ୍ୟାରେ ବ୍ୟବହୃତ ପଥର ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ତେବେ ପୂର୍ଵ ଦିନ ମୃତ ଯୁବକର ନିଜ ଦାଦା ପୁଅ ଭାଇ ଅମର ମଲିକ (ଟେରା) ୨୫ ବର୍ଷ ଓ ଜାର୍ଗୀପଡ଼ା ଗାଁର ଗଦାଧର ମଲିକ ୩ ଜଣ ମିଶି ବୁଲାବୁଲି କରିବା ସହ ବିଭିନ୍ନ ଜାଗାରେ ମଦ ପିଇଥିଲେ। ଏହା ପରେ ପ୍ରଭାତକୁ ଭୃଙ୍ଗିଯୋଡି ଛକରେ ଛାଡିଥିଲେ। ପରେ ଅମର ଏବଂ ଗଦା ୨ ଜଣ ବାଇକରେ ନାଥ ପଦର ଯାଇ ଜଣକ ଘରେ ପୁଣି ପ୍ରବଳ ମଦ୍ୟ ପାନ କରିଥିଲେ। ପରେ ଉଭୟେ ପ୍ରଭାତକୁ ସେଠାକୁ ଡାକିଥିଲେ । ପ୍ରଭାତ ନିଜ ସାଇକେଲ ଧରି ନାଥ ପଦର ଗାଁକୁ ଯାଇଥିଲା । ସେଠାରେ ୩ ଜଣକ ମଧ୍ୟରେ କିଛି ସମୟ ଯୁକ୍ତି ତର୍କ ହୋଇଥିଲା । ପ୍ରଭାତ ସାଇକେଲ ଜଣକ ଘରେ ରଖି ଗଦା ଓ ଅମର ପ୍ରଭାତକୁ ନିଜ ବାଇକରେ ବଇରୀକୁମ୍ପା ଆଡକୁ ନେଇଁଥିଲେ l ବଇରୀକୁମ୍ପା ସ୍କୁଲ ନିକଟ ରାସ୍ତା କଡରେ ଗଦା ଓ ଅମର ଗାଡି ରଖିଥିଲେ। ସେଠାରେ ପ୍ରଭାତକୁ ତଳକୁ ପକାଇ ପଥରରେ ମୁଣ୍ଡକୁ ଛେଚି ହତ୍ୟା କରି ୨ ଜଣ ଘଟଣା ସ୍ଥଳରୁ ଫେରାର ହୋଇଥିଲେ l ପୋଲିସ ତଦନ୍ତ ପରେ ୨ ହତ୍ୟା କାରୀକୁ ଗିରଫ କରିଥିଲା। ହତ୍ୟାରେ ବ୍ୟବହୃତ ବାଇକକୁ ଗଦା ଘରୁ ଜବତ କରିଥିବା ବେଳେ ମୃତ ଯୁବକର ସାଇକେଲ ନାଥ ପଦର ଗାଁର କସା କହଁର ଘରୁ ଜବତ କରିଥିଲା l ଏହି ଘଟଣା ପରେ ଗଦା ଓ ଅମର କିଭଳି ପ୍ରଭାତକୁ ହତ୍ୟା କଲେ ଘଟଣା ସ୍ଥଳକୁ ଯାଇ କହିଥିଲେ l ଏହି ଘଟଣା ପରେ ଫିରିଙ୍ଗିଆ ପୋଲିସ ଉଭୟକୁ କୋର୍ଟ ଚାଲାଣ କରିଛି l ତେବେ ମୃତ ଯୁବକ ପ୍ରଭାତର ନିଜ ଦାଦା ପୁଅ ଭାଇ ହେଲା ଅମର । ସେହିପରି ଗଦାକୁ ମଧ୍ୟ ମୃତ ପ୍ରଭାତ ନିଜ ଗାଡ଼ିରେ ହେଲ୍ପର ରଖି ଗାଡି ଶିଖାଇ ବର୍ତ୍ତମାନ ଗଦା ମଧ୍ୟ ଡ୍ରାଇଭର ହୋଇ ଗାଡି ଚଳାଉଥିଲା l ପୂର୍ବରୁ ଅମର ନିଜ ଦାଦା ପୁଅ ଭାଇକୁ ଜଙ୍ଗଲ ରେ ହତ୍ୟା କରୀ ଜେଲ ମଧ୍ୟ ଯାଇ ଫେରିଥିବା ବେଳେ ପୁଣି ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ବେଳେ ଗଦା ନାଁରେ ମଧ୍ୟ ହତ୍ୟା ଓ ଅପହରଣ ମାମଲା ବିଭିନ୍ନ ଥାନାରେ ଥିବା ପୋଲିସ ଠାରୁ ସୂଚନା ମିଳିଛି l ତେବେ ଏହି ହତ୍ୟା ଘଟଣା ପୂର୍ବ ଶତ୍ରୁତା ଓ ପାରିବାରିକ କଳହ ରୁ ହୋଇଥିବା ଜଣା ପଡ଼ିଥିବା ବେଳେ କିଛି ଦିନ ପୂର୍ବରୁ ଗୋଟିଏ ବାଇକ ଭାଙ୍ଗିବା ଘଟଣାକୁ ନେଇଁ ହତ୍ୟା କରାଯାଇଥିବା ସୂଚନା ମିଳିଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଛାତ୍ରଛାତ୍ରୀଙ୍କୁ ନେଇ ଅଭିନୟ ଢଙ୍ଗରେ ବିଶ୍ୱ ପରିବେଶ ଦିବସ   05-Jun-2026
  ଜିଲ୍ଲା  
ନିଶାକାରବାର ପେଣ୍ଠସ୍ଥଳୀ ଅଭିମୁଖେ ରାମପୁର ଅଂଚଳ, ସାଥ ଦେଉଛି ସଟ୍ଟା ଖେଳ   05-Jun-2026
  ଜିଲ୍ଲା  
ତରଭାରେ ପ୍ରୟାସ ପକ୍ଷ୍ ରୁ ବିଶ୍ଵ ପରିବେଶ ଦିବସ ପାଳିତ    05-Jun-2026
  ଜିଲ୍ଲା  
ବ୍ରାଉନ ସୁଗାର ବିକ୍ରି କରିବା ସମୟରେ ପୋଲିସ ମାଡିବସିଲା ।   05-Jun-2026
  ଜିଲ୍ଲା  
ଋଣ୍ଡିମହୁଲ,ଖୁଣ୍ଟିଗୋରା ଓ ଦପଲା ଧାନମଣ୍ଡି ଉଦଘାଟିତ   05-Jun-2026
  ଜିଲ୍ଲା  
ଅତାବିରାର ବିଜ୍ଞାନ ଶିକ୍ଷୟିତ୍ରୀଙ୍କୁ ଜାତୀୟ କବି ସାରସ୍ୱତ ସମ୍ମାନ   05-Jun-2026
  ଜିଲ୍ଲା  
ବିଶାଲପାଳି ସ୍କୁଲରେ ବିଶ୍ୱ ପରିବେଶ ଦିବସ ପାଳିତ   05-Jun-2026
  ଜିଲ୍ଲା  
*ଜିଲ୍ଲା ସ୍ତରୀୟ ବିଶ୍ୱ ତମାଖୁ ବର୍ଜନ ଦିବସ* -   05-Jun-2026
  ଜିଲ୍ଲା  
ବିଶ୍ୱ ପରିବେଶ ଦିବସ ଅବସରରେ ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ   05-Jun-2026
  ଜିଲ୍ଲା  
ବିଶ୍ୱ ପରିବେଶ ଦିବସ ଅବସରରେ ଲକ୍ଷ୍ମୀକାନ୍ତ ଭୋଇ ପ୍ରକୃତି ବନ୍ଧୁ ସମ୍ମାନ ରେ ସମ୍ମାନିତ   05-Jun-2026
  ଜିଲ୍ଲା  
*ନବରଙ୍ଗପୁର ବନଖଣ୍ଡ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳିତ*   05-Jun-2026
  ଜିଲ୍ଲା  
ଦେଓଗାଁ ୧୩ନମ୍ବର ଜିଲ୍ଲାପରିଷଦଜୋନର ୧୦ ପଞ୍ଚାୟତବାସୀ ଘେରିଲେ ଅରଡବ୍ଲୁଏସଏସ ଓ ବିଦ୍ୟୁତକାର୍ଯ୍ୟାଳୟ   05-Jun-2026

You Might Also Like