-+91-9937148622 |

prerana_bgr@rediffmail.com |

  Thursday 23rd January 2025 |

| | | |

R.N.I. Regd No. ODIODI/2010/46693

Breaking News

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ପୁରାତନ ଛାତ୍ର ଏକତ୍ରି କରଣ   (23-Jan-2025)       ||      ପରାକ୍ରମ ଦିବସରେ ଦୁଇ ଜାତୀୟ ବୀରଙ୍କ ଜୟନ୍ତୀ ପାଳନ   (23-Jan-2025)       ||      ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   (23-Jan-2025)       ||      ନେତାଜୀ ସୁଭାଷ, ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ।   (23-Jan-2025)       ||      *ଓଡ଼ିଶା ପୋଲିସ ମହା ନିର୍ଦ୍ଧେଶକ ୱାଇ ବି ଖୁରାନିଆ ଆହତ ଦୁଇ ଯବାନ ଙ୍କ ସହ ଭିଡିଓ କଲ କରି ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ*   (23-Jan-2025)       ||      *ପାପଡ଼ା ହାଣ୍ଡି ବ୍ଳକର ବିଭିନ୍ନ ବିଦ୍ୟାଳୟରେ ଦେଶ ପ୍ରେମୀ ସୁବାଷ ବୋଷ ଙ୍କ ଜୟନ୍ତି ପାଳନ*   (23-Jan-2025)       ||      ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ଏକାଦଶ ଓ ଜୁଡିସିଆଲ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍    (23-Jan-2025)       ||      ଜିଲ୍ଲା ଓକିଲ ସଂଘ ଏକାଦଶ ଓ ଜୁଡିସିଆଲ ଏକାଦଶ    (23-Jan-2025)       ||      *ମହର୍ଷି ବାଲ୍ମୀକି ପ୍ଲେ ସ୍କୁଲରେ ନେତାଜୀ ଜୟନ୍ତୀ ପାଳିତ*   (23-Jan-2025)       ||      *ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ସହକାରୀ ଶିକ୍ଷକ ସଙ୍ଘର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ*   (23-Jan-2025)       ||      ଦେବୋତ୍ତର କମିଶନରଙ୍କ ଶ୍ରୀ ମା ଶ୍ୟାମାକାଳୀ ମନ୍ଦିର ପରିଦର୍ଶନ   (23-Jan-2025)       ||      ଶତାୟୁ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀନିବାସ ପଣ୍ଡାଙ୍କ ପରଲୋକ   (23-Jan-2025)       ||      ଶିଶୁ ଓ ମହିଳା ବିକାଶ ସୋସାଇଟିର ତରଫରୁ ସଫେଇ ଓ ପାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ   (23-Jan-2025)       ||      *ସର୍ବ ଭାରତୀୟ ଲାଲ୍ ମନି କ୍ରିକେଟ ବି ପୁଲ ର ପ୍ରଥମ ମ୍ୟାଚ ରେ ଭୁବନେଶ୍ୱର ଦଳ ବିଜୟୀ ହୋଇ ସେମି ଫାଇନାଲ ରେ ପ୍ରବେଶ*-   (23-Jan-2025)       ||      ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରରେ ବୀର ସୁରେନ୍ଦ୍ର ସାଏ ଓ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ   (23-Jan-2025)       ||      ଫୁଟବଲ ଟୁର୍ନାମେଣ୍ଟ ୱାନ ଡେ଼ ମେଚ୍ ଫାଇନାଲ, ମଧ୍ୟପୁର ବିଜୟୀ   (23-Jan-2025)       ||      ନେତାଜୀ ସୁବାସ ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ   (23-Jan-2025)       ||      ଜିଲ୍ଲା ଆସିବାସୀ କଲ୍ୟାଣ ସଂଘ ହସ୍ତକ୍ଷେପ ପରେ ମରଶରୀର ଗାଁକୁ ଫେରିଲା   (23-Jan-2025)       ||      ଲୋୟର ସୁକତେଲ ବୁଡି ଅଂଚଳ ସଂଗ୍ରାମ ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ   (23-Jan-2025)       ||      ମାନପୁର ଉଚ୍ଚ ପ୍ରାଥମିକ ସ୍କୁଲର ବାର୍ଷିକୋତ୍ସବ,,,,,,, ଶିଶୁର ପ୍ରଗତି ପାଇଁ ଜନନୀର ଭୂମିକା ଅନନ୍ୟ   (23-Jan-2025)       ||     

HOME   ରାଜ୍ୟ

ୱାର୍ଲଡ଼ ଓଡ଼ିଶା ସୋସାଇଟି ଜାନୁୟାରୀ ୧୧ ରେ ପ୍ରବାସୀ ଓଡ଼ିଆ ଦିବସ ପାଳନ କରିବ

03-Dec-2024



ଭୁବନେଶ୍ବର ; ୱାର୍ଲଡ଼ ଓଡ଼ିଶା ସୋସାଇଟି (ୱାଓସୋ) ଆସନ୍ତା ବର୍ଷ ଜାନୁୟାରୀ ମାସ ୧୧ ତାରିଖ ଦିନ ଭୁବନେଶ୍ବରଠାରେ ହାଇବ୍ରିଡ ଢଙ୍ଗରେ ପ୍ରବାସୀ ଓଡ଼ିଆ ଦିବସ ପାଳନ କରିବାକୁ ଯାଉଥିବା ଜଣାଯାଇଛି। ରାଜ୍ଯ ରାଜଧାନୀରେ ଜାନୁଆରୀ ୮ ରୁ ୧୦ ତାରିଖ, ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଥିବା ପ୍ରବାସୀ ଭାରତୀୟ ଦିବସ ଶେଷ ହେବା ପରଦିନ ୱାଓସୋ ଏହି ଭବ୍ୟ ଦିବସ ମହାସମାରୋହରେ ୱାର୍ଲଡ଼ ଓଡ଼ିଶା ସୋସାଇଟିର ଚତୁର୍ଥ ପ୍ରତିଷ୍ଠା ଦିବସକୁ ପ୍ରବାସୀ ଓଡ଼ିଆ ଦିବସ ଭାବରେ ପାଳନ କରାଯିବାକୁଥିବା ଏହାର ଅଧ୍ୟକ୍ଷ କିଶୋର

ଦ୍ଵିବେଦୀ ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି। ପ୍ରବାସୀ ଓଡ଼ିଆ ଦିବସ ଉପଲକ୍ଷେ ଓଡ଼ିଶାର ଉତ୍କୃଷ୍ଟ କଳା, ଉନ୍ନତ ସଂସ୍କୃତି ଏବଂ ଉତ୍ତୁଙ୍ଗ ଐତିହ୍ୟକୁ ପ୍ରଦର୍ଶନ କରାଯିବା ଉଦ୍ଦେଶ୍ଯରେ 'ଉତ୍କଳ ଉତ୍ସବ' ନାମକ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚସ୍ଥ କରାଯିବ ବୋଲି ଶ୍ରୀ ଦ୍ଵିବେଦୀ ସୂଚାଇଛନ୍ତି । ଶ୍ରୀ ଦ୍ଵିବେଦୀଙ୍କର ସଭାପତିତ୍ବରେ ଆଭାସୀ ମଞ୍ଚରେ ଅନୁଷ୍ଠିତ ୱାଓସୋର ପଦାଧିକାରୀ ଓ କାର୍ଯ୍ୟକାରୀ କମିଟିର ମିଳିତ ବୈଠକରେ ପ୍ରବାସୀ ଓଡ଼ିଆ ଦିବସ ପାଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ବୃହତ ସମାବେଶରେ ସାରା ବିଶ୍ବରୁ ୱାର୍ଲଡ଼ ଓଡ଼ିଶା ସୋସାଇଟିର କର୍ମକର୍ତ୍ତା ଓ ସଦସ୍ୟଗଣ, ବିଶିଷ୍ଟ ପ୍ରବାସୀ ଓଡ଼ିଆ ଏବଂ ପୃଥିବୀର ବିଭିନ୍ନ ଦେଶରେ ବସବାସ  କରୁଥିବା ଓଡ଼ିଆ ସମାଜର ଛାମୁଆ ପ୍ରତିନିଧିବୃନ୍ଦ ଯୋଗଦେବାର ସମ୍ଭାବନା ରହିଛି। ପ୍ରବାସୀ ଓଡ଼ିଆମାନଙ୍କର କଥିତ ମହାକୁମ୍ଭମେଳାରେ ୱାର୍ଲଡ଼ ଓଡ଼ିଶା ସୋସାଇଟି ତରଫରୁ ମାତୃ ପ୍ରଦେଶ ଓଡ଼ିଶାର ମାନ, ସମ୍ମାନ ଓ ସମୃଦ୍ଧି ବର୍ଦ୍ଧନରେ ଉଲ୍ଲେଖଯୋଗ୍ୟ ଯୋଗଦାନ ଦେଇଥିବା ରାଜ୍ୟର ବରପୁତ୍ରମାନଙ୍କୁ ପ୍ରଥମ ପ୍ରବାସୀ ଓଡ଼ିଆ ସମ୍ମାନ ଓ ରତ୍ନଶ୍ରୀ ପୁରସ୍କାର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଏକ ଆକର୍ଷଣୀୟ ସ୍ମରଣିକା ପ୍ରକାଶ କରାଯିବ।

ଏଠାରେ ପ୍ରକାଶଯୋଗ୍ୟ ଯେ ୨୦୨୧ ମସିହାର ପବିତ୍ର ମକର ସଂକ୍ରାନ୍ତି ତିଥିରେ ବିଶ୍ଵର ୨୦ ଟି ଦେଶର ସଦସ୍ୟଙ୍କୁ ନେଇ ୱାର୍ଲଡ଼ ଓଡ଼ିଶା ସୋସାଇଟି ଗଠନ କରାଯାଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଓଡ଼ିଶା ବାହାରେ ବସବାସ କରୁଥିବା ଦେଢ଼ କୋଟି ଓଡ଼ିଆଙ୍କୁ ବିଶ୍ଵ ଓଡ଼ିଆଙ୍କର ଏହି ଶୀର୍ଷ ମଞ୍ଚରେ ଏକଜୁଟ କରି ଓଡ଼ିଶାର ସର୍ବାଙ୍ଗୀନ ଉନ୍ନୟନ ଅଭିପ୍ରାୟରେ ସେମାନଙ୍କର ବୌଦ୍ଧିକ ଓ ଭୌତିକ ସମ୍ବଳକୁ ବିନିଯୋଗ କରାଯିବାର ମାଧ୍ୟମ ହେବା। ବର୍ତ୍ତମାନ ୱାଓସୋ ଗଠନର ତିନି ବର୍ଷ ଅତିକ୍ରମ ହେବାକୁ ଯାଉଥିବା ପରିପ୍ରେକ୍ଷୀରେ ଏହାର ଉପସ୍ଥିତି ଓ ସଦସ୍ୟତା ବିଶ୍ୱର ୭୨ଟି ଦେଶକୁ ବୃଦ୍ଧି ପାଇଥିବାର ସୂଚନା ମିଳିଛି।

ପଦାଧିକାରୀ ଓ କାର୍ଯ୍ୟକାରୀ କମିଟିର ଆଭାସୀ ବୈଠକରେ ଭାରତରୁ ୱାଓସୋର ପ୍ରତିଷ୍ଠାତ୍ରୀ ଡଃ. ଅରୁନ୍ଧତୀ ଦେବୀ, ଆମେରିକାରୁ ଉପଦେଷ୍ଟା ଧୀରେନ୍ଦ୍ର କର, ଦୁଇ ପ୍ରେସିଡ଼ିୟମ ସଦସ୍ୟ 
ଦୁବାଇରୁ ଅମୀୟ ମିଶ୍ର ଓ ଆବୁଧାବିରୁ ପ୍ରଦୀପ କୁମାର ରଥ, ରୁଷରୁ ଆନ୍ତର୍ଜାତିକ ଆବାହକ ସନ୍ତୋଷ ମିଶ୍ର, ଆମେରିକାରୁ ଆନ୍ତର୍ଜାତିକ ସଂଯୋଜକ ଅକ୍ଷୟ ମହାନ୍ତି, ଅଷ୍ଟ୍ରେଲିଆରୁ ଉପାଧ୍ୟକ୍ଷ ଡଃ. ନଳିନୀ ପତି, ଇଂଲଣ୍ଡରୁ ମହାସଚିବ ଶିବ ରଞ୍ଜନ ବିଶ୍ଵାଳ, କୁଏତ ଅଧ୍ୟାୟର  ସଭାପତି ବିଶ୍ଵ ରଞ୍ଜନ ସାହୁ, ଜିମ୍ବାୱେରୁ ବ୍ରାଣ୍ଡ ପ୍ରୋତ୍ସାହନ ବିଭାଗର ସଂଯୁକ୍ତ ସାଧାରଣ ସମ୍ପାଦକ ସଞ୍ଜୟ ଦାସ, ୟୁକେରୁ  ସାଂସ୍କୁତିକ ସଂଯୁକ୍ତ ସାଧାରଣ ସମ୍ପାଦକ ଡଃ.  ଭାଗ୍ୟଶ୍ରୀ ସିଂହ, ଭାରତରୁ ଅନ୍ୟମାନଙ୍କ ମଧ୍ୟରେ ଜନସମ୍ପର୍କ ଓ ଅଧିନିୟମ ବିଭାଗର ସାଧାରଣ ସମ୍ପାଦକ କୃପାନିଧି ବିଶ୍ଵାଳ,  ମହିଳା ଶାଖାର ସାଧାରଣ ସମ୍ପାଦକ ଡଃ. ଚିଦାତ୍ମିକା ଖଟୁଆ, ମହିଳା ଶାଖାର ଉପସଭାପତି ରୀତା ପାତ୍ର,  ସାଂସ୍କୃତିକ ସାଧାରଣ ସମ୍ପାଦକ କାବେରୀ ବେହେରା, ନୂଆଦିଲ୍ଲୀ ଓ ଜାତୀୟ ରାଜଧାନୀ କ୍ଷେତ୍ର ଶାଖାର ମୁଖ୍ୟ ସଂଯୋଜକ ଉମାକାନ୍ତ ଜେନା, ସାଧାରଣ ସମ୍ପାଦକ ଜ୍ଞାନ ପ୍ରକାଶ ଜେନା, ଆସାମ ଓଡ଼ିଆ ମହାସଭାର ସଭାପତି ଯୋଗେଶ ସୁନା, ୱାଓସୋର ବରିଷ୍ଠ ସଦସ୍ୟ  ସତ୍ୟବ୍ରତ ମହାନ୍ତି, ମନସ୍ମିତା ଜେନା ନାୟକ, ରାଜାରାମ ପାଢ଼ୀ ଏବଂ ଯୁବ ଟିମର ସଦସ୍ୟ ନନ୍ଦନ ଦ୍ଵିବେଦୀ ପ୍ରମୁଖ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ପୁରାତନ ଛାତ୍ର ଏକତ୍ରି କରଣ   23-Jan-2025
  ଜିଲ୍ଲା  
ପରାକ୍ରମ ଦିବସରେ ଦୁଇ ଜାତୀୟ ବୀରଙ୍କ ଜୟନ୍ତୀ ପାଳନ   23-Jan-2025
  ଜିଲ୍ଲା  
ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   23-Jan-2025
  ଜିଲ୍ଲା  
ନେତାଜୀ ସୁଭାଷ, ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ।   23-Jan-2025
  ଜିଲ୍ଲା  
*ଓଡ଼ିଶା ପୋଲିସ ମହା ନିର୍ଦ୍ଧେଶକ ୱାଇ ବି ଖୁରାନିଆ ଆହତ ଦୁଇ ଯବାନ ଙ୍କ ସହ ଭିଡିଓ କଲ କରି ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ*   23-Jan-2025
  ଜିଲ୍ଲା  
*ପାପଡ଼ା ହାଣ୍ଡି ବ୍ଳକର ବିଭିନ୍ନ ବିଦ୍ୟାଳୟରେ ଦେଶ ପ୍ରେମୀ ସୁବାଷ ବୋଷ ଙ୍କ ଜୟନ୍ତି ପାଳନ*   23-Jan-2025
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ଏକାଦଶ ଓ ଜୁଡିସିଆଲ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍   23-Jan-2025
ଜିଲ୍ଲା ଓକିଲ ସଂଘ ଏକାଦଶ ଓ ଜୁଡିସିଆଲ ଏକାଦଶ    23-Jan-2025
  ଜିଲ୍ଲା  
*ମହର୍ଷି ବାଲ୍ମୀକି ପ୍ଲେ ସ୍କୁଲରେ ନେତାଜୀ ଜୟନ୍ତୀ ପାଳିତ*   23-Jan-2025
  ଜିଲ୍ଲା  
*ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ସହକାରୀ ଶିକ୍ଷକ ସଙ୍ଘର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ*   23-Jan-2025
  ଜିଲ୍ଲା  
ଦେବୋତ୍ତର କମିଶନରଙ୍କ ଶ୍ରୀ ମା ଶ୍ୟାମାକାଳୀ ମନ୍ଦିର ପରିଦର୍ଶନ   23-Jan-2025
  ଜିଲ୍ଲା  
ଶତାୟୁ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀନିବାସ ପଣ୍ଡାଙ୍କ ପରଲୋକ   23-Jan-2025

You Might Also Like