-+91-9937148622 |
prerana_bgr@rediffmail.com |
Thursday 23rd January 2025 |
R.N.I. Regd No. ODIODI/2010/46693
Breaking News
02-Dec-2024
ପାଟଣାଗଡ଼(ପୁର୍ଣ୍ଣ ଶଶୀ ଶେଖର ରାଓ) ସରକାର ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହ ସମସ୍ୟା ର ସମାଧାନ ପାଇଁ ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭ କରି ରାଜ୍ୟ ସ୍ତରରେ ଜନଶୁଣାଣୀ ଶିବିର ଅନୁଷ୍ଠିତ କରୁଛନ୍ତି। କିନ୍ତୁ କେତେକ ସ୍ଥାନରେ ପ୍ରଶାସନିକ ଅଧିକାରୀ ଙ୍କ ଅବହେଳା ଯୋଗୁଁ ଜନଶୁଣାଣୀ ଶିବିର ଏକ ପ୍ରତ୍ସାହନ ପାଳଟିଥିବା ଦେଖିବାକୁ ମିଳୁଛି। ଯାହା ଫଳରେ ଜନତା ନିଜ ଅଭିଯୋଗ ପତ୍ର ଦାଖଲ କରିବାରୁ ବଞ୍ଚିତ ରହୁଛନ୍ତି। ଅନ୍ୟପଟେ ସରକାରୀ ଅଧିକାରୀ ମାନେ ଜନଶୁଣାଣୀ ଶିବିର ରେ ଅଳ୍ପ ସମୟ ପର୍ଯ୍ୟନ୍ତ ରହି ନିଜର କାର୍ଯ୍ୟ ସମ୍ପୂର୍ଣ୍ଣ କରିଦେଉଛନ୍ତି। ସରକାର ଙ୍କ ନିର୍ଦ୍ଦେଶ ମୁତାବକ ଯେକୌଣସି ବ୍ଳକ କାର୍ଯ୍ୟାଳୟ ରେ ଜିଲ୍ଲା ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହେବ ତାହେଲେ ଗୋଟିଏ ସପ୍ତାହ ପୂର୍ବରୁ ପ୍ରଚାର ପ୍ରସାର କରିବେ ଯାହାକି ଗାଁ ଗହଳି ର ଲୋକେ ଖବର ପାଇ ଜନଶୁଣାଣୀ ଶିବିରରେ ଯୋଗ ଦେଇ ପାରିବେ।ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ରେ ଗୋଟିଏ ବର୍ଷ ହେଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଜର ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି। ଗ୍ରାମ ପଞ୍ଚାୟତ ହେଉ କିମ୍ବା ବ୍ଳକ ସ୍ତରୀୟ ଜନଶୁଣାଣୀ ଶିବିର ହେଉ ପ୍ରଚାର ପ୍ରସାର କରୁନଥିବା ବେଳେ ବେଲପଡା ଅଞ୍ଚଳର ଲୋକମାନେ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି।୨/୧୨/୨୪ ସୋମବାର ଦିନ ବଲାଙ୍ଗିର ଜିଲ୍ଲା ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜି ଇସଲୱ।ର , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରିଷୀକେଶ ଖିଲାରୀ, ଜିଲ୍ଲା ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ସିଂ, ଜିଲ୍ଲା ସହକାରୀ ପ୍ରକଳ୍ପ ଉନ୍ନୟନ ଅଧିକାରୀ ତରଣୀ ସୁନା, ଏବଂ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଅପରପକ୍ଷରେ ପ୍ରଚାର ପ୍ରସାର ଅଭାବ ରୁ ଯୋଗୁଁସାଧାରଣ ଅଭିଯୋଗ କେବଳ ମାତ୍ର ୧୭ ଜଣ ଅଭିଯୋଗକାରୀ ଅଭିଯୋଗ ପତ୍ର ଦାଖଲ କରିବାର ସୁଯୋଗ ପାଇଥିଲେ ଏବଂ ଆର୍ ଏଚ୍ ଅଭିଯୋଗ ୨୨ ଟି ହୋଇଥିବା ର ସୂଚନା ମିଳିଛି। ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ମାତ୍ର ଏକ ଘଣ୍ଟା ରହି ଜିଲ୍ଲା ସ୍ତରୀୟ ଜନଶୁଣାଣୀ ଶିବିର ସାରିଦେଇଥିଲେ ।ବେଲପଡ଼ା ବ୍ଳକ ଏକ ଆଦିବାସୀ ଅଧ୍ୟୁଷିତ ଓ ଦାଦନ ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ଏଠାରେ ଗରିବ ଲୋକସଂଖ୍ୟା ବେଶୀ। ଏହି ଅଞ୍ଚଳ ରେ ଅନେକ ସମସ୍ୟା ପଡ଼ି ରହିଥିବା ବେଳେ ତାହାର ସମାଧାନ ହୋଇପାରୁନାହିଁ ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି।ଓଡିଶାର ମାନ୍ୟବର ଉପ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ରେ ଏଭଳି ପ୍ରଶାସନିକ ଅଧିକାରୀ ଙ୍କ ମନମୁଖୀ କାର୍ଯ୍ୟ ଚାଲାଇଛନ୍ତି ତାହେଲେ ସାଧାରଣ ଜନତା ଆଶା କରିବେ କ'ଣ ? ସେଥିପାଇଁ ତ ଦାଦନ ଶ୍ରମିକ ଚାଲାଣ ଥମିବାର ନାଁ ନେଉନାହିଁ ବୋଲି କୁହାଯାଏ।ଏହି ପ୍ରସଙ୍ଗକୁ ଉପମୁଖ୍ୟ ମନ୍ତ୍ରୀ ତଥା ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ସ୍ବତନ୍ତ୍ର ଦୃଷ୍ଟି ଆକର୍ଷଣ କରି ବ୍ଳକ ପ୍ରଶାସନ ଉପରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।