-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
17-Oct-2026
ବଲାଙ୍ଗିର(ପ୍ରେରଣା ଖବର): ବଲାଙ୍ଗିର ବିଧାୟକ କଲିକେଶ ନାରାୟଣ ସିଂଦେଓ ବଲାଙ୍ଗିର ର ପୁରାତନ ସାଂସ୍କୃତିକ ତଥା ସାମାଜିକ ଅନୁଷ୍ଠାନ ଗାନ୍ଧି ପାଠାଗାର (ପୂଜା ମଣ୍ଡପ)ର ନବ ନିର୍ମିତ ପୂଜା ମଣ୍ଡପର ଉଦଘାଟନ କରିଛନ୍ତି l ଗାନ୍ଧୀ ପାଠାଗାର ସଭାପତି ପ୍ରକାଶ କୁମାର ନେପାକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମାନ୍ୟବର ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ ମୁଖ୍ୟ ଅତିଥି, ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ସମ୍ମାନିତ ଅତିଥି, ପାଠାଗାର ଉପସଭାପତି ସନ୍ତକ ବହିଦାର, ଅଭ୍ୟର୍ଥନା କମିଟି ଅଧକ୍ଷ ଭଗବାନ ବଗର୍ତି, ସମ୍ପାଦକ ପ୍ରଦୀପ ସାହୁ, କାଉନସିଲର ମହେନ୍ଦ୍ର ବାଗ ମଂଚାସୀନ ଥିଲେ l ସଭା ସଂଯୋଜନା ବରିଷ୍ଠ ସଭ୍ୟ ମଧୁ ନାଏକ କରିଥିଲେ l ମୁଖ୍ୟ ଅତିଥି କଳିକେଶ ନାରାୟଣ ସିଂଦେଓ ଏହି ପାଠାଗାରକୁ
ଅନୁଦାନ ଦେବା ସହ ଇ-ଲାଇବ୍ରାରୀ କରାଯାଇ ବରିଷ୍ଠ ନାଗରିକ, ସାଧାରଣ ଜନତା, ଯୁବ ଛାତ୍ରଛାତ୍ରୀ ତଥା ବିଭିନ୍ନ ପରୀକ୍ଷାର୍ଥୀଙ୍କୁ ସମର୍ପିତ କରାଯିବ ବୋଲି ଘୋଷଣା କରିଥିଲେ lଉକ୍ତ ଉତ୍ସବରେ ବଲାଙ୍ଗିର ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ସମ୍ମାନିତ ଅତିଥି ରୂପେ ଯୋଗଦାନ କରି ଗାନ୍ଧି ପାଠାଗାରର ସମାଜ ପ୍ରତି ବିଭିନ୍ନ ଅବଦାନ ପାଇଁ ଭୁୟସୀ ପ୍ରଂଶସା କରିଥିଲେ ଏବଂ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବ ପାଇଁ ପ୍ରତିଶୁତି ଦେଇଥିଲେ lଏହି ଉତ୍ସବରେ ଭଗବାନ ବଗର୍ତି ସ୍ୱାଗତ ଭାଷଣ ଦେବl ସହ ବର୍ଷୀୟାନ ନେତା ଅନଙ୍ଗ ଉଦୟ ସିଂଦେଓ ଙ୍କ ପ୍ରତିଶୃତି କ୍ରମେ ଏହି ନୂତନ ପାଠାଗାର ନିର୍ମାଣ ପାଇଁ ଅନୁଦାନ ମିଳି ପାରିଛି ବୋଲି ଉଲ୍ଲେଖ କରିଥିଲେ l ସମ୍ପାଦକ ପ୍ରଦୀପ ସାହୁ ନୂତନ ମଣ୍ଡପ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ କଳିକେଶ ନାରାୟଣ ସିଂଦେଓ ଏବଂ ପୌରାଧକ୍ଷl ଲିକା ସାହୁଙ୍କ ଉଦ୍ୟମରେ ଆର୍ଥିକ ସହାୟତା ଦିଅl ଯାଇ ନୂତନ ମଣ୍ଡପ ନିର୍ମାଣ କାର୍ଯ୍ୟ କରାଯାଇଛି ବୋଲି ସମ୍ପାଦକ ପ୍ରଦୀପ ସାହୁ ତାଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ଏହି ପାଠାଗାରକୁ ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ କାଯ୍ୟକ୍ରମ ଆୟୋଜନ ପାଇଁ ଆଉ କିଛି ଅନୁଦାନ ଦେବାକୁ ଅନୁରୋଧ କରିଛନ୍ତି l ପାଠାଗାର ଉପସଭାପତି ସନ୍ତକ ବହିଦାର ଦୀର୍ଘ ୬୦ ବର୍ଷ ଧରି ଏହି ଅନୁଷ୍ଠାନ ସାମାଜିକ, ସାଂସ୍କୃତିକ, ଧାର୍ମିକ କାର୍ଯ୍ୟ ଆୟୋଜନ କରି ସମାଜରେ ପରିଚୟ ବଜାୟ ରଖିଛି ଏବଂ ଏହି କାର୍ଯ୍ୟକ୍ରମ ମାନଙ୍କରେ ସଂଶ୍ଲିଷ୍ଟ ଥିବା ପରଲୋକଗତ ସଭ୍ୟ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l କାଉନସିଲର ମହେନ୍ଦ୍ର ବାଗ ଏହି ପାଠାଗାର କୁ ଆହୁରି ଉନ୍ନତ ତଥା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଜରିଆରେ ଆଗେଇ ନେବା ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବା ପାଇଁ ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କୁ ଅନୁରୋଧ କରିଥିଲେ l ପାଠାଗାର ସଭାପତି ପ୍ରକାଶ କୁମାର ନେପାକ ଏହି ଉତ୍ସବରେ କଳିକେଶ ନାରାୟଣ ସିଂଦେଓ ତଥା ଲିକା ସାହୁଙ୍କ ଏହି ପୂଜା ମଣ୍ଡପ ନିର୍ମାଣ ପାଇଁ ଆନ୍ତରିକତା ଯୋଗୁଁ ସମ୍ଭବ ହୋଇପାରିଛି ଏବଂ ବିଧାୟକ ଙ୍କ ଇ- ଲାଇବ୍ରାରୀ କରାଯିବାର ଦୁରଦୃଷ୍ଟି ସମ୍ପନ୍ନ ପ୍ରସ୍ତାବ ପାଇଁ କୃତଂଜ୍ଞତା ଜ୍ଞାପନ କରିଛନ୍ତି l ସମସ୍ତ ସଭ୍ୟ ସଭ୍ୟା ତଥା ପଡ଼ାବାସୀଙ୍କ ଆର୍ଥିକ ସାହାଯ୍ୟ ତଥା ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି l ଉପସ୍ଥିତ ଅତିଥି ତଥା କାଉନସିଲର ମାନଙ୍କୁ ଉପଢୌକନ ଦେଇ ବରିଷ୍ଠ ସଭ୍ୟ ରାଜେନ୍ଦ୍ର ପାଣି, କୋଷାଧକ୍ଷ ଜିତେନ୍ଦ୍ର ନାଗ,ମହିଳା କମିଟି ସଭାପତି ବିଳାସିନୀ ବେହେରା, ସମ୍ପାଦକ ଲିନା ମହାନ୍ତି, ସବିତା ବେହେରା, ବରିଷ୍ଠ ସଭ୍ୟ ସୂର୍ଯ୍ୟ ପୁରୋହିତ, ମୋହିନୀ ମିଶ୍ର ପ୍ରମୁଖ ସମ୍ମାନିତ କରିଥିଲେ l ଏହି କାର୍ଯ୍ୟକ୍ରମରେ ଦୁର୍ଗା ସାହୁ, ଦାଶରଥି ସାହୁ, ଶିବେନ୍ଦ୍ର ସାହୁ, ରାଜେନ୍ଦ୍ର ମିଶ୍ର, କୁନୁ ପାତ୍ର,ହୃଦରଞ୍ଜନ ସାହୁ, ଅଜିତ ପଣ୍ଡା, ପିଙ୍କୁ ପଣ୍ଡା,ସଭ୍ୟ ମାନେ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମରେ ସଂଜୀବ ସାହୁ ଙ୍କ ସହଯୋଗରେ ମୃଦୁ ରେଖା ଡାନ୍ସ ଏଣ୍ଡ ଆର୍ଟ ଏକାଡେମୀ ଅନୁଷ୍ଟାନ ଆନୁକୂଲ୍ୟରେ ଏକ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଓଡିଶା ନୃତ୍ୟ, ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇ ମୃଦୁ ରେଖା ଡାନ୍ସ ଏଣ୍ଡ ଆର୍ଟ ଏକାଡେମୀ ଅନୁଷ୍ଠାନର ଗୁରୁ ଚିତ୍ତରଞ୍ଜନ ପ୍ରଧାନ, ନିତିନ ଭରଦ୍ୱାଜ ଏବଂ ଅଂଶ ଗ୍ରହଣ କରିଥିବା ସମସ୍ତ ନୃତ୍ୟଙ୍ଗନା ମାନଙ୍କୁ ସମ୍ମାନିତ କରାଯାଇଥିଲା l ପାଠାଗାରର ସଭ୍ୟ ସ୍ୱସ୍ତିକ ସାଗର ସାହୁ ଆଜିର କାର୍ଯ୍ୟକ୍ରମରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ, ପୌରାଧକ୍ଷl ଲିକା ସାହୁ, ସମସ୍ତ କାଉନସିଲର,ସମସ୍ତ ଅନୁଷ୍ଠାନ, ପୂଜା ମଣ୍ଡପ, ମହିଳା କମିଟି ଏବଂ ସମସ୍ତ ପଡ଼ାବାସୀ ଜନସାଧାରଣ ଯୋଗଦାନ କରି ଏହି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ l ଦିବା ୧୦ ଘଣ୍ଟା ସମୟରେ ପ୍ରତିଷ୍ଠା ପୂଜାରେ ପାଠାଗାର ସଭାପତି ପ୍ରକାଶ ନେପାକ ଏବଂ ସହଧର୍ମିଣୀ ଭାରତୀ ନେପାକ ତଥା ଉପସଭାପତି ସନ୍ତକ ବହିଦାର ଏବଂ ସହଧର୍ମିଣୀ ମମତାମୟୀ ଦାସ କର୍ତ୍ତା ଓ ଉପକର୍ତ୍ତାର ଦାଇତ୍ୱ ସମାପନ କରିଥିଲେ l ଚଳିତ ବର୍ଷ ଦୁର୍ଗା ପୂଜା ଆୟୋଜନ ପାଇଁ ବିଭିନ୍ନ କମିଟି ମାନ ଗଠନ କରାଯାଇଛି l ଅଭ୍ୟର୍ଥନା କମିଟି ର ଅଧ୍ୟକ୍ଷ ଭଗବାନ ବଗର୍ତି ବରିଷ୍ଠ ସଭ୍ୟ ସୂର୍ଯ୍ୟ ପୁରୋହିତ, ମୋହିନୀ ମିଶ୍ର, ସତ୍ୟନାରାୟଣ ବେହେରା, ଅଶୋକ ଚାନ୍ଦ, ହରି ପଣ୍ଡା, ମଧୁସୂଦନ ନାଏକ, ଭବାନୀ ଶତପଥୀ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବେ l ଚଳିତ ବର୍ଷ ୫୭ ତମ ସାର୍ବଜନୀନ ଦୁର୍ଗା ପୂଜା ୧୬/୧୦/୨୬ ଷଷ୍ଠି ତିଥିରୁ ଆୟୋଜନ କରାଯାଉଛି l ଦୁର୍ଗାପୂଜା କମିଟିର ସଭାପତି ପ୍ରକାଶ କୁମାର ନେପାକ, ଉପସଭାପତି ସନ୍ତକ ବହିଦାର, ସମ୍ପାଦକ ପ୍ରଦୀପ ସାହୁ, କୋଷlଧ୍ୟକ୍ଷ ଜିତେନ୍ଦ୍ର ନାଗ ଦାଇତ୍ୱ ନେଇଥିବା ବେଳେ ସଭ୍ୟ ରିଆଜ଼ ଖାନ, ହୃଦୟରଞ୍ଜନ ସାହୁ, ରାଜେନ୍ଦ୍ର ପାଣି, ଦୁର୍ଗା ସାହୁ, ଅବଦୁଲ ରଜ଼ାକ, ସଞ୍ଜୟ ଗଡ଼ତ୍ୟା, ଚିତ୍ତରଞ୍ଜନ ସାହୁ, ରାଜେନ୍ଦ୍ର ମିଶ୍ର,
ମହେନ୍ଦ୍ର ବାଗ,ଦାଶରଥି ସାହୁ, ଶୁଶାନ୍ତ ଶ୍ରୀଚନ୍ଦନ,କୁନୁ ପାତ୍ର, ସଂଗ୍ରାମ ବହିଦାର, ଅଜିତ ପଣ୍ଡା ପ୍ରମୁଖ କାର୍ଯ୍ୟକାରୀ କମିଟି ସଭ୍ୟ ରହିଛନ୍ତି l ଚଳିତ ବର୍ଷ ପୂଜା କର୍ତ୍ତା ରୂପେ ଚିତ୍ତରଞ୍ଜନ ସାହୁ ଓ ସହଧର୍ମିଣୀ ସସ୍ମିତା ସାହୁ ତଥା ଉପକର୍ତ୍ତା ରୂପେ ଦୁର୍ଗା ଚରଣ ସାହୁ ଓ ତାଙ୍କ ଧର୍ମପତ୍ନୀ ଏବଂ ବୈଷ୍ଣବ ଚରଣ ସାହୁ ଓ ତାଙ୍କ ସହଧର୍ମିଣୀ କାର୍ଯ୍ୟ ତୁଲାଇବେ l ପୂଜା କମିଟିରେ ସ୍ୱସ୍ତିକ ସାଗର ସାହୁ, ସୋମଦେବ ସାହୁ, ମନିଷ ସାହୁ, ସ୍ୱୟଂ ମଟାରୀ ସହଯୋଗ କରିବେ l ଚଳିତ ବର୍ଷ ପଣ୍ଡିତ ଶୁକଦେବ ତ୍ରିପାଠୀ ଏବଂ ସାଥି ମା ଙ୍କ ପୂଜା କାର୍ଯ୍ୟ ପାଇଁ ନିୟୋଜିତ ହୋଇଛନ୍ତି l