-+91-9937148622 |
prerana_bgr@rediffmail.com |
Saturday 24th May 2025 |
R.N.I. Regd No. ODIODI/2010/46693
Breaking News
29-Apr-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)- ଅଶି ଠାରୁ ମସି ର ଶକ୍ତି ଅଧିକ। ତଲଞ୍ବାର ଠାରୁ କଲମ ଢେର ଶକ୍ତିଶାଳୀ। ଲେଖନୀ ମୁନରେ ଶତ୍ରୁକୁ ବି ପରାସ୍ତ କରାଯାଇ ପାରେ। ସେହି ଲେଖନୀରୁ ସୃଷ୍ଟ କବିତା ମାଧ୍ୟମରେ ନିକଟ ଅତୀତରେ ଜମ୍ମୁ କାଶ୍ମୀରର ପାହାଲଗାମ ଠାରେ ଘଟି ଯାଇଥିବା ହତ୍ୟାକାଣ୍ଡ କୁ ନେଇ ନିହତ ପର୍ଯ୍ୟଟକଙ୍କ ଅମର ସ୍ମୃତି ପ୍ରତି ଏକ ଶ୍ରଦ୍ଧାଞ୍ଜଳି ସଭା 'ଶବ୍ଦରେ ଶବ୍ଦରେ ଶ୍ରଦ୍ଧାଞ୍ଜଳି ' କାର୍ଯ୍ୟକ୍ରମ ସମ୍ବାଦ ସାହିତ୍ୟ ଘର ତରଫରୁ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ହିନ୍ଦୀ ବିଭାଗ ପରିସର ମଧ୍ୟରେ ଆୟୋଜିତ ହୋଇ ଯାଇଛି। ବରିଷ୍ଠ ସଦସ୍ୟ ପ୍ରିତମ ସିଂ ଙ୍କ ସଭାପତିତ୍ବରେ ତଥା ପଣ୍ଡିତ ଗୋପବନ୍ଧୁ ପୁରୋହିତଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା। ପରେ ସଭ୍ୟ ସଭ୍ୟା ମାନଙ୍କ ଦ୍ଵାରା ସ୍ବରଚିତ କବିତା ପାଠୋତ୍ସବ ଜରିଆରେ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ ହୋଇଥିଲା। ଉକ୍ତ କବିତା ପାଠୋତ୍ସବରେ ସଦସ୍ୟ ମାନଙ୍କ ମଧ୍ୟରୁ ବାଳକୃଷ୍ଣ ମିଶ୍ର,ପ୍ରଦୀପ କୁମାର ମିଶ୍ର, ତୁଳସୀ ଚରଣ ଦାଶ, ଦୁଃଖି ସେବକ ସାହୁ, ଦୟାନିଧି ମହାପାତ୍ର, ସୁବାସ ଚନ୍ଦ୍ର ସାହୁ, ସୁଜାତା ପଣ୍ଡା, ଖୁସବୁ ଶର୍ମା,ବିବେକାନନ୍ଦ ପଟେଲ, ଡକ୍ଟର ରବିନାରାୟଣ ସାହୁ, ପ୍ରିତମ ସିଂ, ଡ଼ ଡୋଳାମଣି ଶତପଥୀ, ପ୍ରମୁଖ ଅଂଶଗ୍ରହଣ କରି କବିତା ଆବୃତ୍ତି ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଓ ପାରମ୍ପରିକ ଶତ୍ରୁ ପାକିସ୍ତାନର ଆଚରଣ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିଥିଲେ। ପ୍ରାରମ୍ଭରେ ଡକ୍ଟର ରବିନାରାୟଣ ସାହୁ କାର୍ଯ୍ୟକ୍ରମର ଉଦେଶ୍ୟ ଜ୍ଞାପନ କରିଥିଲେ ଓ ସଭ୍ୟ ସୁବାସ ଚନ୍ଦ୍ର ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।