-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
17-Oct-2026
ଟିଟିଲାଗଡ଼: ଟିଟିଲାଗଡ ଲାୟନ୍ସ କ୍ଲବର ଆଜି ଚାର୍ଟର ଡେ ସ୍ଥାନୀୟ 'ଲାୟନ୍ସ ଡେନ୍' ପରିସରରେ ଅତି ସୁନ୍ଦର ଭାବରେ ପାଳିତ ହୋଇଯାଇଛି। ଏହି ଅବସରରେ କ୍ଲବ ପକ୍ଷରୁ ଚାର୍ଟର ମେମ୍ବର ଲାୟନ ଡ ଲିଲାଧର ଶର୍ମା, ଈଶ୍ୱର ଚାନ୍ଦ ଜୈନ, ଗୋପାଳ ଲାଠଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ମାର୍ଗ ଦର୍ଶନ କ୍ଲବକୁ ବହୁତ ଆଗକୁ ନେଇଛି ତଥା ଆଗକୁ ନେବ ବୋଲି ପୂର୍ବତନ ଡିଜି ୱାଇପି ଗୋଏଲ କହିଥିଲେ। ସମସ୍ତ ସଦସ୍ୟଙ୍କ ସକ୍ରିୟ ସହଯୋଗ ଓ ନିଷ୍ଠାପର ଉଦ୍ୟମ ଯୋଗୁଁ କାର୍ଯ୍ୟକ୍ରମଟି ବେଶ୍ ସ୍ମରଣୀୟ ଏବଂ ସଫଳ ହୋଇପାରିଛି।
ଏହି ଅବସରରେ ଭାରପ୍ରାପ୍ତ ସଭାପତି ଲାୟନ୍ ଅଜିତ ଚନ୍ଦ୍ର ପାତ୍ର, ସମ୍ପାଦକ ଲାୟନ୍ ଏମ୍.ଡି. ଅବାସ ଖାନ, କୋଷାଧ୍ୟକ୍ଷ ଲାୟନ୍ ଶ୍ରୀରାମ ଅଗ୍ରୱାଲ ଏବଂ ସମସ୍ତ ଲିଓ ସଦସ୍ୟଙ୍କ ନିରଳସ ପ୍ରୟାସ ପାଇଁ ସେମାନଙ୍କୁ ବିଶେଷ ସାଧୁବାଦ ଜଣାଯାଇଥିଲା। ସେମାନଙ୍କର ଉଲ୍ଲେଖନୀୟ ଅବଦାନ କାର୍ଯ୍ୟକ୍ରମକୁ ଏକ ଭବ୍ୟ ରୂପ
ଦେଇଥିଲା।
ସେହିପରି ମଞ୍ଚ ପରିଚାଳକ ଭାବେ ଲାୟନ୍ ଅସୀମ କୁଣ୍ଡୁଙ୍କ ଦକ୍ଷ ଏବଂ ଆକର୍ଷଣୀୟ ଉପସ୍ଥାପନା ସମସ୍ତଙ୍କ ମନ ମୋହିଥିଲା। ତାଙ୍କର ଆତ୍ମବିଶ୍ୱାସ ଓ ଚମତ୍କାର ସଂଯୋଜନା ସନ୍ଧ୍ୟାଟିକୁ ଆହୁରି ସ୍ୱତନ୍ତ୍ର କରି ତୋଳିଥିବା ବେଳେ ଉପସ୍ଥିତ ସଦସ୍ୟମାନେ ତାଙ୍କୁ କ୍ଲବର ଜଣେ ଉଦୀୟମାନ ନେତୃତ୍ୱ ଭାବେ ପ୍ରଶଂସା କରିଥିଲେ।
କ୍ଲବର ଏକତା, ବନ୍ଧୁତ୍ୱ ଏବଂ ସମର୍ପଣ ଭାବନା ପ୍ରତ୍ୟେକ କାର୍ଯ୍ୟକ୍ରମକୁ ସ୍ମରଣୀୟ କରି ଗଢ଼ିତୋଳୁଛି ବୋଲି ଉପସ୍ଥିତ ସଦସ୍ୟମାନେ ଗର୍ବର ସହ ପ୍ରକାଶ କରିଥିଲେ। ଏହି ଅବସରରେ ଲାୟନ୍ସ ଓ ଲିଓ କ୍ଳବର ସଦସ୍ୟ ମାନେ ଉପସ୍ଥିତ ଥିଲେ।