-+91-9937148622 |
prerana_bgr@rediffmail.com |
Saturday 24th May 2025 |
R.N.I. Regd No. ODIODI/2010/46693
Breaking News
29-Apr-2025
ବରଗଡ:(ପ୍ରେରଣା)-ବରଗଡ ଜିଲ୍ଲା ପଦ୍ମପୁର ସହର ସ୍ଥିତ ବ୍ରାହ୍ମଣପଡା ନିବାସୀ ଅବସରପ୍ରାପ୍ତ ଶିକ୍ଷା ବିଭାଗ ର ବରିଷ୍ଠ କିରାଣୀ ଅଲେଖ ଚନ୍ଦ୍ର ଦାଶ ଙ୍କ ୭୮ ବର୍ଷ ବୟସ ରେ ଗତକାଲି ତା. ୨୮.୦୪.୨୦୨୫ ସୋମବାର ଦିନ ପରଲୋକ ଘଟିଯାଇଛି । ପଦ୍ମପୁର ଶିକ୍ଷାବିଭାଗ ର ବରିଷ୍ଠ କିରାଣୀ ଭାବେ ଚାକିରିରୁ ଅବସର ଗ୍ରହଣ କରିଥିଲେ ।ତାଙ୍କର ଚାକିରୀ କାଳରେ ସମସ୍ତ ସହକର୍ମୀ ଙ୍କୁ ମିଷ୍ଠଭାଷୀ ସହିତ ସ୍ନେହ ଶ୍ରର୍ଦ୍ଧା ସହିତ କାର୍ଯ୍ୟ ସମ୍ପାଦନ କରୁଥିଲେ ।ସେ ଜଣେ ଲୋକାଭିମୁଖୀ ବ୍ୟକ୍ତି ଭାବରେ ପରିଚିତ ହୋଇଥିଲେ । ସେ ତାଙ୍କ ପଛରେ ସ୍ତ୍ରୀ ସନ୍ତୋଷିନୀ,ପୁଅ ଅନନ୍ତ,ଅଜିତ,ପୁତ୍ରବାଧୁ,୨ ଝିଅ ଜ୍ୱାଇଁ,ନାତି ନାତୁଣୀ ଙ୍କୁ ଛାଡ଼ିଯାଇଛନ୍ତି ।ତାଙ୍କର ଅନ୍ତେଷ୍ଟିକ୍ରିୟା ଶୋଭାଯାତ୍ରା ରେ ପଦ୍ମପୁର ର ସତାଧିକ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ ।ବଡ଼ପୁଅ ଅନନ୍ତ ମୁଖାଗ୍ନି ଦେଇଥିଲେ ।