-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
17-Oct-2026
ସମ୍ବଲପୁର-(ସଂଜୀବ ପାଣିଗ୍ରାହୀ ): ସମ୍ବଲପୁର ସହରର ଭୁତାପଡ଼ାସ୍ଥିତ ମା’ ମଙ୍ଗଳାଙ୍କ ମନ୍ଦିରରେ ଶରତକାଳୀନ ପୂଜନୋତ୍ସବ ଅବସରରେ ଶୁକ୍ରବାର ଆଶ୍ୱିନ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ କଳସାଧିବାସ ତଥା
ବିଲ୍ୱବରଣ ଓ ନବପତ୍ରିକା ଆବାହନ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅପରାହ୍ନ ୪ଟାରେ କଳସ ଶୋଭାଯାତ୍ରା ବାହାରିଥିଲା। ଏଥିରେ ସହରର ଶତାଧିକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଥିଲେ। ସ୍ଥାନୀୟ ମହାନଦୀ ଘାଟରୁ ଜଳ ଆଣି ବିଧି ଅନୁଯାୟୀ ମା’ ମଙ୍ଗଳାଙ୍କ ପୀଠରେ ପୂଜାର୍ଚ୍ଚନା କରାଯାଇଥିଲା।
ମନ୍ଦିରର ପୂଜକ ମହେଶ୍ୱର ପଣ୍ଡା, ପଣ୍ଡିତ ଆଦିତ୍ୟ ମିଶ୍ର, ଦୈତାରି ବିଶି ଓ ଶ୍ରୀଧର ମହାପାତ୍ର ପୂଜାକାର୍ଯ୍ୟ ସମ୍ପନ୍ନ କରିଥିଲେ। ମଙ୍ଗଳା ମନ୍ଦିର କମିଟିର ରବୀନ୍ଦ୍ର ଜେନା, ମେନକା ଜେନା, ରସାନନ୍ଦ ବେହେରା, ପିତବାସ ବେହେରା, ଅସିତ ବିଶ୍ୱାଳ, ନିହାର କୁମାର ମାହାନା, ରବୀନ୍ଦ୍ର ବାରିକ, ଇନ୍ଦ୍ରମଣୀ ଦାସ, ପ୍ରତାପ କୁମାର ମିଶ୍ର, ସୁରେଶ କୁମାର ମହାପାତ୍ର, ଓମପ୍ରକାଶ ଦାସ, ବୈଷ୍ଣବ ନାୟକ, ବିଭୁତି ଭୂଷଣ ସ୍ୱାଇଁ, ରଞ୍ଜନ କୁମାର ଦାଶ, ଅଲେଖ କୁମାର ଦାସ, କୌଶଲ୍ୟା ବେହେରା, ଲକ୍ଷ୍ମୀ ପାଣ୍ଡେ, କବିତା ରେଡ୍ଡୀ ଓ ପଦ୍ମିନୀ ମେଣ୍ଡଳୀ ପ୍ରମୁଖ ସହଯୋଗ କରିଥିଲେ।
ସମ୍ବଲପୁର ଧୁଚୁରାପଡ଼ା ନିବାସୀ ସରୋଜ ସାହୁ ଓ ସାଗରିକା ସାହୁ ପୂଜାର କର୍ତ୍ତା ଦାୟିତ୍ୱ ନିର୍ବାହ କରୁଛନ୍ତି।