-+91-9937148622 |

prerana_bgr@rediffmail.com |

  Thursday 23rd January 2025 |

| | | |

R.N.I. Regd No. ODIODI/2010/46693

Breaking News

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀଙ୍କ ଏନ ଆର ଟି ଏସ ପରୀକ୍ଷାରେ ସଫଳତା    (24-Jan-2025)       ||      ସାହିତ୍ୟ ଏକାଡେମୀ ତରଫରୁ ନେତାଜୀଙ୍କ ଉପରେ ଆଧାରିତ ପୁସ୍ତକ ପ୍ରଦର୍ଶନୀ ପରିଦର୍ଶନ କଲେ ସଂସ୍କୃତି ବିଭାଗର ସଚିବ   (23-Jan-2025)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ତୈଳିକ ବୈଶ୍ୟ ସମାଜ ସାଧାରଣ ବୈଠକ ଅନୁଷ୍ଠିତ   (23-Jan-2025)       ||      ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ପୁରାତନ ଛାତ୍ର ଏକତ୍ରି କରଣ   (23-Jan-2025)       ||      ପରାକ୍ରମ ଦିବସରେ ଦୁଇ ଜାତୀୟ ବୀରଙ୍କ ଜୟନ୍ତୀ ପାଳନ   (23-Jan-2025)       ||      ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   (23-Jan-2025)       ||      ନେତାଜୀ ସୁଭାଷ, ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ।   (23-Jan-2025)       ||      *ଓଡ଼ିଶା ପୋଲିସ ମହା ନିର୍ଦ୍ଧେଶକ ୱାଇ ବି ଖୁରାନିଆ ଆହତ ଦୁଇ ଯବାନ ଙ୍କ ସହ ଭିଡିଓ କଲ କରି ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ*   (23-Jan-2025)       ||      *ପାପଡ଼ା ହାଣ୍ଡି ବ୍ଳକର ବିଭିନ୍ନ ବିଦ୍ୟାଳୟରେ ଦେଶ ପ୍ରେମୀ ସୁବାଷ ବୋଷ ଙ୍କ ଜୟନ୍ତି ପାଳନ*   (23-Jan-2025)       ||      ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ଏକାଦଶ ଓ ଜୁଡିସିଆଲ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍    (23-Jan-2025)       ||      ଜିଲ୍ଲା ଓକିଲ ସଂଘ ଏକାଦଶ ଓ ଜୁଡିସିଆଲ ଏକାଦଶ    (23-Jan-2025)       ||      *ମହର୍ଷି ବାଲ୍ମୀକି ପ୍ଲେ ସ୍କୁଲରେ ନେତାଜୀ ଜୟନ୍ତୀ ପାଳିତ*   (23-Jan-2025)       ||      *ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ସହକାରୀ ଶିକ୍ଷକ ସଙ୍ଘର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ*   (23-Jan-2025)       ||      ଦେବୋତ୍ତର କମିଶନରଙ୍କ ଶ୍ରୀ ମା ଶ୍ୟାମାକାଳୀ ମନ୍ଦିର ପରିଦର୍ଶନ   (23-Jan-2025)       ||      ଶତାୟୁ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀନିବାସ ପଣ୍ଡାଙ୍କ ପରଲୋକ   (23-Jan-2025)       ||      ଶିଶୁ ଓ ମହିଳା ବିକାଶ ସୋସାଇଟିର ତରଫରୁ ସଫେଇ ଓ ପାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ   (23-Jan-2025)       ||      *ସର୍ବ ଭାରତୀୟ ଲାଲ୍ ମନି କ୍ରିକେଟ ବି ପୁଲ ର ପ୍ରଥମ ମ୍ୟାଚ ରେ ଭୁବନେଶ୍ୱର ଦଳ ବିଜୟୀ ହୋଇ ସେମି ଫାଇନାଲ ରେ ପ୍ରବେଶ*-   (23-Jan-2025)       ||      ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରରେ ବୀର ସୁରେନ୍ଦ୍ର ସାଏ ଓ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ   (23-Jan-2025)       ||      ଫୁଟବଲ ଟୁର୍ନାମେଣ୍ଟ ୱାନ ଡେ଼ ମେଚ୍ ଫାଇନାଲ, ମଧ୍ୟପୁର ବିଜୟୀ   (23-Jan-2025)       ||      ନେତାଜୀ ସୁବାସ ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ   (23-Jan-2025)       ||     

HOME   ରାଜ୍ୟ

ଦେଷଣ୍ଢ ଚାନ୍ଦଲିପାହାଡ ଓ ଭୁଲିଆକଟାକୁ ଡିଏଫଓଙ୍କ ପରିଦର୍ଶନ,ଡିପିଆର ପ୍ରସ୍ତୁତି ନେଇ ଆଲୋଚନା

03-Dec-2024



ବଲାଙ୍ଗୀର(ପ୍ରେରଣା ଖବର)-ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକଅନ୍ତର୍ଗତ ଦେଷଣ୍ଢ ଗ୍ରାମନିକଟରେ ଥିବା ଚାନ୍ଦଲିପାହାଡ ପର୍ଯ୍ୟଟନସ୍ଥଳି ଓ ଐତିହାସିକ ଭୁଲିଆକଟାକୁ ଆଜି ବଲାଙ୍ଗୀର ଡିଏଫଓ ସୁଦର୍ଶନ ବେହେରା ଏସିଏଫ ମାନସ ବେହେରାଙ୍କ ସହ ପରିଦର୍ଶନ କରି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଛନ୍ତି । ଭୁଲିଆକଟାର କିଭଳି ମାଟିଉନ୍ନତିକରଣ ସହିତ ସୌନ୍ଦର୍ଯ୍ୟକରଣ କରାଯିବ ଓ ଚାନ୍ଦଲିପାହାଡକୁ ଇକୋଟୁରିଜମରେ ସାମିଲ କରିବାକୁ ଅଞ୍ଚଳବାସୀ ଦାବି କରିଆସୁଥିଲେ । ସ୍ଥାନୀୟଲୋକଙ୍କ ଦାବିକୁ ନେଇ ବଲାଙ୍ଗୀର ବିଧାୟକ କଳିକେଶନାରାୟଣ ସିଂଦେଓ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀ ରାମସିଂଖୁଣ୍ଟିଆଙ୍କୁ ଚିଠିକରି ଭୁଲିଆକଟା(ମେହେରକଟା)ର ଉନ୍ନତିକରଣ ପାଇଁ ୫କୋଟି ଟଙ୍କାର ଅନୁଦାନ ଦେବାକୁ ଅନୁରୋଧ କରିଥିଲେ । ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟସରକାରଙ୍କ ଜଙ୍ଗଲବିଭାଗ ପକ୍ଷରୁ ଏହି ପ୍ରକଲ୍ପର ଡିପିଆର ପ୍ରସ୍ତୁତକରି ପଠାଇବାକୁ ବଲାଙ୍ଗୀର ଡିଏଫଓଙ୍କୁ ନିର୍ଦ୍ଦେଶ ଆସିଥିଲା । ଆଜି ବଲାଙ୍ଗୀର ଡିଏଫଓ ସୁଦର୍ଶନ ବେହେରା ସକାଳ ୯ଟାରେ ସେଠାରେ ପହଞ୍ଚି ଉଭୟ ପ୍ରକଲ୍ପର ଅନୁଧ୍ୟାନ କରିଛନ୍ତି । ଡିଏଫଓ ଶ୍ରୀ ବେହେରାଙ୍କ ଏହି ପରିଦର୍ଶନ ବେଳେ ଦେଓଗାଁ ବ୍ଲକର ପୂର୍ବତନ ବ୍ଲକଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେର,ଏସିଏଫ ମାନସ ବେହେରା,ପାଟଣାଗଡ ରେଞ୍ଜର ଆନନ୍ଦଚନ୍ଦ୍ର ବିଶି,ବନ୍ଧପଡା ଫରେଷ୍ଟର ବି.କେ.ପୋଢ,ଦେଷଣ୍ଢ ଗ୍ରାମର ସ୍ୱୟଂମ୍ବର ମେହେର,ରାଧେଶ୍ୟମ ମେହେର,ଘାସିରାମ ରଣା,ରଘୁମଣି ରଣା,ଦୀନବନ୍ଧୁ ମେହେର,ଟିଙ୍କୁ ଷଢଙ୍ଗି,ସତ୍ୟନାରାୟଣ ଷଢଙ୍ଗି,ଦୁଲ ଷାଣ୍ଢ,ଇନ୍ଦ୍ରଜିତ ରାଉତ,ରାଜେନ୍ଦ୍ର ସାଏ,ଡମନ ବେହେରା,ସୁରେଶ ନାଏକ,ବନମାଳି ମେହେର,ସୁରେଶ ନାଏକ,ବିଦ୍ୟାଧର ନାଏକ ପ୍ରମୁଖଙ୍କ ସହିତ ବହୁସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ । ଗ୍ରାମବାସୀ ଅନୁରୋଧ କରିଥିଲେ ଯେ,ଭୁଲିଆକଟା(ମେହେରକଟା) ପାଟଣାଗଡ ରେଞ୍ଜ ବନ୍ଧପଡା ରେଞ୍ଜଅନ୍ତର୍ଗତ କିରିବାଞ୍ଜି ରିଜର୍ଭଜଙ୍ଗଲ ଭିତରେ ରହିଛି । ଶହଶହ ବର୍ଷପୂର୍ବରୁ ମେହେର ପରିବାର ପକ୍ଷରୁ ଖନନ କରାଯାଇଥିବା ଏହି କଟା ୬୭ଏକର ବିଶିଷ୍ଟ ଓ ବର୍ଷସାରା ପାଣି ରହିଥାଏ । କିନ୍ତୁ ବହୁବର୍ଷ ହେଲା ଏହାର ପଙ୍କୋଦ୍ଧାର ହେଉନଥିବାରୁ ଏହି ପୁସ୍କରିଣୀ ଆସ୍ତେ ଆସ୍ତେ ପୋତି ହୋଇଯାଉଛି । ଏହି ପୁସ୍କରିଣି ଉପରେ ପ୍ରାୟ ୫ଖଣ୍ଡ ଗ୍ରାମର ଲୋକ ନିର୍ଭର କରୁଥିବା ବେଳେ ଜଙ୍ଗଲଭିତରେ ଥିବାରୁ ବନ୍ୟଜନ୍ତୁ,ପକ୍ଷୀ ଇତ୍ୟାଦି ପାଣି ପିଉଛନ୍ତି । ଚାନ୍ଦଲି ପର୍ଯ୍ୟଟନସ୍ଥଳି ପାଖରେ ଏହା ଥିବାରୁ ଏହାକୁ ପୁନଃରୁଦ୍ଧାର କରାଯାଇ ସୌନ୍ଦର୍ଯ୍ୟକରଣ କରାଗଲେ ପର୍ଯ୍ୟଟକମାନଙ୍କ ପାଇଁ ମଧ୍ୟ ସୁବିଧା ହେବ । ଏହାବାଦ ଏଠାରୁ ତଳମୁଣ୍ଡରେ ଥିବା ଚାଷଜମିଗୁଡିକୁ ଜଳସେଚନ ମଧ୍ୟ କରାଯାଇ ପାରିବ । ତେଣୁ ଏହାର ଉନ୍ନତିକରଣ ନିତାନ୍ତ ଆବଶ୍ୟକ । ଏକ ସୁନ୍ଦରପ୍ରାକୃତିକ ପରିବେଶ ମଧ୍ୟରେ ଥିବା ଏହି ପୁସ୍କରିଣୀର ବିକାଶ ପାଇଁ ୫କୋଟି ଟଙ୍କାର ଉର୍ଦ୍ଧ୍ୱ ଟଙ୍କାର ଅନୁଦାନ ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ଡିଏଫଓଙ୍କୁ ଅନୁରୋଧ କରାଯାଇଥିଲା । ସେହିପରି ଚାନ୍ଦଲି ପାହାଡକୁ ପୂର୍ବର ରାଜ୍ୟସରକାର ୧କୋଟି ଟଙ୍କାର ଅନୁଦାନ ଦେଇ ପର୍ଯ୍ୟଟନସ୍ଥଳି ଘୋଷଣା କରିଥିଲେ । ଚାନ୍ଦଲି ପାହାଡକୁ ବିଦ୍ୟୁତସଂଯୋଗ,ପାନୀୟଜଳ ବ୍ୟବସ୍ଥା,ପାହାଡ ଉପରକୁ ପାହାଚ,ପର୍ଯ୍ୟଟକଙ୍କ ପାଇଁ ଅପେକ୍ଷାଗୃହ ଇତ୍ୟାଦି ନିର୍ମାଣ ସରିଛି । ପୂର୍ତ୍ତବିଭାଗ ମୁଖ୍ୟରାସ୍ତାରୁ ଚାନ୍ଦଲି ପାହାଡ ପର୍ଯ୍ୟନ୍ତ ରାସ୍ତାକୁ ଗ୍ରାମ୍ୟଉନ୍ନୟନ ବିଭାଗ ୩କୋଟି ୨୬ଟଙ୍କାରେ ନିର୍ମାଣ କରାଉଛି । ଆଗକୁ ଆହୁରି ଗୁଡାଏ ଉନ୍ନୟନ କାମର ଆବଶ୍ୟକତା ରହିଛି । ତେଣୁ ତାହାର ମଧ୍ୟ ଏକ ପୂର୍ଣ୍ଣାଙ୍ଗ ଡିପିଆର ପ୍ରସ୍ତୁତ କରିବାକୁ ଆଲୋଚନା ହୋଇଥିଲା । ଆସନ୍ତା ଡିସେମ୍ବର ୩୦ ତାରିଖରୁ ହେବାକୁ ଥିବା ଅଷ୍ଟମ ଚାନ୍ଦଲିପାହାଡ ମହୋତ୍ସବ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀଙ୍କ ଏନ ଆର ଟି ଏସ ପରୀକ୍ଷାରେ ସଫଳତା   24-Jan-2025
  ଜିଲ୍ଲା  
ସାହିତ୍ୟ ଏକାଡେମୀ ତରଫରୁ ନେତାଜୀଙ୍କ ଉପରେ ଆଧାରିତ ପୁସ୍ତକ ପ୍ରଦର୍ଶନୀ ପରିଦର୍ଶନ କଲେ ସଂସ୍କୃତି ବିଭାଗର ସଚିବ   23-Jan-2025
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ ତୈଳିକ ବୈଶ୍ୟ ସମାଜ ସାଧାରଣ ବୈଠକ ଅନୁଷ୍ଠିତ   23-Jan-2025
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ପୁରାତନ ଛାତ୍ର ଏକତ୍ରି କରଣ   23-Jan-2025
  ଜିଲ୍ଲା  
ପରାକ୍ରମ ଦିବସରେ ଦୁଇ ଜାତୀୟ ବୀରଙ୍କ ଜୟନ୍ତୀ ପାଳନ   23-Jan-2025
  ଜିଲ୍ଲା  
ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   23-Jan-2025
  ଜିଲ୍ଲା  
ନେତାଜୀ ସୁଭାଷ, ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ।   23-Jan-2025
  ଜିଲ୍ଲା  
*ଓଡ଼ିଶା ପୋଲିସ ମହା ନିର୍ଦ୍ଧେଶକ ୱାଇ ବି ଖୁରାନିଆ ଆହତ ଦୁଇ ଯବାନ ଙ୍କ ସହ ଭିଡିଓ କଲ କରି ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ*   23-Jan-2025
  ଜିଲ୍ଲା  
*ପାପଡ଼ା ହାଣ୍ଡି ବ୍ଳକର ବିଭିନ୍ନ ବିଦ୍ୟାଳୟରେ ଦେଶ ପ୍ରେମୀ ସୁବାଷ ବୋଷ ଙ୍କ ଜୟନ୍ତି ପାଳନ*   23-Jan-2025
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ଏକାଦଶ ଓ ଜୁଡିସିଆଲ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍   23-Jan-2025
ଜିଲ୍ଲା ଓକିଲ ସଂଘ ଏକାଦଶ ଓ ଜୁଡିସିଆଲ ଏକାଦଶ    23-Jan-2025
  ଜିଲ୍ଲା  
*ମହର୍ଷି ବାଲ୍ମୀକି ପ୍ଲେ ସ୍କୁଲରେ ନେତାଜୀ ଜୟନ୍ତୀ ପାଳିତ*   23-Jan-2025

You Might Also Like