-+91-9937148622 |
prerana_bgr@rediffmail.com |
Thursday 23rd January 2025 |
R.N.I. Regd No. ODIODI/2010/46693
Breaking News
10-Jan-2025
ସମ୍ବଲପୁର-(ସଂଜୀବ ପାଣିଗ୍ରାହୀ) : ସମ୍ବଲପୁର ପ୍ରେସ କ୍ଲବ ର କର୍ମକର୍ତ୍ତା ଙ୍କ କାର୍ଯ୍ୟକାଳ ୨ ବର୍ଷ ହୋଇଥିବା ବେଳେ ଆଜକୁ ୬ ବର୍ଷ ବର୍ଷ ରୁ ଉର୍ଦ୍ଧ୍ୱ ହେବ ଏହି କମିଟି ଅଗଣତାନ୍ତ୍ରିକ ଭାବେ ଭାବେ କାର୍ଯ୍ୟ କରୁଛି I ସମାଜ ଅଧିନିୟମ (୧୮୬୦) ଅନୁଯାୟୀ ୧୯୮୪ ମସିହାରେ ପଞ୍ଜୀକୃତ ହୋଇଥିବା ସମ୍ବଲପୁର ପ୍ରେସ୍ କ୍ଳବ ର ଗତ ୨୫ ଏପ୍ରିଲ ୨୦୧୮ ରେ ଶେଷ ଥର ପାଇଁ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା I କର୍ମକର୍ତ୍ତା ଙ୍କ କାର୍ଯ୍ୟକାଳ ଗତ ୨୦୨୦ ମସିହା ଏପ୍ରିଲ ୨୫ ତାରିଖ ରୁ ସରିସାରିଛି I ଦୀର୍ଘ ବର୍ଷ ହେବ କାର୍ଯ୍ୟ ଅବଧି ଶେଷ ହେବା ପରେ ମଧ୍ୟ ପ୍ରେସ କ୍ଳବ ନିର୍ବାଚନ ନ ହେବା,ପରବର୍ତ୍ତୀ ନିର୍ବାଚନ, ନୂତନ କମିଟି ଗଠନ ନେଇ ଆଜି ପର୍ଯ୍ୟନ୍ତ କୌଣସି ପ୍ରକ୍ରିୟା ଗ୍ରହଣ କରା ନ ଯିବା ଯୋଗୁଁ ସଦସ୍ୟ ସାମ୍ବାଦିକ ମାନେ ଉଦବେଗ ପ୍ରକାଶ କରିଛନ୍ତି I ଏହି ପରିପ୍ରେକ୍ଷୀରେ କ୍ଳଵ ର ସଭାପତି ତ୍ରିବିକ୍ରମ ପ୍ରଧାନ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ର ଭୂମିକା ଅତ୍ୟନ୍ତ ଉଦାସୀନ ଏବଂ ଅସାମ୍ବିଧାନିକ ଅଟେ I ସଂଗଠନର ନିୟମ ଅନୁଯାୟୀ ସେମାନେ ସାଧାରଣ ପରିଷଦ ବୈଠକ ଡାକି ନାହାନ୍ତି I ଏଣୁ ଗତ ୬ ବର୍ଷ ମଧ୍ୟରେ ଆର୍ଥିକ ଅନିୟମିତତା କରାଯାଇ ଥିବା ଅନୁମାନ କରାଯାଉଛି I ଏହା ପୂର୍ବରୁ ଗତ ୨୦୨୧ ମସିହା ରେ ଏ ସମ୍ପର୍କ ରେ ସାଧାରଣ ସମ୍ପାଦକ ଙ୍କୁ ଅବଗତ କରାଯାଇ ସାଧାରଣ ପରିଷଦ ବୈଠକ ଡାକି ଆଶୁ ସମାଧାନ କରିବାକୁ ଲିଖିତ ଦାବି କରିଥିଲେ ଥିଲେ ସୁଦ୍ଧା କୌଣସି ପ୍ରୟାସ କରାଯାଇ ନାହିଁ I ତୁରନ୍ତ ସଦସ୍ୟ ମାନଙ୍କର ସାମ୍ବିଧାନିକ ଅଧିକାର ପ୍ରତିଷ୍ଠା ପାଇଁ ଜ଼ିଲ୍ଲାପାଳ ଙ୍କ ହସ୍ତକ୍ଷେପ ଦାବି ହୋଇଛି I ଏହି ମର୍ମ ରେ ଗୁରୁବାର ସାମ୍ବାଦିକ ମାନେ ଜ଼ିଲ୍ଲାପାଳ ସିଧେଶ୍ୱର ବଳିରାମ ବୋନ୍ଦର ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ I ଜ଼ିଲ୍ଲାପାଳ ଶ୍ରୀ ବୋନ୍ଦର ଵିଧି ଅନୁଯାଇ ପଦକ୍ଷେପ ନେବାକୁ ପ୍ରକାଶ କରିଥିଲେ I ଅନ୍ୟପକ୍ଷରେ ଗତ ୨ ଦିନ ତଳେ କ୍ଲବର ସାଧାରଣ ସମ୍ପାଦକ ପଦ ରୁ ଅଚାନକ ଇସ୍ତଫା ଦେଇଛନ୍ତି ଭବାନୀ ଶଙ୍କର ଭୋଇ I ତାଙ୍କ ଇସ୍ତଫା ପତ୍ର ରେ ସେ ପ୍ରେସ୍ କ୍ଳବ ପାଇଁ ବ୍ୟକ୍ତିଗତ କାରଣ ଯୋଗୁଁ ଯେତିକି ସମୟ ଦେବାର କଥା ଦେଇ ନ ପାରିବା ପାଇଁ ସାଧାରଣ ସମ୍ପାଦକ ଦାୟିତ୍ଵରୁ ମୁକ୍ତ ହେଉଛି ବୋଲି ଉଲ୍ଲେଖ କରିଛନ୍ତି I କ୍ଲବର କୋଷାଧ୍ୟକ୍ଷ ଙ୍କୁ ସବୁ କାଗଜ ପତ୍ର ହସ୍ତାନ୍ତର କରିବା କଥା ପ୍ରକାଶ କରିଥିବା ବେଳେ କୋଷାଧକ୍ଷ ଶ୍ରବଣ ପତି କିନ୍ତୁ ଗତ ୨ ବର୍ଷ ହେବ ମୋର କାର୍ଯ୍ୟକାଳ ସମୟ ସରି ସାରିଛି, ଏଣୁ ମୁଁ ବର୍ତ୍ତମାନ ନିର୍ବାଚିତ ସଦସ୍ୟ ନୁହେଁ ବୋଲି ପ୍ରକାଶ କରିବା ସହିତ ଏହି ଦାୟିତ୍ୱ ତାଙ୍କୁ ନ ଦେଇ ସଭାପତିଙ୍କୁ ଦେବାକୁ କହିଛନ୍ତି I ତେବେ ସମ୍ବଲପୁର ର ଏକ ଗୌରବ ତଥା ଗାରିମାମୟ ଅନୁଷ୍ଠାନ ପ୍ରେସ୍ କ୍ଳବ ର ଏତାଦୃଶ ଘଟଣା ବୁଦ୍ଧିଜୀବୀ ମହଲ ରେ ସର୍ବତ୍ର ଆଲୋଚ୍ୟ ବିଷୟ ହୋଇଛି I