-+91-9937148622 |
prerana_bgr@rediffmail.com |
Saturday 13th December 2025 |
R.N.I. Regd No. ODIODI/2010/46693
Breaking News
07-Dec-2023
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ ): ଅଲ୍ ଓଡିଶା ଭଲିବଲ ଟୁର୍ଣ୍ଣlମେଣ୍ଟ ରେ ଆସନ୍ତା କାଲି ଭାଗ ନେବ ସୁବର୍ଣ୍ଣପୁର ଭଲିବଲ ଦଳ l ଏହି ଅବସର ରେ ଡୁଙ୍ଗୁରିପାଲି ବ୍ଲକ ସହେଲା ହାଇସ୍କୁଲ ପଡିଆ ଠାରେ ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ା ସଂଘ ପକ୍ଷ ରୁ ଏକ ଜିଲ୍ଲା ସ୍ତରୀୟ ଭଲିବଲ୍ ଟିମ୍ ପାଇଁ ଚୟନ ଶିବିର ଅନୁଷ୍ଟିତ ହୋଇ ଯାଇଛି l ଏହି ଶିବିର ରେ ୫୩ ଜଣ ଖେଳାଳୀ ଭାଗ ନେଇଥିବା ବେଳେ ସେଥି ମଧ୍ୟ ରୁ ୧୨ ଜଣ ଖେଳାଳିଙ୍କୁ ମନୋନୀତ କରଯାଇଛି l ଏବଂ ଆସନ୍ତାକାଲି ଠାରୁ ଫୁଲବାଣୀ ଠାରେ ଆରମ୍ଭ ହେବାକୁ ଥିବା ୭୦ ତମ ସିନିୟର୍ ପୁରୁଷ ବିଭାଗ ଭଳିବଲ୍ ଚମ୍ପିଅନସିପ ଟର୍ଣ୍ଣlମେଣ୍ଟ ରେ ଓଡ଼ିଶାର ଖ୍ୟାତନlମା
ଭଲିବଲ୍ ଟିମ ଭାଗ ନେବାର କାର୍ଯକ୍ରମ ରହିଛି l ଅଲ୍ ଓଡିଶା ଭଳିବଲ ଏସୋସିଏସନ୍ ପକ୍ଷ ରୁ ଆୟୋଜିତ ଏହି ଟୁର୍ଣ୍ଣlମେଣ୍ଟ ରେ ଯାଜପୁର, ନୂଆପଡ଼ା, କଳାହାଣ୍ଡି, ଖୋର୍ଦ୍ଧା, ଓ ପୁରୀ ଜିଲ୍ଲା ସହିତ ସୁବର୍ଣ୍ଣପୁର ଜିଲ୍ଲା ଭଲିବଲ୍ ଟିମ୍ ୫ଗୋଟି ଲିଗ୍ ମ୍ୟାଚ୍ ଖେଳିବାକୁ ଅଭ୍ୟାସ ଆରମ୍ଭ କରିଛି ବୋଲି ଜିଲ୍ଲା କ୍ରୀଡା ସଂଘ ସଂପାଦକ ପୀୟୁଷ ପଣ୍ଡା, ଉପ ସଭାପତି ଚିତ୍ତ ରଞ୍ଜନ ତରାସିଆ ଓ ଜିଲ୍ଲା ଭଲିବଲ ସଂଘ ସଂପାଦକ ପୁରୁଷୋତ୍ତମ ପାଣିଗ୍ରାହୀ ସୂଚନା ଦେଇଛନ୍ତି l ଜିଲ୍ଳା ଟିମ୍ ପାଇଁ ଚୟନ ଶିବିର ରେ କ୍ରୀଡା ସଂଘ ର ବିକାଶ ପଣ୍ଡା, ସତ୍ୟ ନାରlୟଣ ରାଓ, ସନ୍ତୋଷ ପାଢ଼ୀ, ପୁରନ୍ଦର ନାଏକ, ସୁମନ ମିଶ୍ର, ଚନ୍ଦନ ବେହେରା ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥଲେ l