-+91-9937148622 |
prerana_bgr@rediffmail.com |
Friday 6th December 2024 |
R.N.I. Regd No. ODIODI/2010/46693
Breaking News
29-Nov-2024
କଣ୍ଟାମାଳ (ଜୟ କୁମାର ମହାରଣା): ବୌଦ୍ଧ ଜିଲ୍ଲା କଣ୍ଟାମାଳ ସ୍ଥିତ କଲେଜ ପଡ଼ିଆ ଠାରେ କଣ୍ଟାମାଳ ଆଥେଲେଟିକ୍ ଆସୋସିଏସନ୍ ଦ୍ଵାରା ଅଷ୍ଟମ ଅଲ୍ ଓଡିଶା ଫୁଟବଲ ଟୁର୍ଣାମେଣ୍ଟର ତୃତୀୟ ଦିନରେ ପ୍ରଥମ ସେମିଫାଇନାର ଘଣ୍ଟାପଡ଼ା ସମଲେଶ୍ଵରୀ ସ୍ପୋର୍ଟିଙ୍ଗ ସହିତ କଣ୍ଟାମାଳ ଏକାଡେମୀ ମଧ୍ୟରେ ଖେଳ ହୋଇଥିଲା। ସଂଘର୍ଷପୂର୍ଣ୍ଣ ଖେଳରେ ୨-୦ଗୋଲରେ ପରାସ୍ତ କରି କଣ୍ଟାମାଳ ଦଳ ପ୍ରଥମ ଦଳ ଭାବେ ଫାଇନାଲକୁ ଉନ୍ନିତ ହୋଇଛି। ଉକ୍ତ ମ୍ୟାଚରେ ମୁଖ୍ୟ ଅତିଥି ଭାବେ କଣ୍ଟାମାଳ ପୂର୍ବତନ ବିଧାୟକ ମହିଧର ରଣା , ସମ୍ମାନୀତ ଅତିଥି ଭାବରେ ସମାଜସେବୀ ଶ୍ରୀକାନ୍ତ ମିଶ୍ର, ଆଇନଜୀବୀ ଯଦୁବିହାରୀ ବାଘ , ଉଦ୍ୟୋଗପତି ଶରତ
ରଣା ,ଦେବୀପ୍ରସାଦ ନାଏକ ପ୍ରମୁଖ ଯୋଗ ଦେଇ ସମସ୍ତ ଖେଳାଳିଙ୍କ ସହିତ କରମର୍ଦ୍ଦନ କରିବାପରେ ମଞ୍ଚରେ ରହି ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ l ସୁଜିତ ରାଜହଂସ ମ୍ୟାଚ ରେଫରୀ ଭାବେ ଖେଳ ପରିଚାଳନା କରିଥିବାବେଳେ ସୁଶୀଲ ବେହେରା, ଟୁବ୍ଲୁ କହଁର ଲାଇନ୍ସ ମ୍ୟାନ ଓ ଚତୁର୍ଥ ରେଫରୀ ଭାବେ ଅଭିଳାଷ ପ୍ରସାଦ ସାହୁ ସହଯୋଗ କରିଥିଲେ l ମନୋଜ ଶର୍ମା ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। କଣ୍ଟାମାଳ ଆଥେଲେଟିକ୍ ଆସୋସିଏସନ୍ ର ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ l