-+91-9937148622 |
prerana_bgr@rediffmail.com |
Wednesday 9th July 2025 |
R.N.I. Regd No. ODIODI/2010/46693
Breaking News
11-Jun-2025
ପୁରୀ, ତା.୧୧/୦୬ (ପ୍ରେରଣା ଖବର ) : ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଶିଶୁ ଓ ମହିଳା ବିକାଶ ସୋସାଇଟି(ସିଡବ୍ଲୁଡିଏସ୍) ତରଫରୁ ସାମାଜିକ ସେବା ଶିବିର କାର୍ଯ୍ୟକ୍ରମ ପୁରୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଶିଶୁ ଓ ମହିଳା ବିକାଶ ସୋସାଇଟିର ଅଧ୍ୟକ୍ଷ| ତଥା ଓଡ଼ିଶା ରାଜ୍ୟ ରେଡ଼କ୍ରସ ସୋସାଇଟିର ପୂର୍ବତନ ଅବୈତନିକ ସଚିବ ମେଜର ଡା. କଳ୍ପନା ଦାସ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶ୍ରୀମନ୍ଦିର ପରିସର ଭିତରେ ତଥା ସିଂହ ଦ୍ଵାର ନିକଟରେ ଭକ୍ତ ମାନଙ୍କ ପାଇଁ ପ୍ରାଥମିକ ଚିକିତ୍ସା, ସ୍ଥାନନ୍ତରୀଣ ସେବା, ଉଷ୍ଣ ତାତିରୁ ରକ୍ଷା ପାଇବା ପାଇଁ ପାଣି ଛିଞ୍ଚନ, ଦହି ପାଣି, ଲେମ୍ବୁ ପାଣି, ଜଳଜିରା ପାଣି, ଓରାସ୍ ପାଣି, ସାଧା ପାଣି ବଣ୍ଟନ, ବୃଦ୍ଧ ବୃଦ୍ଧା ତଥା ଦିବ୍ୟଙ୍ଗ ବ୍ୟକ୍ତି ମାନଙ୍କ ପାଇଁ ଦେବ ଦର୍ଶନ ପାଇଁ ସ୍ଥାନାନ୍ତରିତ କାର୍ଯକ୍ରମ ବ୍ୟବସ୍ଥା କରାଯାଇଥିଲା ।କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶିଶୁ ଓ ମହିଳା ବିକାଶ ସୋସାଇଟିର ସ୍ଵେଚ୍ଛାସେବୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ହରିପଦ ଦାସ, ମେଜର ବିଜୟ କୁମାର ବିଶ୍ୱାଳ, ଡା. ବିକାଶ ପ୍ରସାଦ, ଡା. ଲୋକନାଥ ସାହୁ, ପ୍ରାଥମିକ ଚିକିତ୍ସା ଅଧ୍ୟାପକ ଆଶିଷ ରାଠୋର, କମଳ କାନ୍ତ ଦାସ, ପ୍ରଭାକର ଛନ୍ଦ, ଗୋପେଶ ପଣ୍ଡା, ସଞ୍ଜୀବ ଦାଶ, ବନମାଳୀ ମେହେର, ରାମ ନାରାୟଣ ଦାଶ ତଥା ଅନ୍ୟମାନେ ଉପସ୍ଥିତ ରହି କରି ସହଯୋଗ କରିଥିଲେ ।