-+91-9937148622 |
prerana_bgr@rediffmail.com |
Tuesday 17th February 2026 |
R.N.I. Regd No. ODIODI/2010/46693
Breaking News
13-Nov-2024
-(ନିରଞ୍ଜନ ତ୍ରିପାଠୀ): ସ୍ଥାନୀୟ ଉଦୟନାଥ ଭବନ ଠାରେ ପଦ୍ମପୁର ସାମ୍ବାଦିକ ସଂଘର ଏକ ବୈଠକ ବରିଷ୍ଠ ସାମ୍ବାଦିକ ଲାଲ ବିହାରି ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ସଂଘ ର କାର୍ଯ୍ୟକାରିଣୀ କମିଟୀ ରେ ସର୍ବ ସମ୍ମତି କ୍ରମେ କିରଟି ସାହୁ ସଭାପତି, ଡିଲେଶ୍ଵର ବାଗ ସମ୍ପାଦକ, ସୁଦାମ ପଧାନ କୋଷାଧକ୍ଷ, ନୀଳକଣ୍ଠ ଦୀପ ଉପସଭାପତି, ଶିବାଶିଷ ପଟ୍ଟନାୟକ ସହ ସମ୍ପାଦକ ଭାବରେ ମନୋନୀତ ହୋଇଥିଲେ। ଉପଦେଷ୍ଟା ମଣ୍ଡଳୀ ରେ ବରିଷ୍ଠ ସାମ୍ବାଦିକ ଲାଲ ବିହାରୀ ମିଶ୍ର, ରତ୍ନମଣି ଶତପଥୀ ଓ ପ୍ରଦୀପ୍ତ କିଶୋର ଦାଶ ଚୟନ ହୋଇ ଥିବା ବେଳେ କାର୍ଯ୍ୟକାରୀ ସଦସ୍ୟ ଭାବରେ ଅଶ୍ଵିନୀ ଧରୁଆ, ନିରୋଜ ଦୋରା, ବିଷ୍ନୁ ପ୍ରସାଦ ବାଜପେୟୀ, ବିନୟ ଶର୍ମା, ମକରଧ୍ଵଜ ବଗାର ଦେବାଶିଷ ପଟ୍ଟନାୟକ ପ୍ରମୂଖ ସର୍ବସମ୍ମତି କ୍ରମେ ଚୟନ ହୋଇଥିଲେ। ଶେଷରେ ଉପ ସଭାପତି ନୀଳକଣ୍ଠ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ।