-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
10-Jan-2025
ସିଂହିଯୁବା, ତା ୧୦/୧ : ସ୍ଥାନୀୟ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ସିଂହିଯୂବା ରେ ବାର୍ଷିକ କ୍ରୀଡ଼ା ଉତ୍ସବ ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତା ରେ ଉଦଯାପିତ ହୋଇଯାଇଛି । କମିଟି ସଭାପତି ଫଗନୁ କୁମ୍ଭାର, ପ୍ରାକ୍ତନ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ପଣ୍ଡା, ସ୍କୁଲ ପ୍ରତିଷ୍ଠାତା ସଦସ୍ୟ ଆନନ୍ଦ ମୋହନ ନନ୍ଦ, ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଅଶ୍ୱିନୀ ସାହୁ, କମିଟି ସଦସ୍ୟ ପବିତ୍ର ଶର୍ମା, ସଞ୍ଜୀବ ତ୍ରିପାଠୀ , କୃଷ୍ଣ ଚନ୍ଦ୍ର ମହଲିଙ୍ଗ, ନିରାକାର କର୍ଣ୍ଣ , ଅଶ୍ଵିନୀ କୁମ୍ଭାର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଦୌଡ, ସଟପୁଟ, ଜମ୍ପ, ସାଇକଲ ସ୍ଲୋ, ମ୍ୟୁଜିକ ଚେୟାର ଭଳି ବିଭିନ୍ନ ଇଭେଣ୍ଟ ରେ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରି ଖେଳକୁ ଉପଭୋଗ କରିଥିଲେ। ବିଭିନ୍ନ ପ୍ରତିଯୋଗିତାକୁ ଶିକ୍ଷକ ଶିବ ଶଙ୍କର ଭୁଏ, ରାମପୁର ଖେଳ ଶିକ୍ଷକ ସୂର୍ଯ୍ୟ ନାରାୟଣ ପଟ୍ଟନାଏକ, ଅନ୍ତର୍ଡା ହାଇସ୍କୁଲର ଗଙ୍ଗାଧର ପଟେଲ, ବିନିକା ବାଳକ ହାଇସ୍କୁଲ ର ତହସିଲ ଭୋଇ, ବିଭୀଷଣ ଖମାରୀ ପ୍ରମୁଖ ଖେଳ ପରିଚାନା କରିଥିଲେ।
ଶିକ୍ଷକ ରାଜା ରାମ ପ୍ରଧାନ, ପଞ୍ଚାନନ ପଣ୍ଡା, କୁଞ୍ଜବିହାରୀ ପଣ୍ଡା, ସଦାନନ୍ଦ ପାଢୀ, ବିଜୟ ମିସ୍ତ୍ରୀ ପ୍ରମୁଖ କାର୍ଯ୍ୟାକ୍ରମରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ପ୍ରେମ ରାଜ ପତି ସଂଯୋଜନା କରିଥିବାବେଳେ ଶେଷରେ ଶିକ୍ଷକ ପଦ୍ମନାଭ ମାହାଣା ଧନ୍ୟବାଦ ଅର୍ପଣ କରିଥିଲେ।