-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
30-Apr-2025
ବରପାଲି (ସୁଦାମ ଦୀପ)
ବରପାଲିର ୧୪୮ତମ ପ୍ରସିଦ୍ଧ ମହାନ ପୌରାଣିକ ଶୀତଳ ଷଷ୍ଠୀ ଯାତ୍ରା କମିଟିର ସଭାପତି ଆନନ୍ଦ ବାବୁଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ବୈଠକ ସ୍ଥାନୀୟ ଭଣ୍ଡାର ଗୃହଠାରେ ଅନୁଷ୍ଠିତ ହୋଇଯାଇଛି। ନୀତିକାନ୍ତି କମିଟି ମୁଖ୍ଯ ପିନାକି ଦାଶ ଦେବ ଦେବ ମହାଦେବଙ୍କ ଶ୍ଲୋକ ପଠନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଉଭୟ କନ୍ୟା ପକ୍ଷ ଓ ଯାତ୍ରା କମିଟି ତଥା ବରପାଲିର ଜନସାଧାରଣଙ୍କ ଉପସ୍ଥିତିରେ ତିଳକ ଟିକା ରାଶି ୯୧୦୦୦ (ଏକାନବେ ହଜାର ଟଙ୍କା ମାତ୍ର) ରେ ସ୍ଥିର ହେଲା। ପାରମ୍ପରିକ ରୀତିନୀତି ଅନୁସାରେ ଆସନ୍ତା ଅକ୍ଷୟ ତୃତୀୟା ଦିନ ଅପରାହ୍ନ ୫ଟାରେ ଥାଳଉଠା କାର୍ଯ୍ୟକ୍ରମ ହେବାର ପ୍ରସ୍ତାବ ଗୃହିତ ହେଲା। ଥାଳଉଠା ଦିନ ଠାରୁ ବ୍ରତୀ ମାନେ ସମସ୍ତ ରୀତିନୀତି ପାଳନ କରି ଏକମାସ ଶୀତଳ ଷଷ୍ଠୀ ଯାତ୍ରାର ସମାପନ ପର୍ଯ୍ୟନ୍ତ ନିଷ୍ଠାର ସହ ବ୍ରତ କରନ୍ତି। ଥାଳଉଠାର ସମସ୍ତ ରୀତିନୀତି ତଥା ପୂଜାବିଧିର ଏକ ବିବରଣୀ କନ୍ୟାପକ୍ଷ ଭୂଲିଆ ପଡାର କନ୍ୟାପିତା ସଂଜୟ ମେହେରଙ୍କୁ ପ୍ରଦାନ କରାଯାଇଛି। ପାରମ୍ପରିକ ଭାବରେ ସୂଚାରୁ ରୂପେ ଯାତ୍ରା ପରିଚଳନା ପାଇଁ ଜମିଦାର ଲାଲ୍ ବିକ୍ରମ ସିଂ ଙ୍କୁ ଓ ସଭାପତି ଆନନ୍ଦ ବାବୁଙ୍କୁ ପତ୍ର ପ୍ରଦାନ କରାଗଲା। ଏବର୍ଷ ବହୁ ଆଡମ୍ବର ସହ ବରପାଲିର ମହାନ ପୌରାଣିକ ଶୀତଳ ଷଷ୍ଠୀ ଯାତ୍ରା ପାଳନ କରିବା ପାଇଁ ଯାତ୍ରା କମିଟି ବରପାଲି ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ । ଶେଷରେ ସଭ୍ଯ ଅଶୋକ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକ ରେ ସଂପାଦକ ଜୟନ୍ତ ତ୍ରିପାଠୀ, ଜମିଦାର ଲାଲ ବିକ୍ରମ ସିଂ, କୋଷାଧ୍ୟକ୍ଷ ବିକ୍ରମ ସାହୁ, ରାଜେନ୍ଦ୍ର ପୂଜାରୀ, ନୀର ମିଶ୍ର, ରଞନ ରଶ୍ମୀ ଦାସ, ସଦାନନ୍ଦ ଶତପଥୀ, ସଦାନନ୍ଦ ଦାଶ, ପିଙ୍କୁ ସାହୁ, ହେମନ୍ତ ମିଶ୍ର, ସଞିବ ନାୟକ, ଆଶିଷ ପଟ୍ଟନାୟକ, ଦେବେନ୍ଦ୍ର ସାହୁ, ସୁପ୍ରଭାତ ସାହୁ, ସତ୍ୟମ ପୃଷ୍ଟି, ବାଳକୃଷ୍ଣ ପୂଜାରୀ, ଶେଷଦେବ ଦେବତା ,ଧର୍ମରାଜ ସିଂ ବରିହା କନ୍ୟାପକ୍ଷ ରୁ କନ୍ୟାପିତା ସଞୟ ମେହେର, ପ୍ରସନ୍ନ ମେହେର, ଗୁଣ ମେହେର, ଅଶୋକ ମେହେର, ଫେସନ ମେହେର, ମିନକେତନ ମେହେର, ପଞ୍ଚା ମେହେର, ସୁବଳ ମେହେର, ପ୍ରବୀଣ ମେହେର, ଅଶ୍ବିନୀ ମେହେର ତଥା ବରପାଲିର ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ଥିଲେ।