-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
06-Oct-2024
ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଳକ ସାଲେଭଟା ଜଗନ୍ନାଥ ମନ୍ଦିର ପରିସରରେ ଆଞ୍ଚଳିକ ରାବଣପୋଡ଼ି ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ପୂର୍ବ ବର୍ଷ ର ଆୟ ବ୍ୟୟ ବିବରଣୀ ପାଠ କରି ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସର୍ବ ସମ୍ମତି କ୍ରମେ ରାଜୁ ନାଏକ ସଭାପତି,ମୃତ୍ୟୁଞ୍ଜୟ ସାହୁ ସାଧାରଣ ସମ୍ପାଦକ,ବୀରେନ୍ ନାୟକ ଉପସଭାପତି,ସଦାନନ୍ଦ ସାହୁ କୋଷାଧ୍ୟକ୍ଷ,ସଜନ ଅଗ୍ରୱାଲ ସହ କୋଷାଧ୍ୟକ୍ଷ,ନରେଶ ଅଗ୍ରଓ୍ବାଲ ଯୁଗ୍ମ ସଚିବ ଭାବେ ନିର୍ବାଚିତ ହୋଇଥିଲେ।ଗୋପ କୁମାର ପଣ୍ଡା, ଆକାଶ ମିଶ୍ର,ଗଙ୍ଗା ଶଙ୍କର ସାହୁ,ବିଜୟ କୁମାର ବାବୁ ଉପଦେଷ୍ଟା ରହିଥିବାବେଳେ ସାଲେଭଟା ସରପଞ୍ଚ ବିଜୟ ବେହେରା ଙ୍କ ମାର୍ଗଦର୍ଶନ ରେ ମୁରସୁଣ୍ଡ ସରପଞ୍ଚ ରଥି ସାହୁ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।ଶିକ୍ଷକ ସୁଶୀଳ ସେଟ୍,ଗୋବିନ୍ଦ ସାହୁ,ସଦାନନ୍ଦ ଭୁଏ ସହଯୋଗ କରିଥିଲେ।