-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
17-Oct-2026
ଟିଟିଲାଗଡ(ପ୍ରେରଣା ଖବର)- କମ୍ପ୍ୟୁଟେସନାଲ ମ୍ୟାଥମେଟିକ୍ସ କ୍ଷେତ୍ରରେ ଉଲ୍ଲେଖନୀୟ ତଥା ପ୍ରଶଂସନୀୟ ଗବେଷଣା ପାଇଁ ଭାରତ ସରକାରଙ୍କ 'ଅନୁସନ୍ଧାନ ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ' (ANRF) ପକ୍ଷରୁ ପ୍ରଦାନ କରାଯାଉଥିବା ପ୍ରତିଷ୍ଠିତ "ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡ" ଘୋଷଣା କରାଯାଇଛି।
ଏହି ପ୍ରତିଯୋଗିତାରେ ଦେଶର ପ୍ରମୁଖ ଆଇଆଇଟି (IIT), ଏନଆଇଟି (NIT) ସମେତ ବିଶ୍ୱର ପ୍ରାୟ ୧୭ଟି ଦେଶରୁ ୨୦୦ରୁ ଊର୍ଦ୍ଧ୍ୱ ବିଦ୍ୱାନ ଓ ଗବେଷକ ଭାଗ ନେଇଥିଲେ। ଏହି କଠିନ ପ୍ରତିଯୋଗିତାରେ ନିଜର ଉଚ୍ଚକୋଟୀର ଗବେଷଣା ବଳରେ ସେ ସମସ୍ତଙ୍କୁ ପଛରେ ପକାଇ ଏହି ଗୌରବଜନକ ପୁରସ୍କାର ହାସଲ କରିଛନ୍ତି ଟିଟିଲାଗଡର ଏକତା ମିଶ୍ର।
ତାଙ୍କର ଏହି ବିଶେଷ ସଫଳତା ଦେଶ ତଥା ଗବେଷଣା ଜଗତ ପାଇଁ ଏକ ବିରାଟ ଗୌରବ ଆଣିଦେଇଛି। ଏହି ଐତିହାସିକ ଉପଲବ୍ଧି ପାଇଁ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।