-+91-9937148622 |

prerana_bgr@rediffmail.com |

  Thursday 10th July 2025 |

| | | |

R.N.I. Regd No. ODIODI/2010/46693

Breaking News

ଜନ ଶୁଣାଣି ରେ ମାସ ବାୟୋଫୁଏଲ  କମ୍ପାନୀ ବନ୍ଦ ନାରା ରେ କମ୍ପିଲା ଶିବିର6   (09-Jul-2025)       ||      ବାହୁଡା଼ ରଥଯାତ୍ରା ର ଅନ୍ତିମ ଦିବସରେ ଜୁଆଡ଼ି କୁ କାବୁ କଲେ ଅନନ୍ତ ବାବୁ   (09-Jul-2025)       ||      ବାହୁଡା଼ ରଥଯାତ୍ରାର ଅନ୍ତିମ ଦିବସରେ ଜୁଆଡ଼ିକୁ କାବୁ କଲେ ଅନନ୍ତ ବାବୁ    (09-Jul-2025)       ||      ଅବ୍ୟବସ୍ଥା ଘେରରେ ଧରଣୀମାଳ ଉଚ୍ଚ ବିଦ୍ୟାଳୟ, ପ୍ରଶାସନର ଦୃଷ୍ଟି କେବେ ?   (09-Jul-2025)       ||      ରଥଚକ ତଳେ ଚାପି ହୋଇ ତରଭା ଏନ୍ଏସି ଉପାଧ୍ୟକ୍ଷ ଗୁରୁତର*   (09-Jul-2025)       ||      ମ୍ୟାଲେରିଆ ଓ ଡ଼ାଇରିଆ ନିରାକରଣ ପାଇଁ ସରପଞ୍ଚ ଙ୍କ ଦ୍ୱାରା ସଚେତନତା ବୈଠକ   (09-Jul-2025)       ||      *ଡାବୁଗାଁ ରେ ଶ୍ରମିକ ସଙ୍ଗଠନର ଭାରତ ବନ୍ଦ ଡାକରା,ବିରୋଧୀ ଦଳଙ୍କ ସମର୍ଥନ*   (09-Jul-2025)       ||      ମନରେଗା ଦୁର୍ନୀତି କୁ ଚାପି ଦେବା ପାଇଁ ପ୍ରୟାସ ଜାରି   (09-Jul-2025)       ||      ଅଭିଯୁକ୍ତକୁ ଧରିବାକୁ ଯାଇ ପୋଲିସକୁ ଆକ୍ରମଣ, କଣ୍ଟାବାଞ୍ଜି ଥାନାରେ ଅଭିଯୁକ୍ତ ଅଟକ   (09-Jul-2025)       ||      ପଣ୍ଡ୍ରିଜୋର କେନ୍ଦୁପତ୍ର ଫଡ଼ି ରୁ ଲକ୍ଷାଧିକ ଟଙ୍କାର ପତ୍ର ଚୋରୀ; କଣ୍ଟାବାଞ୍ଜି ରେ ହେଲା ଠାବ   (09-Jul-2025)       ||      "ଝରିଆଲ ପଞ୍ଚାୟତ ମାହା ଦୁର୍ନୀତି": ମନରେଗା ଯୋଜନାରେ ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ; ବଙ୍ଗୋମୁଣ୍ଡା ବ୍ଳକ ପ୍ରଶାସନ ଦ୍ବାରସ୍ଥ ପଞ୍ଚାୟତବାସୀ,କାର୍ଯ୍ଯ ନିରପେକ୍ଷ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଦାବୀ    (09-Jul-2025)       ||      ବରୀରେ ବନ୍ୟା ଜଳ, ରତାଳଙ୍ଗରେ ଘାଇ ଆଶଙ୍କା   (09-Jul-2025)       ||      ବେଙ୍ଗାଳୁରୁ ସହକାର ନଗର ମନ୍ଦିରରେ ନୀଳାଦ୍ରୀ ବିଜେ ଉତ୍ସବ ଆୟୋଜନ                                        (09-Jul-2025)       ||      ଘଣ୍ଟାପଡ଼ା ଥାନାରେ ନୂଆ ସଂଶୋଧିତ ନିୟମ ଉପରେ ସଚେତନତା କାର୍ଯ୍ୟକ୍ରମ   (09-Jul-2025)       ||      ମାଓକ୍ୟାମ୍ପ ଠାବ ଓ ବିସ୍ଫୋରକ ସମଗ୍ରୀ ଜବତ   (08-Jul-2025)       ||      ମାଓକ୍ୟାମ୍ପ ଠାବ ଓ ବିସ୍ଫୋରକ ସମଗ୍ରୀ ଜବତ   (08-Jul-2025)       ||      ଅରବିନ୍ଦ ଦାସ ପ୍ରଦେଶ କଂଗ୍ରେସ ମିଡିଆ ବିଭାଗର ନୂତନ ଅଧ୍ୟକ୍ଷ   (08-Jul-2025)       ||      ମନରେଗା ହୋଇଛି ଦିଗହରା: ଶ୍ରମିକ ବଦଳରେ ମେସିନ୍ କରୁଛି କାମ    (08-Jul-2025)       ||      ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ବନ ମହୋତ୍ସବ କାର୍ଯ୍ୟକ୍ରମ    (08-Jul-2025)       ||      *ସୋନପୁର ରେ ନୀଳାଦ୍ରି ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି*   (08-Jul-2025)       ||     

HOME   ରାଜ୍ୟ

କୋଲକାତାରେ ସାହିତ୍ୟ ଏକାଡେମୀର ପୁସ୍ତକ ବିକ୍ରୟ କେନ୍ଦ୍ର ଓ ନବୀକୃତ ପ୍ରେକ୍ଷାଳୟ ଉଦ୍ଘାଟିତ

12-Jun-2025



କୋଲକାତା(ପ୍ରେରଣା ଖବର): କେନ୍ଦ୍ର ସାହିତ୍ୟ ଏକାଡେମୀର କୋଲକାତା ଆଞ୍ଚଳିକ କାର୍ଯ୍ୟାଳୟ ପରିସରରେ ନୂତନ ପୁସ୍ତକ ବିକ୍ରୟ କେନ୍ଦ୍ର ଏବଂ ନବୀକୃତ ପ୍ରେକ୍ଷାଳୟ ଉଦ୍ଘାଟିତ ହୋଇ ଯାଇଛି । ଏହାକୁ ଉଦ୍ଘାଟନ କରିଥିଲେ ସାହିତ୍ୟ ଏକାଡେମୀର ସଭାପତି ଡକ୍ଟର ମାଧବ କୌଶିକ ଏବଂ ବଙ୍ଗଳା ଉପଦେଷ୍ଟା ପରିଷଦର ଆବାହକ ତଥା ପଶ୍ଚିମବଙ୍ଗର ଶିକ୍ଷାମନ୍ତ୍ରୀ ବ୍ରତ୍ୟ ବସୁ । ଏହି ଅବସରରେ ଆୟୋଜିତ ସଭାରେ ଅତିଥିମାନଙ୍କୁ ଅଙ୍ଗବସ୍ତ୍ର ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓ । ସ୍ୱାଗତ ଭାଷଣରେ ସେ କହିଥିଲେ ଯେ ଦୀର୍ଘ ଦିନରୁ ପାଠକମାନେ କୋଲକାତା କାର୍ଯ୍ୟାଳୟ ପରିସରରେ ଏକ ପୁସ୍ତକ ବିକ୍ରୟ

କେନ୍ଦ୍ର ପ୍ରତିଷ୍ଠା ହେଉ ବୋଲି ଦାବି କରୁଥିଲେ । ତାହା ଆଜି ସାକାର ହୋଇଛି । ଏହା ଦ୍ୱାରା ପାଠକ ପାଠିକା ଏବଂ ଗବେଷକ ଗବେଷିକାମାନେ ଉପକୃତ ହେବେ । ଅକାଦେମି ଦ୍ୱାରା ପ୍ରକାଶିତ ୨୪ ଭାଷାର ପୁସ୍ତକ ଏଠାରେ ଉପଲବ୍ଧ ହେବ । ପୁରୁଣା ପ୍ରେକ୍ଷାଳୟର ନବୀକରଣ କରାଯାଇଥିବାରୁ ସାରସ୍ୱତ କାର୍ଯ୍ୟକ୍ରମ ଆୟୋଜନରେ ଏହା ସହାୟକ ହେବ ବୋଲି ସେ ସୂଚନା ଦେଇଥିଲେ । ସାହିତ୍ୟ ଏକାଡେମୀର ସଭାପତି ଡକ୍ଟର ମାଧବ କୌଶିକ ନିଜ ବକ୍ତବ୍ୟରେ କହିଥିଲେ ଯେ ପୁସ୍ତକ ବିକ୍ରୟ କେନ୍ଦ୍ର ହେଉଛି ଏକ ବୌଦ୍ଧିକ ସମ୍ପତ୍ତି । କୋଲକାତା ହେଉଛି ସାହିତ୍ୟ ଓ ସଂସ୍କୃତିର ପୀଠ । ଏଠିକାର ସାରସ୍ୱତ ଧାରା ତଥା ସମଗ୍ର ପୂର୍ବାଞ୍ଚଳର ସାହିତ୍ୟକୁ ଆଗେଇ ନେବାରେ ଏହି ପୁସ୍ତକ ବିକ୍ରୟ କେନ୍ଦ୍ର ଏବଂ ନବୀକୃୃତ ପ୍ରେକ୍ଷାଳୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ଏକାଡେମୀର

ବଙ୍ଗଳା ଉପଦେଷ୍ଟା ମଣ୍ଡଳୀର ଆବାହକ ଶ୍ରୀ ବସୁ କହିଥିଲେ ଯେ ପଶ୍ଚିମବଙ୍ଗ ସବୁବେଳେ ବହୁଭାଷୀ ପରମ୍ପରାକୁ ସ୍ୱୀକାର କରିଥାଏ । ଏହି ପୁସ୍ତକ କେନ୍ଦ୍ର ବଙ୍ଗଳା ସହିତ ଦେଶର ପୂର୍ବାଞ୍ଚଳର ବିଭିନ୍ନ ଭାଷାର ପୁସ୍ତକ ପହଞ୍ଚାଇବାର କାର୍ଯ୍ୟ କରିବ । ବିଗତ ତିନି ବର୍ଷ ମଧ୍ୟରେ ଏକାଡେମୀ ପକ୍ଷରୁ ବହୁବିଧ କାର୍ଯ୍ୟକ୍ରମ ଆୟୋଜନ ଏବଂ ଅନେକ ମୂଲ୍ୟବାନ ପୁସ୍ତକ ପ୍ରକାଶନ ହୋଇଥିବାର ସେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମର ଅନ୍ୟତମ ଅତିଥି  ସୁବୋଧ ସରକାର ପୁସ୍ତକ କେନ୍ଦ୍ର ଓ ନବୀକୃତ ପ୍ରେକ୍ଷାଳୟ ନିର୍ମାଣ ପାଇଁ ଏକାଡେମୀକୁ ଧନ୍ୟବାଦ ଜଣାଇଥିଲେ । କାର୍ଯ୍ୟ୍ରକମ ପରିଚାଳନା କରିଥିଲେ ସାହିତ୍ୟ ଏକାଡେମୀ କୋଲକାତା କାର୍ଯ୍ୟାଳୟର ଭାରପ୍ରାପ୍ତ ଅଧିକାରୀ କ୍ଷେତ୍ରବାସୀ ନାଏକ । ଏହାପରେ ଏକ ସ୍ୱତନ୍ତ୍ର କବିତା ସନ୍ଧ୍ୟା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ସଭାପତିତ୍ୱ କରିଥିଲେ ବିଶିଷ୍ଟ କବି ସୁବୋଧ ସରକାର । ସ୍ୱରଚିତ କବିତା ପାଠ କରିଥିଲେ କବି ଅର୍ଣ୍ଣବ ସାହା, ବିଭାସ ରାୟ ଚୌଧୁରୀ, ଚଇତାଳି ଚଟ୍ଟୋପାଧ୍ୟାୟ, ନିର୍ମାଲ୍ୟ ମୁଖୋପାଧ୍ୟାୟ ଏବଂ ଶିବାଶିଷ ମୁଖୋପାଧ୍ୟାୟ ।  ପଠିତ କବିତାଗୁଡ଼ିକରେ ସମକାଳର ବିବିଧ ଚିତ୍ର, ଘଟଣା, ମାନବିକ ମୂଲ୍ୟବୋଧ, ସମାଜର ବୈଚିତ୍ର୍ୟ ଗୁଞ୍ଜରିତ ହୋଇଥିଲା । ଶେଷରେ ମାଧବ କୌଶିକଙ୍କ ଗଜଲ ଏବଂ ସୁବୋଧ ସରକାରଙ୍କ କବିତା ଶ୍ରୋତାଙ୍କୁ ମୁଗ୍ଧ କରିଥିଲା । କାର୍ଯ୍ୟକ୍ରମ ଆରମ୍ଭରେ କବିମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓ । ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟକ ଲେଖକ ଲେଖିକା ଯୋଗ ଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜନ ଶୁଣାଣି ରେ ମାସ ବାୟୋଫୁଏଲ  କମ୍ପାନୀ ବନ୍ଦ ନାରା ରେ କମ୍ପିଲା ଶିବିର6   09-Jul-2025
  ଜିଲ୍ଲା  
ବାହୁଡା଼ ରଥଯାତ୍ରା ର ଅନ୍ତିମ ଦିବସରେ ଜୁଆଡ଼ି କୁ କାବୁ କଲେ ଅନନ୍ତ ବାବୁ   09-Jul-2025
  ଜିଲ୍ଲା  
ବାହୁଡା଼ ରଥଯାତ୍ରାର ଅନ୍ତିମ ଦିବସରେ ଜୁଆଡ଼ିକୁ କାବୁ କଲେ ଅନନ୍ତ ବାବୁ   09-Jul-2025
  ଜିଲ୍ଲା  
ଅବ୍ୟବସ୍ଥା ଘେରରେ ଧରଣୀମାଳ ଉଚ୍ଚ ବିଦ୍ୟାଳୟ, ପ୍ରଶାସନର ଦୃଷ୍ଟି କେବେ ?   09-Jul-2025
  ଜିଲ୍ଲା  
ରଥଚକ ତଳେ ଚାପି ହୋଇ ତରଭା ଏନ୍ଏସି ଉପାଧ୍ୟକ୍ଷ ଗୁରୁତର*   09-Jul-2025
  ଜିଲ୍ଲା  
ମ୍ୟାଲେରିଆ ଓ ଡ଼ାଇରିଆ ନିରାକରଣ ପାଇଁ ସରପଞ୍ଚ ଙ୍କ ଦ୍ୱାରା ସଚେତନତା ବୈଠକ   09-Jul-2025
  ଜିଲ୍ଲା  
*ଡାବୁଗାଁ ରେ ଶ୍ରମିକ ସଙ୍ଗଠନର ଭାରତ ବନ୍ଦ ଡାକରା,ବିରୋଧୀ ଦଳଙ୍କ ସମର୍ଥନ*   09-Jul-2025
  ଜିଲ୍ଲା  
ମନରେଗା ଦୁର୍ନୀତି କୁ ଚାପି ଦେବା ପାଇଁ ପ୍ରୟାସ ଜାରି   09-Jul-2025
  ଜିଲ୍ଲା  
ଅଭିଯୁକ୍ତକୁ ଧରିବାକୁ ଯାଇ ପୋଲିସକୁ ଆକ୍ରମଣ, କଣ୍ଟାବାଞ୍ଜି ଥାନାରେ ଅଭିଯୁକ୍ତ ଅଟକ   09-Jul-2025
  ଜିଲ୍ଲା  
ପଣ୍ଡ୍ରିଜୋର କେନ୍ଦୁପତ୍ର ଫଡ଼ି ରୁ ଲକ୍ଷାଧିକ ଟଙ୍କାର ପତ୍ର ଚୋରୀ; କଣ୍ଟାବାଞ୍ଜି ରେ ହେଲା ଠାବ   09-Jul-2025
  ଜିଲ୍ଲା  
"ଝରିଆଲ ପଞ୍ଚାୟତ ମାହା ଦୁର୍ନୀତି": ମନରେଗା ଯୋଜନାରେ ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ; ବଙ୍ଗୋମୁଣ୍ଡା ବ୍ଳକ ପ୍ରଶାସନ ଦ୍ବାରସ୍ଥ ପଞ୍ଚାୟତବାସୀ,କାର୍ଯ୍ଯ ନିରପେକ୍ଷ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଦାବୀ    09-Jul-2025
  ଜିଲ୍ଲା  
ବରୀରେ ବନ୍ୟା ଜଳ, ରତାଳଙ୍ଗରେ ଘାଇ ଆଶଙ୍କା   09-Jul-2025

You Might Also Like