-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
30-Apr-2025
ଟିକାବାଲି (ରାଜକିଶୋର ପ୍ରଧାନ): କନ୍ଧମାଳ ଜିଲ୍ଲା ଟିକାବାଲି ଏ.ଏମ୍.ସି.ଏସ୍ ମହାବିଦ୍ୟାଳୟ ପରିସରରେ ଟିକାବାଲି ପୋଲିସ୍ ପ୍ରଶାସନ ତରଫରୁ ପୋକ୍ସୋ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଅତିଥି ଭାବରେ ଏସ୍.ଡି.ପି.ଓ ବିଜୟ କୁମାର ବିଶି, ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନାରାୟଣ ଦୀକ୍ଷିତ୍, ଟିକାବାଲି ଥାନା ଅଧିକାରୀ ଶ୍ରୀମତୀ ପ୍ରଜ୍ଞା
ରୀତାମ୍ବରୀ କର, ଅଧ୍ୟାପକ ବନମାଳୀ ବେହେରା ଯୋଗଦେଇ ପୋକ୍ସୋ ଆଇନ୍ ର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ବିଷଦ ଆଲୋଚନା କରିଥିଲେ। ମୁଖ୍ୟ ବକ୍ତାଭାବେ ସ୍ଵାତୀ ସ୍ବେଚ୍ଛାସେବୀ ସଙ୍ଗଠନର ସଦସ୍ୟା ଶ୍ରୀମତୀ ସ୍ନେହାରାଣୀ ଦିଗାଲ ତାଙ୍କ ବକ୍ତବ୍ୟ ରଖି କହିଥିଲେ ' ଯେଉଁ ଝିଅ ନିଜ ଉପରେ ବିଶ୍ବାସ ଓ ଦୃଢ଼ତା ରଖି ବାଟ ଚାଲିଛି ଭବିଷ୍ୟତରେ ତା'ର ଅସୁବିଧା ନଥାଏ, ଯିଏ ମୋବାଇଲ ଦ୍ଵାରା ଅନ୍ୟ ସହିତ
ସମ୍ପର୍କ ରଖି ଆକ୍ରାନ୍ତ ହୋଇଛି ସିଏ ବିପଦରେ ପଡିଛି'। ଅଧ୍ୟାପକ ରତନ ଦିଗାଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ନରେନ୍ଦ୍ର ଦିଗାଲ ଧନ୍ୟବାଦ ଅର୍ପଣ କରି ଥିଲେ। ଏହି କାର୍ଯ୍ୟକ୍ରମକୁ ସବ୍ ଇନ୍ସପେକ୍ଟର ଅବନୀ କୁମାର ପ୍ରଧାନ, ଏ.ଏସ୍.ଆଇ ଶ୍ରୀ ପଞ୍ଚାନନ ମଲ୍ଲିକ, ପ୍ରସନ୍ନ କୁମାର ଦିଗାଲ, ରବିନ୍ଦ୍ର ସାହୁ, ରଞ୍ଜିତ କହଁର ସହଯୋଗ କରିଥିଲେ।