-+91-9937148622 |
prerana_bgr@rediffmail.com |
Saturday 24th May 2025 |
R.N.I. Regd No. ODIODI/2010/46693
Breaking News
30-Apr-2025
ବିନିକା(ହିମାଂଶୁ ଶେଖର ପୁଟେଲ)ସନାତନ ସଂସ୍କୃତିକୁ ଅନୁଧ୍ୟାନ କଲେ ଜଗତର କଲ୍ୟାଣ ପାଇଁ ବ୍ରାହ୍ମଣଙ୍କ ଲକ୍ଷ୍ୟ ।ଭଗବାନ ପର୍ଶୁରାମଙ୍କ ତ୍ୟାଗ ଓ ନ୍ୟାୟର ପ୍ରତୀକ ହୋଇଥିବାରୁ ତାଙ୍କରି ଆଦର୍ଶରେ ଅନୁପ୍ରାଣୀତ ହୋଇ ପ୍ରତ୍ୟେକ ବ୍ରାହ୍ମଣ ଜଗତର କଲ୍ୟାଣ ନିମନ୍ତେ ସଂକଳ୍ପ ବଦ୍ଧ ।ସେଥିପାଇଁ ପ୍ରତିବର୍ଷ ଭଗବାନ ପର୍ଶୁରାମଙ୍କ ଜୟନ୍ତୀକୁ ଧୁମଧାମରେ ପାଳନ କରି ସାରା ସମାଜକୁ ବାର୍ତ୍ତା ପ୍ରଦାନ କରିଆସୁଛନ୍ତି ବିନିକା ବ୍ରହ୍ମ ସମାଜ ।ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପର୍ଶୁରାମଙ୍କ ପୂଜାର୍ଚ୍ଚନା ଯଥାରୀତି ଅନୁଯାୟୀ ହୋଇଥିଲା ।ଶତାଧିକ ବ୍ରାହ୍ମଣ ବିରାଟ ମଟର ସାଇକଲ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା ପୂର୍ବକ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ମାଁ ଦେବୀଦୁର୍ଗାଙ୍କ ମନ୍ଦିରରେ ପହଞ୍ଚିଥିଲେ ।ସେଠାରେ ପର୍ଶୁରାମ ସେନାର ସମସ୍ତ ସଦସ୍ୟ ମାଁ ଙ୍କ ଦର୍ଶନ କରିଥିଲେ ।ପରେ ଶୋଭାଯାତ୍ରା ଭଣ୍ଡାର ଗ୍ରାମ ହନୁମାନ ମନ୍ଦିର ଅଭିମୁଖେ ଗମନ କରିଥିଲା ।
ସେଠାରେ ପହଞ୍ଚିବାପରେ ଏକ ଆଧ୍ୟାତ୍ମିକ ସଭା ଅନୁଷ୍ଠିତ ହୋଇଥିଲା।ବ୍ରହ୍ମ ସମାଜ ସଭାପତି ସନ୍ତୋଷ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସୁବର୍ଣ୍ଣପୁର ଜିଲ୍ଲା ବ୍ରହ୍ମ ସମାଜ ସଭାପତି ଆଦିକନ୍ଦ ବାବୁ,ସମ୍ମାନିତ ଅତିଥି ପଶ୍ଚିମ ଓଡ଼ିଶା ପ୍ରଭାରୀ ଆର୍ତ୍ତତ୍ରାଣ ପଣ୍ଡା,ସମ୍ପାଦକ ଚାପଧାରୀ ହୋତା,ସହ ସମ୍ପାଦକ ହୃଷୀକେଶ ହୋତା,କୋଷାଧ୍ୟକ୍ଷ ନିରଞ୍ଜନ ପଣ୍ଡା ପ୍ରମୁଖ ଯୋଗଦେଇ ଆଧୁନିକ ଭାରତ ନିର୍ମାଣରେ ବ୍ରାହ୍ମଣଙ୍କ ଯୋଗଦାନ ଉଲ୍ଲେଖନୀୟ ବୋଲି ସୂଚନା ଦେବାସହ ଭଗବାନ ପର୍ଶୁରାମଙ୍କ ଐତିହାସିକ କିମ୍ବଦନ୍ତୀ ଉପରେ ଆଲୋକପାତ କରିଥିଲେ। ଏଥିରେ ପ୍ରତ୍ୟେକ ପରିବାର ରୁ ବ୍ରହ୍ମ ସମାଜ ସହିତ ଯୋଡ଼ି ହେବାକୁ ନିଷ୍ପତି ନିଆଗଲା ।ଏହା ସହ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ପର୍ଯ୍ୟଟକ ମାନଙ୍କ ଅମର ଆତ୍ମାର ସଦଗତି ପାଇଁ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।ସଭାରେ ଶିକ୍ଷକ ହିମାଂଶୁ ଭୂଷଣ ପଣ୍ଡା ପରିଚାଳନା କରିଥିବା ବେଳେ ନିରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ହନୁମାନ ମନ୍ଦିର ପ୍ରାଙ୍ଗଣରେ ବ୍ରହ୍ମ ସମାଜ ତରଫରୁ ବୃକ୍ଷ ରୋପଣ କରାଯାଇଥିଲା ।ପରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।