-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
17-Oct-2026
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ସୋନପୁର ସହର ବଡବଜାରର ଜଣେ ଜଣାଶୁଣା ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ଆଜି ୮୨ ବର୍ଷ ବୟସରେ ପରଲୋକ ଘଟିଛି । ଭୁବନେଶ୍ଵର ସ୍ଥିତ ଏକ ଘରୋଇ ଡାକ୍ତରଖାନରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ପରଲୋକ ଘଟିଥିବା ଖବର ମିଳିଛି । ଗତ ପ୍ରାୟ ୧୫ ଦିନ ହେଲା ସର୍ଗତ ସାହୁ ଭୁବନେଶ୍ଵରର ଏକ ଘରୋଇ ଡାକ୍ତରଖାନରେ ଚିକିତ୍ସିତ ହେଉଥିଲେ । ଆଜି ଭୋର ସମୟରେ ତାଙ୍କ ମୃତ୍ୟୁ ଘଟିଥିବା ପରିବାରବର୍ଗ ପକ୍ଷରୁ ସୂଚନା ଦିଆଯାଇଛି । ୫୦ ବର୍ଷରୁ ଉଦ୍ଧ ସମୟ ସେ ଜଣେ ପେଶାଦର ଆଇନଜୀବୀ ଭାବେ କାର୍ଯ୍ୟ କରିଥିଲେ । ଫୌଜଧାରୀ ମାମଲା ଗୁଡିକୁ ସ୍ବର୍ଗତ ସାହୁ ଖୁବ୍ ଦକ୍ଷତାର ସହ ପରିଚାଳନା କରୁଥିଲେ । ଦୀର୍ଘ ବର୍ଷ ଧରି ପବ୍ଲିକ ପ୍ରସିକ୍ୟୁଟର ଭାବେ ମଧ୍ୟ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି । ସ୍ବର୍ଗତ ସାହୁ ଶିକ୍ଷକତା ପେଶାକୁ ଛାଡି ପରେ ଓକିଲାତିରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ସୋନପୁର ସହର ତଥା ସମଗ୍ର ଜିଲ୍ଲା ଏବଂ ବଡବଜାର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ତିନି ପୁଅ ଯଥା ଶଶାଙ୍କ ଶେଖର ସାହୁ, ବିଜୟ ଶଙ୍କର ସାହୁ ଓ ଶ୍ୟାମେସ କୁମାର ସାହୁ ଏବଂ ପରିବାରବର୍ଗ ଉପସ୍ଥିତ ଥିଲେ । ପୁରୀ ସର୍ଗଦ୍ଵାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ବେଳେ ବଡ ପୁଅ ଶଶାଙ୍କ ମୁଖାଗ୍ନି ଦେଇଥିଲେ । ଆଜି ବରିଷ୍ଠ ଆଇନଜୀବୀ ସ୍ବର୍ଗତ ସାହୁଙ୍କ ପରଲୋକ ଖବର ଜଣାପଡିବା ପରେ ଜିଲ୍ଲା ଓକିଲ ସଂଘ ରେ ଶୋକର ଛାୟା ଖେଳି ଯାଇଥିଲା । ତାଙ୍କ ସ୍ତୁତି ଉଦ୍ଧେଶ୍ୟରେ ଆଜି ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟ ଠାରେ ସଂଘ ସଭାପତି ପ୍ରତାପ ପୁରୋହିତଙ୍କ ସଭାପତିତ୍ଵରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା ବେଳେ ବରିଷ୍ଠ ଓକିଲ ମାନେ ତାଙ୍କ ସ୍ମୃତିଚାରଣ କରିବା ସହିତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।