-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
18-Oct-2026
(ରଂଜିତ ମହାନ୍ତି )
ବରୀ ଅଞ୍ଚଳର ଜଣାଶୁଣା ବ୍ୟକ୍ତି ଦୋଳ ଗୋବିନ୍ଦ ଦେଓଙ୍କର ଗତକାଲି ଅପରାହ୍ନରେ ଦେହାନ୍ତ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ସେ କିଛିଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତଥିଲେ । ବରୀ ମାଉଣ୍ଡ ବଜାରରେ ସେ ପ୍ରଥମେ ହୋଟେଲ ବ୍ୟବସାୟ ଆରମ୍ଭ କରିଥିଲେ । ଜଣେ ଦରଦୀ ଓ ସ୍ନେହୀ ମଣିଷ ଭାବେ ତାଙ୍କର ବେଶ ପରିଚୟ ଥିଲା । ତାଙ୍କ ମୃତ୍ୟରେ ବରୀ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି । ଏହି ଖବର ପାଇ ବହୁ ବ୍ୟକ୍ତି ତାଙ୍କ ଅରଙ୍ଗାବାଦ ସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ଗ୍ରାମ୍ୟ ସ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ବଡ଼ପୁଅ ଶିବ ପ୍ରସାଦ ଦେଓ ମୁଖାଗ୍ନି ଦେଇଥିଲେ ।