-+91-9937148622 |
prerana_bgr@rediffmail.com |
Saturday 24th May 2025 |
R.N.I. Regd No. ODIODI/2010/46693
Breaking News
21-Mar-2025
ବ୍ରହ୍ମପୁର ରେଳବାଇ ଥାନା ଅଧୀନସ୍ଥ ରାମନଗର ରେଳ ଧାରଣାରୁ ରାହୁଲ ଗୌଡ ନାମକ ଜଣେ ଯୁବକ ର ଶବ ଉଦ୍ଧାର କରି ରେଳବାଇ ପୋଲିସ ୨୧/୨୫ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡଡାକ୍ତରଖାନା କୁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି। ମୃତ ରାହୁଲ କୌଣସି ଚଳନ୍ତା ରେଳରୁ ଖସି ପଡିଥିବା ଆଶଙ୍କା କରା ଯାଉଛି। ତା'ର ପକେଟ୍ ରୁ ଗୋଟିଏ ପ୍ଲାଟଫର୍ମ ଟିକଟ ଓ ମୋବାଇଲ ଫୋନ ସଂଗ୍ରହ କରି ତା'ର ପରିଚୟ ପାଇ ଘର ଲୋକଙ୍କୁ ଖବର ଜଣାଇଥିଲେ ଓ ପୋଲସରା ଥାନା ଅର୍ନ୍ତଗତ ଗୋଛାପଡା ଗ୍ରାମର ରାହୁଲ ର ବାପା ଭୁବୁନୀ ଗୌଡ଼ ଆସି ପୁଅ ର ଶବକୁ ଚିହ୍ନଟ କରିଥିଲେ।ଗତ ଦୁଇଦିନ ହେଲା ରାହୁଲ ଘରେ ଅଶାନ୍ତି ଯୋଗୁଁ ବାହାରକୁ ଯାଇ ଆଉ ଘରକୁ ଫେରି ନ ଥିଲା।ଘର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ତା'ର ସନ୍ଧାନ ପାଇନଥିଲେ।