-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
17-Oct-2026
ଟିଟିଲାଗଡ଼: ସହରର ପ୍ରମୁଖ ସାମାଜିକ ସଂଗଠନ 'ଜେସିଆଇ ଟିଟିଲାଗଡ଼ ସିଟି' ପକ୍ଷରୁ ଶନିବାର ସନ୍ଧ୍ୟାରେ ଏକ ଭବ୍ୟ 'ମେଗା ଡ଼ାଣ୍ଡିଆ ନାଇଟ୍' କାର୍ଯ୍ୟକ୍ରମ ସ୍ଥାନୀୟ ଡି ଏନ୍ ରିସର୍ଟ ଠାରେ କ୍ଲବ ସଭାପତି ଶୈଳେଶ ଗୋଏଲଙ୍କ ନେତୃତ୍ୱରେ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଡିଏନ୍ ରିସର୍ଟ ପରିସରରେ ଏହି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର
ଆୟୋଜନ କରାଯାଇଥିଲା ଯେଉଁଥିରେ ଏହି
ଉତ୍ସବର ମାହୋଲରେ ନାଚ, ଗୀତ ଏବଂ ପାରମ୍ପରିକ ଡ଼ାଣ୍ଡିଆ ତାଳରେ ସମସ୍ତଙ୍କୁ ଏକତ୍ରିତ କରିବା ପାଇଁ ସଂସ୍ଥା ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଏହି ଅବସରରେ ସହରର ବିଭିନ୍ନ ପରିବାର ସହିତ ଏହି ଉତ୍ସବରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସହରବାସୀ ତଥା ଅତିଥିମାନଙ୍କୁ ସାଦର ନିମନ୍ତ୍ରଣ କରାଯାଇଥିଲା।
"ଏକାଠି ଉତ୍ସବ ପାଳନ କରିବା ଏବଂ ଏକାଠି ଆଗକୁ ବଢ଼ିବା" ଆଭିମୁଖ୍ୟ ନେଇ ଜେସିଆଇ ଟିଟିଲାଗଡ଼ ସିଟି ଏହି ପାର୍ବଣ ଋତୁ ନବରାତ୍ରୀକୁ ସ୍ମରଣୀୟ କରିବା ଲାଗି ସମସ୍ତ ପ୍ରୟାସ ଜାରି ରଖିଥିବା କ୍ଲବ କର୍ମକର୍ତ୍ତା ପ୍ରକାଶ କରିଛନ୍ତି।
ଶନିବାର ସନ୍ଧ୍ୟା ୭ଟାରୁ ଆରମ୍ଭ ହୋଇଥିବା ଏହି ରଙ୍ଗାରଙ୍ଗ ସାଂସ୍କୃତିକ ଉତ୍ସବରେ ଶତାଧିକ ପ୍ରତିଯୋଗୀ ଓ ଦର୍ଶକ ସାମିଲ ହୋଇଥିଲେ। ଉତ୍ସବକୁ ଅଧିକ ଉତ୍ସାହଜନକ କରିବା ପାଇଁ ଆୟୋଜକଙ୍କ ପକ୍ଷରୁ ବିଭିନ୍ନ ବର୍ଗରେ ଆକର୍ଷଣୀୟ ପୁରସ୍କାର ତଥା ସ୍ମାରକୀ ପ୍ରଦାନର ବ୍ୟବସ୍ଥା କରାଯାଇଛି। ସେଥିମଧ୍ୟରେ ଶ୍ରେଷ୍ଠ
ଯୋଡ଼ି, ଶ୍ରେଷ୍ଠ ପୋଷାକ ଯୋଡ଼ି , ଶ୍ରେଷ୍ଠ ନୃତ୍ୟ, ଶ୍ରେଷ୍ଠ ଉତ୍ସାହ, ଶ୍ରେଷ୍ଠ ଡାଣ୍ଡିଆ ଦଳ ଏବଂ ଶ୍ରେଷ୍ଠ ପାରିବାରିକ ଭାଗୀଦାରୀ ଆୱାର୍ଡ଼ ସମେତ ଅନେକ ପୁରସ୍କାର ସାମିଲ ରହିଛି। ଏହି କାର୍ଯ୍ୟକ୍ରମକୁ କ୍ଲବ୍ ସଭାପତି ଜେସି ଶୈଳେଶ ଗୋଏଲ, ସମ୍ପାଦକ ଜେସି ଆଶିଷ ଦୋଡ଼କା, କୋଷାଧ୍ୟକ୍ଷ ଜେସି ରାହୁଲ ଜୈନ, ଆଇପିପି ଜେସି ବିକାଶ ଜୈନ, ପ୍ରକଳ୍ପ ନିର୍ଦ୍ଦେଶକ ଜେସି ସୁରେନ୍ଦ୍ର ଜୈନ ଏବଂ ସହ-ପ୍ରକଳ୍ପ ନିର୍ଦ୍ଦେଶକ ଜେସି ବିକାଶ ଅଗ୍ରୱାଲ ପ୍ରମୁଖ ସୁଚାରୁ ରୂପେ ପରିଚାଳନା କରିଥିଲେ।