-+91-9937148622 |

prerana_bgr@rediffmail.com |

  Tuesday 24th November 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାତହାଣ୍ଡିରୁ ଗୋଟିଏ♦️ ବ୍ଲକ୍ ର ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି, ଦେଓଗାଁ ରେ ଲକ୍ଷାଧିକ ଟଙ୍କାର ନିମ୍ନମାନର ସରଞ୍ଜାମ    (24-Nov-2026)       ||      ଝଲପ ପଞ୍ଚାୟତରେ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ   (24-Nov-2026)       ||      ସାଗରପଡା ସୋସିଓ କଲ୍ଚରାଲ ଆସୋସିଏସନ୍ ତରଫରୁ ଶ୍ରଦ୍ଧାଳୁମାନଙ୍କ ପାଇଁ କାନିକା ପ୍ରସାଦ ବଣ୍ଟନ   (24-Nov-2026)       ||      ଯୁବୋଦୟ ଲିଡ୍ ସ୍କୁଲରେ ବାର୍ଷିକ ବିଜ୍ଞାନ ମହୋତ୍ସବ    (23-Nov-2026)       ||        ବଲାଙ୍ଗୀର ପାଇଁ  ରହିଛି ୨୫୦୦ କୋଟିର ୧୫ ଶିଳ୍ପ    (23-Nov-2026)       ||      ଶିକ୍ଷାଦାନ ଏକ ଉତ୍ପାଦନ ପ୍ରକ୍ରିୟା; ଏହାପ୍ରତି ଅବହେଳା ଆତ୍ମଘାତୀ: ଭକ୍ତ♦️ଆମ ରାଜ୍ୟରେ ଶିକ୍ଷା ସବୁଠୁ ଅବହେଳିତ କ୍ଷେତ୍ର   (23-Nov-2026)       ||      ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଏସ୍‌.ପି. ଙ୍କ ସହ ଆଲୋଚନା କଲେ ନରସିଂହ ଓ ନାଗରିକ ସମାଜ   (23-Nov-2026)       ||      ବାପା ଆରପାରିରେ♦️ସ୍ତ୍ରୀ ଗଲା ଜେଲ, ଅନାଥ ହେଲେ ଦୁଇ ପିଲା I ଅସମୟରେ ସାହାରା ପାଲଟିଲା ଜିଲ୍ଲା ଚାଇଲଡ ହେଲ୍ପ ଲାଇନ   (23-Nov-2026)       ||      ଜିଲ୍ଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି   (23-Nov-2026)       ||      ଜିଲ୍ଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି   (23-Nov-2026)       ||      ଆଦିବାସୀ ଙ୍କ ଜନ ନେତା ତଥା ସ୍ୱାଧୀନତା ସଂଗ୍ରାମୀ ଯୋଗେଶ୍ୱର କୁମୁରା ଙ୍କ ସ୍ମାରକୀ ଦାବୀ ଉଠିଲା   (23-Nov-2026)       ||      ‘ନୂଆପଡ଼ା ଉନ୍ମେଷ’ର ଶୁଭାରମ୍ଭ: ଦାଦନ ସମସ୍ୟାର ମୁକାବିଲା ଓ ସ୍ଥାନୀୟ ଜୀବିକା ସୃଷ୍ଟି ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନର ଅଭିନବ ପଦକ୍ଷେପ   (23-Nov-2026)       ||      ସୁଦାମା-କୃଷ୍ଣ ଭେଟ ଶୁଣି ଲୁହ ଝରାଇଲେ ଶ୍ରଦ୍ଧାଳୁ,ଭାବ ବିହ୍ଵଳ ହେଲା ପୁରା ପାରାୟଣ ସ୍ଥଳ(ଫୁଲମୁଠିରେ ସପ୍ତାହ ପାରାୟଣ)   (23-Nov-2026)       ||      ନବକୃଷ୍ଣ ଚୌଧୁରୀଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ପାଳନ   (23-Nov-2026)       ||      ଚଳିତବର୍ଷର ଖରିଫ୍ ଧାନକିଣାରେ ଆଗୁଆ ଦୁର୍ନୀତି ମଣ୍ଡି ଖୋଲିନାହିଁ : ମିଲ୍ କୁ ପଶୁଛି ଟ୍ରକ୍ ଟ୍ରକ୍ ଧାନ !   (23-Nov-2026)       ||      ପ୍ରଜ୍ଞାନ ମିଶନ୍ ପକ୍ଷରୁ ଜିଲ୍ଲାସ୍ତରୀୟ ଶ୍ରୀମଦ୍‌ଭଗବଦ୍‌ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା   (23-Nov-2026)       ||      ବିନିକା ଗୋକୁଲାଷ୍ଟମି ଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପନ   (23-Nov-2026)       ||      କୋକସରାରେ ଯାଦବ ସମିତିର ମହାସମ୍ମିଳନୀ   (23-Nov-2026)       ||      ବଙ୍ଗୋମୁଣ୍ଡାରେ ହାତୀ ଆକ୍ରମଣରେ ମାହୁନ୍ତଙ୍କ ମୃତ୍ୟୁ   (23-Nov-2026)       ||      କୋସଲି ଛୁଆ ସାହିତ୍ୟ ସଂସଦ ବଲାଙ୍ଗିରର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (23-Nov-2026)       ||     

HOME   ଜିଲ୍ଲା

ଜିଲ୍ଲାରେ ଦୁର୍ଗାପୂଜାକୁ ଶାନ୍ତି ଶୃଙ୍ଖଳା ତଥା ବ୍ୟବସ୍ଥିତଭାବେ ପାଳନ ନିମନ୍ତେ ପ୍ରଶାସନିକ ପ୍ରସ୍ତୁତି ବୈଠକ :

09-Oct-2024



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ଜିଲ୍ଳାରେ ଅନୁଷ୍ଠିତ ଶାରଦୀୟ ଦୁର୍ଗାପୂଜା କୁ ଶାନ୍ତି ଶୃଙ୍ଖଳା ଓ ବ୍ୟବସ୍ଥିତ ଭାବେ ପାଳନ କରିବା ନିମନ୍ତେ ଆଜି ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାସ ଙ୍କ ଅଧ୍ୟକ୍ଷତା ରେ ପ୍ରଶାସନ, ପୋଲିସବିଭାଗ ଓ ଜିଲ୍ଲାର ପୂଜା କମିଟି ଙ୍କୁ ନେଇ ଏକ ପ୍ରସ୍ତୁତି ତଥା ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ  ଜିଲ୍ଲାର ବିଭିନ୍ନ ପୁର ପଲ୍ଲୀ ତଥା ସହରାଞ୍ଚଳ ରେ ପ୍ରାୟ ୭୧ ଗୋଟି ପୂଜା ପେଣ୍ଡାଲ ରେ ମାଁ ଙ୍କ ମୃଣ୍ମୟୀ ପ୍ରତିମା ପୂଜା ପାଇବେ।ଏହି ପୂଜା ସମୟ ବିଶେଷ କରି ଷଷ୍ଠୀ ଠାରୁ ଦଶମୀ  ଅଥବା ବିସର୍ଜନ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଗ୍ରାମ ତଥା ସହରରେ ପୂଜା ସମ୍ୱନ୍ଧୀୟ ଆନୁସଙ୍ଗିକ କାର୍ଯ୍ୟକ୍ରମ ମାନ ଚାଲୁରହିବ ଏଣୁ ଜନ ସମାଗମ କୁ ଦୃଷ୍ଟିରେ ରଖି ସମସ୍ତ ପୂଜା କମିଟି ଆବଶ୍ୟକ ସତର୍କତା ଅବଲମ୍ବନ ସହ ପୂଜା ତଥା ପୂଜା ପେଣ୍ଡାଲ, ମେଳା ଓ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟକ୍ରମ ନିମନ୍ତେ ଵିଧି ବଦ୍ଧ ପ୍ରଶାସନିକ ଅନୁମତି ନେବାକୁ ବୈଠକରେ ଜିଲ୍ଲାପାଳ କମିଟି ର କର୍ମକର୍ତ୍ତା ଙ୍କୁ ପରାମର୍ଶ ଦେଇଛନ୍ତି। ବିନାନୁମତିରେ ପୂଜା କିମ୍ବା ମେଳା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୈଠକରେ ସୂଚିତ କରାଯାଇଛି l ଏହି ପରିପ୍ରେକ୍ଷୀରେ ସମସ୍ତ ପୂଜା ପେଣ୍ଡାଲ କମିଟି ପୂଜା ପୂର୍ବରୁ ଡାକବାଜି ଯନ୍ତ୍ର ବ୍ୟବହାର, ଅସ୍ଥାୟୀ ବିଦ୍ୟୁତ ଯୋଗାଣ , ଅଗ୍ନି ନିର୍ବାପକ ସୁରକ୍ଷା ନିମନ୍ତେ ଉପଜିଲ୍ଲାପାଳ ତଥା ସମ୍ପୃକ୍ତ ବିଭାଗ ଠାରୁ ଅନୁମତି ପତ୍ର ନିଶ୍ଚିତ କରିବାକୁ ଜିଲ୍ଲାପାଳ ଶ୍ରୀମତୀ ଦାସ କମିଟି କର୍ମକର୍ତ୍ତା କୁ ପରାମର୍ଶ ଦେଇଛନ୍ତି। ପୂଜା ସମୟରେ ଓ ପରେ ସହର ତଥା ପୂଜା ପେଣ୍ଡାଲ ଗୁଡିକରେ ପରିମଳ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା ସହ ଜନ ସମାଗମ ଉପରେ ଆବଶ୍ୟକ ପଦକ୍ଷେପ ନିଆଯିବାଉପରେ ବୈଠକରେ ଆଲୋଚନା ହୋଇଥିଲା। ଲୋକ ଗହଳି କୁ ଦୃଷ୍ଟିରେ ରଖି ପ୍ରତ୍ୟେକ ପୂଜା କମିଟି ନିଜ ନିଜ କମିଟି ତରଫରୁ ଆବଶ୍ୟକ ସତର୍କତା ଅବଲମ୍ବନ ପୂର୍ବକ ସ୍ବେଛାସେବୀ ନିୟୋଜିତ ପୂର୍ବକ ଭିଡକୁ ନିୟନ୍ତ୍ରଣ ତଥା ସୁପରିଚାଳନ କରିବାକୁ ପରାମର୍ଶ ଦେଇଛନ୍ତି। କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟିର ସମ୍ଭାବନା ବା ଆଶଙ୍କା ଦେଖାଗଲେ ତୁରନ୍ତ ନିକଟସ୍ଥ ପ୍ରଶାସନ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ପୂଜା ସମୟରେ ଜିଲ୍ଲା ଅବକାରୀ ବିଭାଗ ତରଫରୁ ଅନୈତିକ ନସା କାରବାରର ଚୋରାଚାଲାଣ ତଥା ସର୍ବସାଧାରଣ ଖୋଲା ଜାଗାରେ କୌଣସି ପ୍ରକାର ମାଦକ ଦ୍ରବ୍ୟ ବ୍ୟବହାର ଉପରେ କଡା ନଜର ରଖିବାକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି ଜିଲ୍ଲାପାଳ। ଏହି ସମୟରେ ବିଭାଗ ତରଫରୁ ଆବଶ୍ୟକ ପଦକ୍ଷେପ ନେବା ସହ ଚଢ଼ାଉ ଜୋରଦାର କରିବାକୁ ନିର୍ଦେଶ ଦିଆଯାଇଛି। 
ଜିଲ୍ଲାରେ ବିଶେଷ କରି ସହରାଞ୍ଚଳରେ ପୂଜା ସମୟରେ ବିଦ୍ୟୁତ ବିଭ୍ରାଟ ଯେପରି ନହେବ ସେଥିପାଇଁ ଆବଶ୍ୟକ ସଜାଗ ରହିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି । ଜରୁରୀ କାଳୀନ ବ୍ୟବସ୍ଥା ପାଇଁ ପ୍ରତ୍ୟେକ କମିଟି ନିଜ ନିଜର ପେଣ୍ଡାଲ ତଥା ମେଳା ନିମନ୍ତେ ଆବଶ୍ୟକ ଜେନେରେଟର ବ୍ୟବସ୍ଥା କୁ ନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଛି। ବିଦ୍ୟୁତ ଯୋଗାଯୋଗ କୁ ବ୍ୟବସ୍ଥିତ ଓ ନିଶ୍ଚିତ କରିବା ନିମନ୍ତେ ପ୍ରତ୍ୟେକ ପୂଜାକମିଟି ସେମାନେ ବିଦ୍ୟୁତ ବିଭାଗ ଠାରୁ ଅସ୍ଥାୟୀ ଆବଶ୍ୟକ ବିଦ୍ୟୁତ ଯୋଗାଣ ପାଇଁ ଅନୁମତି ନେବାକୁ ନିଶ୍ଚିତ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଜିଲ୍ଲା ତଥା ସହରରେ ହେବାକୁ ଥିବା ଦୁର୍ଗା ପୂଜା ପାଳନ ସମୟରେ ଶାନ୍ତି ଶୃଙ୍ଖଳା ଓ ସୁରକ୍ଷା ତଥା ଟ୍ରାଫିକ ବ୍ୟବସ୍ଥା ନିମନ୍ତେ ନିଆଯାଇଥିବା ପଦକ୍ଷେପ ଉପରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ସାହୁ ବୈଠକରେ ଆଲୋକପାତ କରିଥିଲେ। ଚଳିତ ବର୍ଷ ଜିଲ୍ଲାରେ ସମୁଦାୟ 71 ଗୋଟି ପୂଜା ପେଣ୍ଡାଲ ର ଆୟୋଜନ ହେଉଥିବା ସୂଚିତ କରି, ସମ୍ବେଦନଶୀଲ ଅଞ୍ଚଳ ଗୁଡିକରେ କଡା ବ୍ୟବସ୍ଥା ନିଆଯାଇଥିବା ପ୍ରକାଶ କରିଥିଲେ। କୌଣସି ପ୍ରକାର ଗଣ୍ଡଗୋଳ କିମ୍ବା ଅପ୍ରୀତିକର ପରିସ୍ଥିତି ପାଇଁ  ପୋଲିସ ପ୍ରଶାସନ ଦ୍ୱାରା ଆବଶ୍ୟକ ପେଟ୍ରୋଲିଙ୍ଗ ସହ ପୋଲିସ ବଳ ନିୟୋଜନ ଉପରେ ସୂଚିତ କରିଥିଲେ। ତତ ସହ ପୂଜା ସମୟରେ ବିଭିନ୍ନ ଫାଷ୍ଟ ଫୁଡ ଠେଲା ଦୋକାନ, ଜଳଖିଆ ଦୋକାନ, ହୋଟେଲ ପ୍ରଭୁତି ରେ ଖାଦ୍ୟ ଯାଞ୍ଚ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି । ପୂଜା ସମୟରେ ଓ ପରେ ସହର ରାସ୍ତା ଘାଟ, ମେଳା ପଡିଆ ପ୍ରଭୁତି ସ୍ଥାନରେ ଅଳିଆ ଆବର୍ଜନା କୁ ସଫାକରିବା ସହ ପରିମଳ ନିମନ୍ତେ ଆବଶ୍ୟକ ଯତ୍ନବାନ ହେବାକୁ ନିର୍ବାହୀ ଅଧିକାରୀ ପୌରପରିଷଦ ଙ୍କୁ ପରାମର୍ଶ ଦିଆଯାଇଛି, ତତସହ ରାତିରେ ଜନ ସାଧାରଣଙ୍କ ଯିବା ଆସିବା କୁ ସୁଗମ ତଥା ସୁରକ୍ଷିତ କରିବା ନିମନ୍ତେ ସହରରେ ଲାଗିଥିବା ଷ୍ଟ୍ରିଟ ଲାଇଟ ଗୁଡିକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ନିର୍ଦେଶ ଦିଆଯାଇଛି। ଆଜି ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାମପ୍ରସାଦ ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ମେହେର, ଉପଜିଲ୍ଲାପାଳ ବୀରମହାରାଜପୁର ଲଲାଟେନ୍ଦୁ ସି, ଉପଜିଲ୍ଲାପାଳ ସୋନପୁର ସୌମ୍ୟାରୁପା ରଥ, ଅଧିକ୍ଷଣ ଯନ୍ତ୍ରୀ ପୀଡବ୍ଲୁଡି ଇଂ ଦାମୋଦର କୈବର୍ତ୍ତ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ, ଏ ଡି ଏମ ଓ ଡ଼ା ରମେଶ ଚନ୍ଦ୍ର ସ୍ୱାଇଁ,ଏସ ଡି ପି ଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ,ଅବକାରୀ ଅଧିକ୍ଷକ ପ୍ରବୀର ସାମଲ, ଆର ଡବ୍ଲୁ ଏସ ଏସ ଅଧିକ୍ଷଣ ଯନ୍ତ୍ରୀ ତପନ କୁମାର ପ୍ରଧାନ,ନିର୍ବାହୀ ଯନ୍ତ୍ରୀ ଟି ପି ଓ ଡବ୍ଲୁ ଡି ଏଲ ଇଂ ଅଶୋକ କୁମାର ମିଶ୍ର, ଜିଲ୍ଲା ଫାୟାର ଅଧିକାରୀ ଭବେନ୍ଦ୍ର ନାଥ ଦେ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ପୌର ପରିଷଦ ସୋନପୁର, ବିଜ୍ଞାପିତ ଅଞ୍ଚଳ ପରିଷଦ ତରଭା ଓ ବିନିକା ର ନିର୍ବାହୀ ଅଧିକାରୀ,ସମସ୍ତ ତହସିଲଦାର, ଜିଲ୍ଲାର ଗ୍ରାମ୍ୟଞ୍ଚଳ ଓ ସହରାଞ୍ଚଳର ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
ଜିଲ୍ଲାପାଳ ସୁବର୍ଣ୍ଣପୁର ଜିଲ୍ଲାରେ ଶାରଦୀୟ ଦୁର୍ଗାପୂଜା ପାଳନକୁ ଶାନ୍ତି ଶୃଙ୍ଖଳା ର ସହ ଖୁସିରେ ପାଳନ କରିବାକୁ କହିବା ସହ ସମସ୍ତ ପୂଜାକମିଟି ନିଜନିଜ ସ୍ତରରେ ଆବଶ୍ୟକ ସଚେତନତା ତଥା ବ୍ୟବସ୍ଥା କୁ ନିଶ୍ଚିତ କରିବା ସହ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ।


ବି ଦ୍ର,,,,,,
ସମସ୍ତ ପୂଜା କମିଟି ପୂଜା ନିମନ୍ତେ ଆଜି ମଧ୍ୟରେ ଆବଶ୍ୟକ ପ୍ରଶାସନିକ ଅନୁମତି ନେବାକୁ ଜିଲ୍ଲାପାଳଙ୍କ ପରାମର୍ଶ :
ଅଗ୍ନି ସୁରକ୍ଷା ପ୍ରମାଣପତ୍ର ସମସ୍ତ ପୂଜା କମିଟି ପାଇଁ ବାଧ୍ୟତା ମୂଳକ :  ବିନାନୁମତିରେ ହେବ କାର୍ଯ୍ୟାନୁଷ୍ଠାନ :


News Comment




Photo in News

Advertisment
Lastest News
  ରାଜ୍ୟ  
ଭାତହାଣ୍ଡିରୁ ଗୋଟିଏ♦️ ବ୍ଲକ୍ ର ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି, ଦେଓଗାଁ ରେ ଲକ୍ଷାଧିକ ଟଙ୍କାର ନିମ୍ନମାନର ସରଞ୍ଜାମ   24-Nov-2026
  ଜିଲ୍ଲା  
ଝଲପ ପଞ୍ଚାୟତରେ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ   24-Nov-2026
  ଜିଲ୍ଲା  
ସାଗରପଡା ସୋସିଓ କଲ୍ଚରାଲ ଆସୋସିଏସନ୍ ତରଫରୁ ଶ୍ରଦ୍ଧାଳୁମାନଙ୍କ ପାଇଁ କାନିକା ପ୍ରସାଦ ବଣ୍ଟନ   24-Nov-2026
  ଜିଲ୍ଲା  
ଯୁବୋଦୟ ଲିଡ୍ ସ୍କୁଲରେ ବାର୍ଷିକ ବିଜ୍ଞାନ ମହୋତ୍ସବ   23-Nov-2026
  ଜିଲ୍ଲା  
  ବଲାଙ୍ଗୀର ପାଇଁ  ରହିଛି ୨୫୦୦ କୋଟିର ୧୫ ଶିଳ୍ପ   23-Nov-2026
  ଜିଲ୍ଲା  
ଶିକ୍ଷାଦାନ ଏକ ଉତ୍ପାଦନ ପ୍ରକ୍ରିୟା; ଏହାପ୍ରତି ଅବହେଳା ଆତ୍ମଘାତୀ: ଭକ୍ତ♦️ଆମ ରାଜ୍ୟରେ ଶିକ୍ଷା ସବୁଠୁ ଅବହେଳିତ କ୍ଷେତ୍ର   23-Nov-2026
  ରାଜ୍ୟ  
ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଏସ୍‌.ପି. ଙ୍କ ସହ ଆଲୋଚନା କଲେ ନରସିଂହ ଓ ନାଗରିକ ସମାଜ   23-Nov-2026
  ଜିଲ୍ଲା  
ବାପା ଆରପାରିରେ♦️ସ୍ତ୍ରୀ ଗଲା ଜେଲ, ଅନାଥ ହେଲେ ଦୁଇ ପିଲା I ଅସମୟରେ ସାହାରା ପାଲଟିଲା ଜିଲ୍ଲା ଚାଇଲଡ ହେଲ୍ପ ଲାଇନ   23-Nov-2026
  ଜିଲ୍ଲା  
ଜିଲ୍ଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି   23-Nov-2026
  ଜିଲ୍ଲା  
ଜିଲ୍ଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି   23-Nov-2026
  ଜିଲ୍ଲା  
ଆଦିବାସୀ ଙ୍କ ଜନ ନେତା ତଥା ସ୍ୱାଧୀନତା ସଂଗ୍ରାମୀ ଯୋଗେଶ୍ୱର କୁମୁରା ଙ୍କ ସ୍ମାରକୀ ଦାବୀ ଉଠିଲା   23-Nov-2026
  ଜିଲ୍ଲା  
‘ନୂଆପଡ଼ା ଉନ୍ମେଷ’ର ଶୁଭାରମ୍ଭ: ଦାଦନ ସମସ୍ୟାର ମୁକାବିଲା ଓ ସ୍ଥାନୀୟ ଜୀବିକା ସୃଷ୍ଟି ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନର ଅଭିନବ ପଦକ୍ଷେପ   23-Nov-2026

You Might Also Like